ପରସ୍ତସ୍ମାତ୍ତୁ ଭାବୋଽନ୍ୟୋଽବ୍ୟକ୍ତୋଽବ୍ୟକ୍ତାତ୍ସନାତନଃ ।
ଯଃ ସ ସର୍ବେଷୁ ଭୂତେଷୁ ନଶ୍ୟତ୍ସୁ ନ ବିନଶ୍ୟତି ।।୨୦।।
ପରଃ - ଉର୍ଦ୍ଧ୍ୱରେ; ତସ୍ମାତ୍ - ତା’ଠାରୁ; ତୁ - କିନ୍ତୁ; ଭାବଃ - ସୃଷ୍ଟି; ଅନ୍ୟଃ- ଅନ୍ୟ; ଅବ୍ୟକ୍ତଃ - ଅପ୍ରକଟ; ଅବ୍ୟକ୍ତାତ୍-ଅପ୍ରକଟରୁ; ସନାତନଃ - ଶାଶ୍ୱତ; ଯଃ -ଯିଏ; ସଃ- ସେ; ସର୍ବେଷୁ- ସମସ୍ତ; ଭୂତେଷୁ - ଜୀବ; ନଶ୍ୟତ୍ସୁ -ସମାପ୍ତ ହୋଇଯାଆନ୍ତି; ନ -କେବେ ବି ନୁହେଁ; ବିନଶ୍ୟତି - ବିନାଶ ହେବା ।
BG 8.20: ବ୍ୟକ୍ତ ଏବଂ ଅବ୍ୟକ୍ତ ସୃଷ୍ଟିର ଉର୍ଦ୍ଧ୍ୱରେ ଆଉ ଏକ ଶାଶ୍ୱତ ଅବ୍ୟକ୍ତ ଜଗତ ରହିଛି । ସମସ୍ତ ଲୋକ ଲୋପ ହୋଇଗଲେ ମଧ୍ୟ ସେହି ଜଗତ ଲୋପ ହୁଏ ନାହିଁ ।
ପରସ୍ତସ୍ମାତ୍ତୁ ଭାବୋଽନ୍ୟୋଽବ୍ୟକ୍ତୋଽବ୍ୟକ୍ତାତ୍ସନାତନଃ ।
ଯଃ ସ ସର୍ବେଷୁ ଭୂତେଷୁ ନଶ୍ୟତ୍ସୁ ନ ବିନଶ୍ୟତି ।।୨୦।।
ବ୍ୟକ୍ତ ଏବଂ ଅବ୍ୟକ୍ତ ସୃଷ୍ଟିର ଉର୍ଦ୍ଧ୍ୱରେ ଆଉ ଏକ ଶାଶ୍ୱତ ଅବ୍ୟକ୍ତ ଜଗତ ରହିଛି । ସମସ୍ତ ଲୋକ ଲୋପ ହୋଇଗଲେ ମଧ୍ୟ ସେହି ଜଗତ ଲୋପ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ମାୟିକ ଜଗତ ଏବଂ ତାର ନଶ୍ୱରତା ବିଷୟରେ ତାଙ୍କର ମତ ବ୍ୟକ୍ତ କରିବା ପରେ, ଶ୍ରୀକୃଷ୍ଣ ଦିବ୍ୟ ଜଗତ ବିଷୟରେ ବର୍ଣ୍ଣନା କରିବାକୁ ଯାଉଛନ୍ତି । ଏହା ମାୟା ଶକ୍ତିର ସୀମା ବର୍ହିଭୂତ ଏବଂ ଭଗବାନଙ୍କର ଦିବ୍ୟ ଯୋଗାମୟା ଶକ୍ତି ଦ୍ୱାରା ସୃଷ୍ଟ ଅଟେ । ସମସ୍ତ ମାୟିକ ଜଗତ ଲୋପ ହେବା ସମୟରେ ମଧ୍ୟ ଏହା ଲୋପ ହୋଇ ନ ଥାଏ । ଶ୍ରୀକୃଷ୍ଣ ଶ୍ଲୋକ ୧୦-୪୨ରେ କହୁଛନ୍ତି, ସମଗ୍ର ସୃଷ୍ଟିର ତିନି ଚତୁର୍ଥାଂଶ ଦିବ୍ୟ ଜଗତ ଅଟେ ଏବଂ ଏକ ଚତୁର୍ଥାଂଶ ମାୟିକ ଜଗତ ଅଟେ ।