Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 8, Verse 15

ମାମୁପେତ୍ୟ ପୁର୍ନଜନ୍ମ ଦୁଃଖାଳୟମଶାଶ୍ୱତମ୍ ।
ନାପ୍ନୁବନ୍ତି ମହାତ୍ମାନଃ ସଂସିଦ୍ଧିଂ ପରମାଂ ଗତାଃ ।।୧୫।।

ମାମ୍ - ମୋତେ; ଉପେତ୍ୟ - ପ୍ରାପ୍ତ କରି; ପୁନଃ-ପୁନର୍ବାର; ଜନ୍ମ-ଜନ୍ମ; ଦୁଃଖାଳୟମ୍ - ଦୁଃଖପୂର୍ଣ୍ଣ ସ୍ଥାନ; ଅଶାଶ୍ୱତମ୍ - ଅସ୍ଥାୟୀ; ନ ଆପ୍ନୁବନ୍ତି - ପା’ନ୍ତି ନାହିଁ; ମହାତ୍ମାନଃ - ମହାତ୍ମାଗଣ; ସଂସିଦ୍ଧିଂ - ସିଦ୍ଧି; ପରମାଂ - ପରମ; ଗତାଃ - ପ୍ରାପ୍ତ ହୋଇଛନ୍ତି ।

Translation

BG 8.15: ମୋତେ ପ୍ରାପ୍ତ କରିବା ପରେ ମହାପୁରୁଷମାନେ ଏହି ନଶ୍ୱର ଏବଂ ଦୁଃଖମୟ ସଂସାରରେ ପୁର୍ନବାର ଜନ୍ମଗ୍ରହଣ କରନ୍ତି ନାହିଁ, କାରଣ ସେମାନେ ସର୍ବୋଚ୍ଚ ପରିପୂର୍ଣ୍ଣତା ହାସଲ କରିସାରିଛନ୍ତି ।

Commentary

ଭଗବତ୍ ପ୍ରାପ୍ତିର ଫଳ କ’ଣ? ଯେଉଁମାନେ ଭଗବତ୍ ପ୍ରାପ୍ତି କରନ୍ତି, ସେମାନେ ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତ ହୋଇ ଭଗବାନଙ୍କର ଦିବ୍ୟ ଲୋକରେ ସ୍ଥାନ ପାଆନ୍ତି । ସେମାନଙ୍କୁ ପୁଣି ଏହି ସଂସାରରେ ଜନ୍ମନେବାକୁ ପଡ଼େ ନାହିଁ, ଯାହାକି ଦୁଃଖ ଭୋଗର ଏକ ସ୍ଥାନ ଅଟେ । ଆମେ ଜନ୍ମ ହେବାର କଷ୍ଟପ୍ରଦ ପ୍ରକ୍ରିୟା ଭୋଗ କରୁ ଏବଂ ଅସହାୟ ଭାବେ କ୍ରନ୍ଦନ କରେ । ଗୋଟିଏ ଛୋଟ ଶିଶୁ ଭାବରେ ଆମର ଅନେକ ଆବଶ୍ୟକତା ରହିଥାଏ ଯାହା ପ୍ରକାଶ କରି ନ ପାରି ଆମେ କାନ୍ଦିଥାଏ । କିଶୋର ଅବସ୍ଥାରେ ଆମେ ନିଜର ଶାରୀରିକ କାମନାକୁ ନେଇ ସଂଘର୍ଷରେ ମାନସିକ ଅଶାନ୍ତି ଭୋଗ କରେ । ବୈବାହିକ ଜୀବନରେ ସ୍ୱାମୀ/ସ୍ତ୍ରୀଙ୍କର ମନମୁଖୀ ସ୍ୱଭାବକୁ ସହ୍ୟ କରିବାକୁ ପଡିଥାଏ଼ । ବୃଦ୍ଧାବସ୍ଥାରେ ଶାରୀରିକ କଷ୍ଟ ଭୋଗ କରେ । ଏହିପରି ସାରା ଜୀବନ ଆମେ ଶାରୀରିକ ଓ ମାନସିକ କଷ୍ଟ ସହିତ ଅନ୍ୟର ବ୍ୟବହାର ଏବଂ ପରିବେଶ ଜନିତ କ୍ଲେଶ ଭୋଗକରିଥାଏ । ଶେଷରେ ଆମେ ମୃତ୍ୟୁର କଷ୍ଟ ଅନୁଭବ କରିଥାଏ ।

ଏହି ସବୁ ଯାତନା ଅର୍ଥହୀନ ନୁହେଁ, ଭଗବାନଙ୍କର ବୃହତ୍ ଯୋଜନାରେ ଏହାର ଗୋଟିଏ ଉଦ୍ଦେଶ୍ୟ ରହିଛି । ଏହା ଆମର ହୃଦ୍‌ବୋଧ କରାଇଥାଏ ଯେ ଭୌତିକ ଜଗତ ଆମର ସ୍ଥାୟୀ ନିବାସ ନୁହେଁ । ଆମ୍ଭମାନଙ୍କ ପରି ଭଗବତ୍ ବିମୁଖ ଜୀବାତ୍ମାମାନଙ୍କ ପାଇଁ ଏହା ଏକ ସୁଧାର ଗୃହ ସଦୃଶ ଅଟେ । ଦୁଃଖ କଷ୍ଟ ଭୋଗ ନ କଲେ ଆମେ କେବେ ବି ଭଗବାନଙ୍କର କାମନା କରନ୍ତେ ନାହିଁ । ଉଦାହରଣ ସ୍ୱରୂପ, ଯଦି ଆମେ ଅଗ୍ନିକୁ ସ୍ପର୍ଶ କରିବା ତେବେ ଦୁଇଟି କଥା ହେବ - ହାତ ପୋଡିଯିବ ଏବଂ ଆମେ ଯନ୍ତ୍ରଣା ଅନୁଭବ କରିବା । ହାତ ପୋଡିଯିବା ଖରାପ କଥା କିନ୍ତୁ ଯନ୍ତ୍ରଣା ଅନୁଭବ କରିବା ଆମ ପାଇଁ ଲାଭଦାୟକ ଅଟେ । ଆମେ ଯଦି ଯନ୍ତ୍ରଣା ଅନୁଭବ କରି ନଥାନ୍ତେ, ତାହେଲେ ଆମେ ହାତକୁ ନିଆଁଠାରୁ ଦୂରେଇ ନେଇ ନ ଥାନ୍ତେ ଏବଂ ତଦ୍ୱାରା ଆମର ବହୁତ କ୍ଷତି ହୋଇଥାଆନ୍ତା । ତେଣୁ ଯନ୍ତ୍ରଣାଟି ଏକ ସୂଚନା ଯେ କେଉଁଠି କିଛି ଭୁଲ ରହିଯାଇଛି ଏବଂ ତାକୁ ସୁଧାରିବା ଆବଶ୍ୟକ । ସେହିପରି ମାୟିକ଼ ଜଗତରେ ଅନୁଭବ କରୁଥିବା ଦୁଃଖ କଷ୍ଟ ମାଧ୍ୟମରେ   ଭଗବାନ ଆମକୁ ସତର୍କ କରାଇ ଥାଆନ୍ତି ଯେ ଆମର ଚେତନା ଦୋଷଯୁକ୍ତ ଅଟେ । ସଂସାରିକ ଚେତନାରୁ ଆମେ ଭଗବତ୍ ଚେତନାଯୁକ୍ତ ହେବା ନିମନ୍ତେ ଅଗ୍ରସର ହେବା ଆବଶ୍ୟକ ।

ନିଜ ଚେଷ୍ଟାରେ ଆମେ ନିଜକୁ ଯେତିକି ଯୋଗ୍ୟ କରିଥାଏ, ଶେଷରେ ଆମେ ସେତିକି ହିଁ ପ୍ରାପ୍ତ କରେ । ଯେଉଁମାନେ ନିଜର ଚେତନାକୁ ଭଗବାନଙ୍କ ପ୍ରତି ବିମୁଖ କରିଥାଆନ୍ତି, ସେମାନେ ଜନ୍ମମୃତ୍ୟୁର ଚକ୍ରରେ ଘୁରୁଥାଆନ୍ତି ଏବଂ ଯେଉଁମାନେ ଅନନ୍ୟ ଭାବରେ ଭଗବାନଙ୍କର ଶରଣାଗତ ହୁଅନ୍ତି, ସେମାନେ ଭଗବାନଙ୍କର ଦିବ୍ୟ ଲୋକ ପ୍ରାପ୍ତ କରନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
8. ଅକ୍ଷର ବ୍ରହ୍ମ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!