ଭୂତଗ୍ରାମଃ ସ ଏବାୟଂ ଭୂତ୍ୱା ଭୂତ୍ୱା ପ୍ରଲୀୟତେ ।
ରାତ୍ର୍ୟାଗମେଽବଶଃ ପାର୍ଥ ପ୍ରଭବତ୍ୟହରାଗମେ ।।୧୯।।
ଭୂତ-ଗ୍ରାମଃ- ଜୀବ ସମୁଦାୟ; ସଃ- ଏମାନେ, ଏବ - ନିଶ୍ଚିତଭାବେ; ଅୟଂ- ଏହା; ଭୂତ୍ୱା- ଭୂତ୍ୱା - ଜନ୍ମାଲାଭ କରି; ପ୍ରଲୀୟତେ - ଧ୍ୱଂସ ହୁଅନ୍ତି; ରାତ୍ରି - ରାତ୍ରି; ଆଗମେ - ଆରମ୍ଭରେ; ଅବଶଃ - ଅସହାୟ ଭାବରେ; ପାର୍ଥ - ହେ ପୃଥାପୁତ୍ର!; ପ୍ରଭବତି - ପ୍ରକାଶିତ ହୁଅନ୍ତି; ଅହଃ - ଦିବସ; ଆଗମେ -ଆରମ୍ଭରେ ।
BG 8.19: ବ୍ରହ୍ମାଙ୍କର ଦିନ ଆରମ୍ଭ ହେଲେ ଅସଂଖ୍ୟ ପ୍ରାଣୀ ଜନ୍ମ ଗ୍ରହଣ କରନ୍ତି ଏବଂ ରାତିର ଆଗମନରେ, ପରବର୍ତ୍ତୀ ଦିନରେ ପୁନର୍ବାର ପ୍ରକଟିତ ହେବା ପାଇଁ, ସେମାନେ ବିଲୁପ୍ତ ହୋଇଯାଆନ୍ତି ।
ଭୂତଗ୍ରାମଃ ସ ଏବାୟଂ ଭୂତ୍ୱା ଭୂତ୍ୱା ପ୍ରଲୀୟତେ ।
ରାତ୍ର୍ୟାଗମେଽବଶଃ ପାର୍ଥ ପ୍ରଭବତ୍ୟହରାଗମେ ।।୧୯।।
ବ୍ରହ୍ମାଙ୍କର ଦିନ ଆରମ୍ଭ ହେଲେ ଅସଂଖ୍ୟ ପ୍ରାଣୀ ଜନ୍ମ ଗ୍ରହଣ କରନ୍ତି ଏବଂ ରାତିର ଆଗମନରେ, ପରବର୍ତ୍ତୀ ଦିନରେ ପୁନର୍ବାର ପ୍ରକଟିତ ହେବା ପାଇଁ, ସେମାନେ ବିଲୁପ୍ତ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ବେଦରେ ଚାରିପ୍ରକାରର ପ୍ରଳୟ ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି:
୧. ନିତ୍ୟ ପ୍ରଳୟ: ଏହା ପ୍ରତିଦିନ ଗଭୀର ନିଦ୍ରାରେ ଶୟନ କରିଥିବା ସମୟର ଆମ ଚେତନାର ବିଲୁପ୍ତିକୁ ବୁଝାଇ ଥାଏ ।
୨. ନୈମିତ୍ତିକ ପ୍ରଳୟ : ଏହା ବ୍ରହ୍ମାଙ୍କର ଗୋଟିଏ ଦିନର ଶେଷରେ ମହଃ ଲୋକ ପର୍ଯ୍ୟନ୍ତ ସମସ୍ତ ଲୋକର ବିଲୁପ୍ତିକୁ ବୁଝାଏ । ସେତେବେଳେ ଏହିସବୁ ଲୋକର ଜୀବ ସମୁଦାୟ ଅବ୍ୟକ୍ତ ହୋଇଯାଆନ୍ତି । ସେମାନେ ବିଷ୍ଣୁଙ୍କ ଶରୀରରେ ସୁପ୍ତ ଅବସ୍ଥାରେ ରହନ୍ତି । ପୁଣି ଯେତେବେଳେ ବ୍ରହ୍ମା ଏହି ସବୁ ଲୋକ ନିର୍ମାଣ କରନ୍ତି, ସେମାନଙ୍କୁ ପୂର୍ବ କର୍ମ ଅନୁସାରେ ଜନ୍ମ ମିଳିଥାଏ ।
୩. ମହାପ୍ରଳୟ : ଏହା ବ୍ରହ୍ମାଙ୍କର ଜୀବନକାଳ ଶେଷରେ ସମଗ୍ର ବ୍ରହ୍ମାଣ୍ଡ ଧ୍ୱଂସ ହୋଇଯିବାକୁ ବୁଝାଏ । ଏହି ସମୟରେ ସମଗ୍ର ବ୍ରହ୍ମାଣ୍ଡର ଜୀବମାନେ ମହାବିଷ୍ଣୁଙ୍କ ଶରୀରରେ ଲୀନ ହୋଇଯାଆନ୍ତି । ସେମାନଙ୍କର ସ୍ଥୁଳ ଏବଂ ସୂକ୍ଷ୍ମ ଶରୀର ଧ୍ୱଂସ ହୋଇଯାଏ, କିନ୍ତୁ କାରଣ ଶରୀର ରହିଥାଏ । ଯେତେବେଳେ ସୃଷ୍ଟିର ପରବର୍ତ୍ତୀ ଚକ୍ର ଆରମ୍ଭ ହୁଏ; ତାଙ୍କର କାରଣ ଶରୀରରେ ଗଚ୍ଛିତ ସଂସ୍କାର ଏବଂ କର୍ମ ଅନୁସାରେ, ସେମାନଙ୍କୁ ଜନ୍ମ ମିଳିଥାଏ ।
୪. ଆତ୍ୟନ୍ତିକ ପ୍ରଳୟ: ଯେତେବେଳେ ଜୀବ ଭଗବତ୍ ପ୍ରାପ୍ତି କରେ, ସେ ଜନ୍ମମୃତ୍ୟୁ ଚକ୍ରର ବନ୍ଧନରୁ ମୁକ୍ତ ହୋଇଯାଏ । ଅନାଦି କାଳରୁ ଜୀବ ଯେଉଁ ମାୟାର ବନ୍ଧନରେ ବାନ୍ଧି ହୋଇ ରହିଥାଏ, ସେହି ବନ୍ଧନର ବିଲୁପ୍ତିକୁ ଆତ୍ୟନ୍ତିକ ପ୍ରଳୟ କୁହାଯାଏ ।