ଅବ୍ୟକ୍ତୋଽକ୍ଷର ଇତ୍ୟୁକ୍ତସ୍ତମାହୁଃ ପରମାଂ ଗତିମ୍ ।
ଯଂ ପ୍ରାପ୍ୟ ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ ।।୨୧।।
ଅବ୍ୟକ୍ତଃ - ଅବ୍ୟକ୍ତ; ଅକ୍ଷରଃ - ଅବିନାଶୀ; ଇତି - ଏହି ପ୍ରକାରେ; ଉକ୍ତଃ - କୁହା ଯାଇଛି; ତମ୍ - ଯାହା, ଆହୁଃ - କୁହାଯାଏ ; ପରମଂ - ପରମ; ଗତିମ୍ - ଲକ୍ଷ୍ୟସ୍ଥଳ; ଯଂ - ଯାହା; ପ୍ରାପ୍ୟ - ପ୍ରାପ୍ତ ହେଲେ; ନ - କଦାପି ନୁହେଁ; ନିବର୍ତନ୍ତେ - ଫେରନ୍ତି ନାହିଁ; ତତ୍-ଧାମ- ସେହି ଧାମ; ପରମଂ - ପରମ ; ମମ- ମୋର ।
BG 8.21: ସେହି ଅବ୍ୟକ୍ତ ଜଗତ ଜୀବର ଚରମ ଲକ୍ଷ୍ୟ ଅଟେ, ସେଠାରେ ପହଞ୍ôଚବା ପରେ ଜୀବ ଏହି ମାୟିକ ଜଗତକୁ ଫେରେ ନାହିଁ । ତାହା ମୋର ପରମ ଧାମ ଅଟେ ।
ଅବ୍ୟକ୍ତୋଽକ୍ଷର ଇତ୍ୟୁକ୍ତସ୍ତମାହୁଃ ପରମାଂ ଗତିମ୍ ।
ଯଂ ପ୍ରାପ୍ୟ ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ ।।୨୧।।
ସେହି ଅବ୍ୟକ୍ତ ଜଗତ ଜୀବର ଚରମ ଲକ୍ଷ୍ୟ ଅଟେ, ସେଠାରେ ପହଞ୍ôଚବା ପରେ ଜୀବ ଏହି ମାୟିକ ଜଗତକୁ ଫେରେ ନାହିଁ । ତାହା ମୋର ପରମ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଆଧ୍ୟାତ୍ମିକ ଜଗତର ଦିବ୍ୟ ଆକାଶକୁ ‘ପରବ୍ୟୋମ’ କୁହାଯାଏ । ଏଥିରେ ଭଗବାନଙ୍କର ବିଭିନ୍ନ ସ୍ୱରୂପର ଚିରନ୍ତନ ଲୋକ ରହିଥାଏ, ଯଥା ଗୋଲକ (ଶ୍ରୀକୃଷ୍ଣଙ୍କର ଲୋକ), ସାକେତ ଲୋକ (ଶ୍ରୀରାମଙ୍କର ଲୋକ), ବୈକୁଣ୍ଠ ଲୋକ (ନାରାୟଣଙ୍କର ଲୋକ) । ଶିବ ଲୋକ (ସଦାଶିବଙ୍କର ଲୋକ), ଦେବୀ ଲୋକ (ମା ଦୁର୍ଗାଙ୍କର ଲୋକ) ଇତ୍ୟାଦି । ଭଗବାନଙ୍କର ବିଭିନ୍ନ ସ୍ୱରୂପର ଏହି ସବୁ ଲୋକରେ ପରମାତ୍ମା ତାଙ୍କର ଦିବ୍ୟ ରୂପରେ, ତାଙ୍କର ପରିକରମାନଙ୍କ ସହିତ ନିତ୍ୟ ନିବାସ କରନ୍ତି । ଭଗବାନଙ୍କର ଏହି ସବୁ ସ୍ୱରୂପ ପରସ୍ପର ଠାରୁ ଅଭିନ୍ନ ଅଟନ୍ତି, ସେମାନେ ସେହି ଗୋଟିଏ ଭଗବାନଙ୍କର ବିଭିନ୍ନ ସ୍ୱରୂପ ଅଟନ୍ତି । ବ୍ୟକ୍ତି ଭଗବାନଙ୍କର ଯେଉଁ ସ୍ୱରୂପର ଉପାସନା କରେ, ଭଗବତ ପ୍ରାପ୍ତି ପରେ, ସେ ଭଗବାନଙ୍କର ସେହି ସ୍ୱରୂପର ଲୋକକୁ ଯାଏ । ଆତ୍ମା ଏକ ଦିବ୍ୟ ଶରୀର ପ୍ରାପ୍ତ କରି, ଭଗବାନଙ୍କର ଦିବ୍ୟ ଲୀଳାରେ ଅନନ୍ତ କାଳ ପାଇଁ ସମ୍ମିଳିତ ହୋଇଯାଏ ।