Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 8, Verse 18

ଅବ୍ୟକ୍ତାଦ୍‌ବ୍ୟକ୍ତୟଃ ସର୍ବାଃ ପ୍ରଭବନ୍ତ୍ୟହରାଗମେ ।
ରାତ୍ର‌୍ୟାଗମେ ପ୍ରଳୀୟନ୍ତେ ତତ୍ରୈବାବ୍ୟକ୍ତସଂଜ୍ଞକେ ।।୧୮।।

ଅବ୍ୟକ୍ତାତ୍ - ଅପ୍ରକଟରୁ; ବ୍ୟକ୍ତୟଃ - ପ୍ରକଟିତ; ସର୍ବାଃ - ସମସ୍ତ; ପ୍ରଭବନ୍ତି - ଜାତ ହୁଅନ୍ତି; ଅହଃ ଆଗମେ -ବ୍ରହ୍ମାଙ୍କ ଦିବସର ଆରମ୍ଭରେ; ରାତ୍ରି-ଆଗମେ - ରାତ୍ରି ଆରମ୍ଭରେ; ପ୍ରଲୀୟନ୍ତେ - ଧ୍ୱଂସ ହୁଅନ୍ତି;ତତ୍ର - ସେଠାରେ; ଏବ-ନିଶ୍ଚିତଭାବେ; ଅବ୍ୟକ୍ତ - ଅପ୍ରକଟ; ସଂଜ୍ଞକେ - କୁହାଯାଏ ।

Translation

BG 8.18: ବ୍ରହ୍ମାଙ୍କର ଦିବସ ପ୍ରାରମ୍ଭରେ, ସମସ୍ତ ପ୍ରାଣୀ ଅପ୍ରକଟ ଅବସ୍ଥାରୁ ପ୍ରକଟ ହେବାକୁ ଆରମ୍ଭ କରନ୍ତି ଏବଂ ରାତ୍ରିର ଆଗମନରେ ସମସ୍ତ ଶରୀରଧାରୀ ପ୍ରାଣୀ ପୁନର୍ବାର ସେହି ଅପ୍ରକଟରେ ସମାହିତ ହୋଇଯାଆନ୍ତି ।

Commentary

ବ୍ରହ୍ମାଣ୍ଡର ବିସ୍ମୟକର ଜାଗତିକ ଖେଳରେ, ସେଥିରେ ଥିବା ବିଭିନ୍ନ ଲୋକ ଏବଂ ସେମାନଙ୍କର ସୌରମଣ୍ଡଳ ସୃଷ୍ଟି, ସ୍ଥିତି ଓ ପ୍ରଳୟ ଚକ୍ର ମଧ୍ୟ ଦେଇ ବାରମ୍ବାର ଗତି କରିଥାଆନ୍ତି । ବ୍ରହ୍ମାଙ୍କର ଗୋଟିଏ ଦିନର ଶେଷରେ, ଯାହା ୪,୩୨,୦୦,୦୦,୦୦୦ ବର୍ଷର ଗୋଟିଏ କଳ୍ପ ଅଟେ, ମହଃ ଲୋକ ପର୍ଯ୍ୟନ୍ତ ସମସ୍ତ ସୌରମଣ୍ଡଳ ବିଲୋପ ହୋଇଯାଆନ୍ତି । ଏହାକୁ ନୈମିତ୍ତିକ ପ୍ରଳୟ (ଆଂଶିକ ପ୍ରଳୟ) କୁହାଯାଏ । ଶ୍ରୀମଦ୍ ଭାଗବତମରେ ଶୁକଦେବ ପରୀକ୍ଷିତଙ୍କୁ କହୁଛନ୍ତି, ଯେମିତି ଗୋଟିଏ ପିଲା ଦିନବେଳେ ଖେଳନାର କେତେ ଆକୃତି ଗଢିଥାଏ ଏବଂ ଶୋଇବା ପୂର୍ବରୁ ତାକୁ ଭାଙ୍ଗି ଦିଏ, ସେହିପରି ବ୍ରହ୍ମା ଜାଗ୍ରତ ହେଲେ ଏହି ବ୍ରହ୍ମାଣ୍ଡ ଓ ସମସ୍ତ ପ୍ରାଣୀ ସମୂହର ସୃଷ୍ଟି କରନ୍ତି ଏବଂ ଶୋଇବା ପୂର୍ବରୁ ସେସବୁକୁ ଲୋପ କରି ଦିଅନ୍ତି ।

ବ୍ରହ୍ମାଙ୍କର ୧୦୦ବର୍ଷ ଆୟୁ ଶେଷରେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ବିଲୁପ୍ତି ଘଟିଥାଏ । ଏହି ସମୟରେ ସମସ୍ତ ମାୟିକ ଜଗତର ଅନ୍ତ ହୋଇଯାଏ । ପଂଚ ମହାଭୂତ ପଂଚ ତନ୍‌ମାତ୍ରାରେ ଲୀନ ହୋଇଯାଏ, ପଂଚ ତନ୍ମାତ୍ର ଅହଂକାରରେ ଲୀନ ହୁଏ, ଅହଂକାର ମହାନରେ ଏବଂ ମହାନ ପ୍ରକୃତିରେ ଲୀନ ହୁଏ । ପ୍ରକୃତି ମାୟିକ (ମାୟା)ଶକ୍ତିର ସୂକ୍ଷ୍ମ ରୂପ ଅଟେ । ମାୟା ନିଜର ମୌଳିକ ରୂପରେ, ପରବ୍ରହ୍ମ ମହାବିଷ୍ଣୁଙ୍କ ଶରୀରରେ ଅବସ୍ଥାନ କରେ । ଏହାକୁ ପ୍ରାକୃତ ପ୍ରଳୟ ବା ମହାପ୍ରଳୟ କୁହାଯାଏ । ପୁଣି ମହାବିଷ୍ଣୁ ଯେତେବେଳେ ସୃଷ୍ଟି କରିବାକୁ ଇଚ୍ଛା କରନ୍ତି, ସେ ପ୍ରକୃତି ରୂପରେ ଥିବା ମାୟିକ ଶକ୍ତି ପ୍ରତି ଦୃଷ୍ଟିପାତ କରନ୍ତି ଏବଂ ତାଙ୍କର ଦୃଷ୍ଟି ମାତ୍ରେ ଏହା ପୁଣି ପ୍ରକାଶିତ ହେବାରେ ଲାଗେ । ପ୍ରକୃତିରୁ ମହାନ ଉତ୍ପନ୍ନ ହୁଏ । ମହାନରୁ ଅହଂକାର, ଅହଂକାରରୁ ପଂଚ ତନ୍ମାତ୍ରା ଏବଂ ପଂଚ ତନ୍ମାତ୍ରାରୁ ପଂଚ ମହାଭୂତ ଉତ୍ପନ୍ନ ହୁଅନ୍ତି । ଏହିପରି ଭାବରେ ଅସଂଖ୍ୟ ବିଶ୍ୱର ସୃଷ୍ଟି ହୋଇଥାଏ ।

ଆଧୁନିକ ବୈଜ୍ଞାନିକମାନଙ୍କର ଆକଳନ ଅନୁସାରେ ଆକାଶଗଙ୍ଗାରେ ୧୦୦ ଅର୍ବ ତାରକା ଅଛନ୍ତି । ଆକାଶଗଙ୍ଗା ପରି ପ୍ରାୟ ୧୦୦ ଅର୍ବ ଛାୟାପଥ ସମଗ୍ର ବ୍ରହ୍ମାଣ୍ଡରେ ଅଛନ୍ତି । ଏଣୁ ଗଣନା ଅନୁସାରେ ସମଗ୍ର ବ୍ରହ୍ମାଣ୍ଡରେ ୧୦୨୦ ଗୋଟି ତାରକା ଅଛନ୍ତି । ବେଦ ଅନୁସାରେ ଆମର ଏହି ବ୍ରହ୍ମାଣ୍ଡ ପରି ବିଭିନ୍ନ ଆକାର ଓ ପ୍ରକାରର ଅସଂଖ୍ୟ ବ୍ରହ୍ମାଣ୍ଡ ରହିଛି । ମହାବିଷ୍ଣୁ ଯେତେବେଳେ ଶ୍ୱାସ ତ୍ୟାଗ କରନ୍ତି ଅସଂଖ୍ୟ ବ୍ରହ୍ମାଣ୍ଡ ତାଙ୍କର ଶରୀରର ପ୍ରତି ଲୋମ କୂପରୁ ନିର୍ଗତ ହୁଅନ୍ତି ଏବଂ ଯେତେବେଳେ ଶ୍ୱାସ ଗ୍ରହଣ କରନ୍ତି, ସମଗ୍ର ବ୍ରହ୍ମାଣ୍ଡ ପୁନର୍ବାର ତାଙ୍କ ମଧ୍ୟରେ ଲୀନ ହୋଇଯାଆନ୍ତି । ଏହିପରି ଭାବରେ ବ୍ରହ୍ମାଙ୍କର ୧୦୦ବର୍ଷ ଭଗବାନଙ୍କର ଗୋଟିଏ ନିଶ୍ୱାସ/ପ୍ରଶ୍ୱାସ ସହିତ ସମାନ । ପ୍ରତ୍ୟେକ ବ୍ରହ୍ମାଣ୍ଡରେ ଜଣେ ବ୍ରହ୍ମା, ଜଣେ ବିଷ୍ଣୁ ଏବଂ ଜଣେ ଶଙ୍କର ଅଛନ୍ତି । ସୁତରାଂ ଅନନ୍ତ ବ୍ରହ୍ମାଣ୍ଡରେ ଅନନ୍ତ ବ୍ରହ୍ମା, ବିଷ୍ଣୁ ଓ ଶଙ୍କର ଅଛନ୍ତି । ପ୍ରତ୍ୟେକ ବ୍ରହ୍ମାଣ୍ଡର ବିଷ୍ଣୁ ମହାବିଷ୍ଣୁଙ୍କର ସ୍ୱରୂପ ଅଟନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
8. ଅକ୍ଷର ବ୍ରହ୍ମ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!