ଯତ୍ର କାଳେ ତ୍ୱନାବୃତ୍ତିମାବୃତ୍ତିଂ ଚୈବ ଯୋଗିନଃ ।
ପ୍ରୟାତା ଯାନ୍ତି ତଂ କାଳଂ ବକ୍ଷ୍ୟାମି ଭରତର୍ଷଭ ।।୨୩।।
ଅଗ୍ନିର୍ଜ୍ୟୋତିରହଃ ଶୁକ୍ଳଃ ଷଣ୍ମାସା ଉତ୍ତରାୟଣମ୍ ।
ତତ୍ର ପ୍ରୟାତା ଗଚ୍ଛନ୍ତି ବ୍ରହ୍ମ ବ୍ରହ୍ମବିଦୋ ଜନାଃ ।।୨୪।।
ଧୂମୋ ରାତ୍ରିସ୍ତଥା କୃଷ୍ଣଃ ଷଣ୍ମାସା ଦକ୍ଷିଣାୟନମ୍ ।
ତତ୍ର ଚାନ୍ଦ୍ରମସଂ ଜ୍ୟୋତିର୍ଯୋଗୀ ପ୍ରାପ୍ୟ ନିବର୍ତତେ ।।୨୫।।
ଶୁକ୍ଳକୃଷ୍ଣେ ଗତୀ ହ୍ୟେତେ ଜଗତଃ ଶାଶ୍ୱତେ ମତେ ।
ଏକୟା ଯାତ୍ୟନାବୃତ୍ତିମନ୍ୟୟାବର୍ତତେ ପୁନଃ ।।୨୬।।
ଯତ୍ର - ଯେଉଁ; କାଳେ - କାଳରେ, ସମୟରେ; ତୁ - ନିଶ୍ଚିତ ରୂପେ; ଅନାବୃତ୍ତିମ - ଫେରନ୍ତି ନାହିଁ; ଆବୃତ୍ତିମ୍ - ଫେରିବା; ଚ - ମଧ୍ୟ; ଏବ - ନିଶ୍ଚିତଭାବେ; ଯୋଗିନଃ - ଯୋଗୀ; ପ୍ରୟାତାଃ - ଚାଲିଯିବା ପରେ; ଯାନ୍ତି - ଯା’ନ୍ତି; ତଂ - ସେହି; କାଳମ୍ - କାଳ, ସମୟ; ବକ୍ଷ୍ୟାମି - ବର୍ଣ୍ଣନା କରୁଛି; ଭରତର୍ଷଭ - ହେ ଭରତଶ୍ରେଷ୍ଠ; ଅଗ୍ନିଃ - ଅଗ୍ନି; ଜ୍ୟୋତିଃ - ଆଲୋକ; ଅହଃ - ଦିବସ; ଶୁକ୍ଳଃ - ଶୁକ୍ଳ; ଷଟ୍ ମାସାଃ - ଛ’ମାସ; ଉତ୍ତରାୟଣମ୍ - ଯେତେବେଳେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହୁଏ; ତତ୍ର - ସେଠାରେ; ପ୍ରୟାତାଃ - ଚାଲିଯାଏ; ଗଚ୍ଛନ୍ତି - ମୃତ୍ୟୁବରଣ କରେ; ବ୍ରହ୍ମ - ବ୍ରହ୍ମ; ବ୍ରହ୍ମ ବିଦଃ - ବ୍ରହ୍ମଜ୍ଞାନୀ; ଜନାଃ - ପୁରୁଷ; ଧୂମଃ - ଧୂଆଁ; ରାତ୍ରିଃ - ରାତ୍ରି; ତଥା - ଏବଂ; କୃଷ୍ଣଃ -କୃଷ୍ଣପକ୍ଷ; ଷଟ୍-ମାସାଃ - ଛ’ମାସ; ଦକ୍ଷିଣ-ଅୟନଂ - ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତିକାଳ; ତତ୍ର - ସେଠାରେ; ଚାନ୍ଦ୍ରମସଂ - ଚନ୍ଦ୍ରଲୋକ; ଜ୍ୟୋତିଃ - ଆଲୋକ; ଯୋଗୀ - ଯୋଗୀ; ପ୍ରାପ୍ୟ - ପ୍ରାପ୍ତ ହୁଏ; ନିବର୍ତତେ - ପ୍ରତ୍ୟାବର୍ତ୍ତନ କରେ; ଶୁକ୍ଳ - ଆଲୋକ; କୃଷ୍ଣେ - ଅନ୍ଧକାର; ଗତୀ - ଇହଲୋକ ତ୍ୟାଗ; ହି - ନିଶ୍ଚିତରୂପେ; ଏତେ - ଏସବୁ; ଜଗତଃ - ଭୌତିକ ଜଗତର; ଶାଶ୍ୱତେ - ଚିରନ୍ତନ; ମତେ - ମତରେ; ଏକୟା - ଗୋଟିଏ; ଯାତି - ଯାଏ; ଅନାବୃତ୍ତିମ୍ - ପ୍ରତ୍ୟାବର୍ତ୍ତନ ନାହିଁ; ଅନ୍ୟୟା - ଅନ୍ୟ ଦ୍ୱାରା; ଆବର୍ତତେ - ପ୍ରତ୍ୟାବର୍ତ୍ତନ କରେ; ପୁନଃ - ପୁଣି ।
BG 8.23-26: ହେ ଭରତ ଶ୍ରେଷ୍ଠ! ମୁଁ ବର୍ତ୍ତମାନ ଏହି ଜଗତରୁ ତିରୋଧାନ ହେବାର ବିଭିନ୍ନ ମାର୍ଗ ବିଷୟରେ ବର୍ଣ୍ଣନା କରୁଅଛି । ଗୋଟିଏ ରାସ୍ତା ମୁକ୍ତି ପଥରେ ନେଇଯାଇଥାଏ ଏବଂ ଅନ୍ୟଟି ପୁନର୍ଜନ୍ମ ଦିଗକୁ ଅଗ୍ରସର କରାଏ । ଯେଉଁମାନେ ପରଂବ୍ରହ୍ମଙ୍କୁ ଜାଣନ୍ତି ଏବଂ ଯେଉଁମାନେ ସୂର୍ଯ୍ୟଙ୍କର ଉତ୍ତରାୟଣ କାଳର ଛଅ ମାସ, ଶୁକ୍ଳ ପକ୍ଷ ଓ ଦିବସର ମଧ୍ୟାହ୍ନ ସମୟରେ ଦେହତ୍ୟାଗ କରନ୍ତି, ସେମାନେ ଚରମ ଲକ୍ଷ୍ୟକୁ ପ୍ରାପ୍ତ କରିଥାନ୍ତି । ଯେଉଁମାନେ ବୈଦିକ କର୍ମକାଣ୍ଡ ପାଳନ କରନ୍ତି, ସୂର୍ଯ୍ୟଙ୍କର ଦକ୍ଷିଣାୟନ କାଳର ଛଅ ମାସ, କୃଷ୍ଣ ପକ୍ଷ ଏବଂ ସନ୍ଧ୍ୟା ସମୟରେ ଦେହତ୍ୟାଗ କରନ୍ତି, ସେମାନେ ସ୍ୱର୍ଗପ୍ରାପ୍ତି କରିଥାନ୍ତି । ସ୍ୱର୍ଗର ସୁଖ ଉପଭୋଗ କରିସାରିବା ପରେ ସେମାନେ ପୁଣି ସଂସାରକୁ ଫେରିଆସନ୍ତି । ଆଲୋକ ଏବଂ ଅନ୍ଧକାରର ଏହି ଦୁଇଟି ପଥ ଏହି ସଂସାରରେ ହିଁ ରହିଅଛି । ଯେପରି ଆଲୋକର ପଥ ମୁକ୍ତି ଦିଗକୁ ନେଇଥାଏ ସେହିପରି ଅନ୍ଧକାରର ପଥ ପୁର୍ନଜନ୍ମ ଦିଗକୁ ନେଇଯାଏ ।
ଯତ୍ର କାଳେ ତ୍ୱନାବୃତ୍ତିମାବୃତ୍ତିଂ ଚୈବ ଯୋଗିନଃ ।
ପ୍ରୟାତା ଯାନ୍ତି ତଂ କାଳଂ ବକ୍ଷ୍ୟାମି ଭରତର୍ଷଭ ।।୨୩।।
ଅଗ୍ନିର୍ଜ୍ୟୋତିରହଃ ଶୁକ୍ଳଃ ଷଣ୍ମାସା ଉତ୍ତରାୟଣମ୍ ।
ତତ୍ର ପ୍ରୟାତା ଗଚ୍ଛନ୍ତି ବ୍ରହ୍ମ ବ୍ରହ୍ମବିଦୋ ଜନାଃ ।।୨୪।।
ଧୂମୋ ରାତ୍ରିସ୍ତଥା କୃଷ୍ଣଃ ଷଣ୍ମାସା ଦକ୍ଷିଣାୟନମ୍ ।
ତତ୍ର ଚାନ୍ଦ୍ରମସଂ ଜ୍ୟୋତିର୍ଯୋଗୀ ପ୍ରାପ୍ୟ ନିବର୍ତତେ ।।୨୫।।
ଶୁକ୍ଳକୃଷ୍ଣେ ଗତୀ ହ୍ୟେତେ ଜଗତଃ ଶାଶ୍ୱତେ ମତେ ।
ଏକୟା ଯାତ୍ୟନାବୃତ୍ତିମନ୍ୟୟାବର୍ତତେ ପୁନଃ ।।୨୬।।
ହେ ଭରତ ଶ୍ରେଷ୍ଠ! ମୁଁ ବର୍ତ୍ତମାନ ଏହି ଜଗତରୁ ତିରୋଧାନ ହେବାର ବିଭିନ୍ନ ମାର୍ଗ ବିଷୟରେ ବର୍ଣ୍ଣନା କରୁଅଛି । ଗୋଟିଏ ରାସ୍ତା ମୁକ୍ତି ପଥରେ ନେଇଯାଇଥାଏ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
“ମୃତ୍ୟୁ ସମୟରେ ଆମେ କିପରି ଆପଣଙ୍କ ସହିତ ମିଳିତ ହୋଇପାରିବୁ?” ଶ୍ଲୋକ ୮-୨ରେ ଅର୍ଜୁନ ପଚାରିଥିବା ପ୍ରଶ୍ନ ପ୍ରତି ଶ୍ରୀକୃଷ୍ଣଙ୍କର ଏହି ସବୁ ଉକ୍ତି ଆଲୋକପାତ କରୁଅଛି । ଶ୍ରୀକୃଷ୍ଣ କହୁଛନ୍ତି ଦୁଇଟି ପଥ ରହିଛି । ଗୋଟିଏ ଆଲୋକର ପଥ ଏବଂ ଅନ୍ୟଟି ଅନ୍ଧକାରର ପଥ । ଆମେ ଏଠାରେ ଏହିସବୁ ରହସ୍ୟାତ୍ମକ ବ୍ୟକ୍ତବ୍ୟରୁ, ଆଧ୍ୟାତ୍ମିକ ତତ୍ତ୍ୱକୁ ଆଲୋକ ଏବଂ ଅନ୍ଧକାରର ଚମତ୍କାର ଉପମାରୁ ହୃଦ୍ବୋଧ କରିପାରିବା ।
ଉତ୍ତରାୟଣର ଛଅମାସ, ଶୁକ୍ଳପକ୍ଷ ଓ ମଧ୍ୟାହ୍ନ । ଏଗୁଡ଼ିକ ଆଲୋକର ସ୍ୱରୂପ । ଆଲୋକ ଜ୍ଞାନର ପ୍ରତୀକ ହୋଇଥିବା ବେଳେ ଅନ୍ଧକାର ଅଜ୍ଞାନର ପ୍ରତୀକ ଅଟେ । ଦକ୍ଷିଣାୟନ କାଳର ଛଅମାସ, କୃଷ୍ଣପକ୍ଷ, ରାତ୍ରି - ଏହିସବୁ ଅନ୍ଧକାରର ସ୍ୱରୂପ ଅଟନ୍ତି । ଯାହାର ଚେତନା ଭଗବାନଙ୍କଠାରେ ସ୍ଥିତ ଥାଏ ଏବଂ ଇନ୍ଦ୍ରିୟ ସୁଖ ପ୍ରତି ବୈରାଗ୍ୟଯୁକ୍ତ ଥାଏ, ସେ ଆଲୋକ (ଚେତନା ଏବଂ ଜ୍ଞାନ) ପଥରେ ପ୍ରସ୍ଥାନ କରେ । ବ୍ରହ୍ମଜ୍ଞାନ ଯୁକ୍ତ ହୋଇ ସେମାନେ ଭଗବାନଙ୍କର ଦିବ୍ୟ ଲୋକ ପ୍ରାପ୍ତ କରନ୍ତି ଏବଂ ସଂସାର ଚକ୍ରରୁ ମୁକ୍ତ ହୋଇ ଯାଆନ୍ତି । କିନ୍ତୁ ଯାହାର ମନ ସଂସାରରେ ଆସକ୍ତ, ସେମାନେ ଅନ୍ଧକାର ପଥରେ ପ୍ରସ୍ଥାନ କରନ୍ତି । ଭଗବାନଙ୍କ ପ୍ରତି ବିମୁଖ ରହିଥିବା କାରଣରୁ ଭ୍ରମରେ ଆତ୍ମାକୁ ଶରୀର ଜ୍ଞାନ କରି, ବନ୍ଧନଯୁକ୍ତ ହୋଇ, ସେମାନେ ଜନ୍ମ ମୃତ୍ୟୁର ଚକ୍ରରେ ଘୁରୁଥାନ୍ତି । ବୈଦିକ କର୍ମକାଣ୍ଡ ପାଳନ କରୁଥିବାରୁ, ସେମାନେ ଅସ୍ଥାୟୀ ଭାବେ, ଦେବତାମାନଙ୍କର ସ୍ୱର୍ଗଲୋକକୁ ପଦୋନ୍ନତି ପାଇଥାଆନ୍ତି । ସେଠାରୁ ପୁଣି ତାଙ୍କୁ ପୃଥିବୀ ଲୋକକୁ ଫେରିବାକୁ ପଡ଼ିଥାଏ । ଏହିପରି ଭାବରେ, ଦୁଇଟି ପଥ ମଧ୍ୟରୁ ମୃତ୍ୟୁରେ ବ୍ୟକ୍ତିକୁ ଯେ କୌଣସି ଗୋଟିଏ ପଥରେ ଯିବାକୁ ପଡିଥାଏ । ସେ ଆଲୋକ ପଥରେ ଯିବ କି ଅନ୍ଧକାର ପଥରେ ଯିବ, ତାହା ତା’ର କର୍ମ ନିର୍ଦ୍ଧାରଣ କରିଥାଏ ।