Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 8, Verse 27

ନୈତେ ସୃତୀ ପାର୍ଥ ଜାନନ୍‌ଯୋଗୀ ମୁହ୍ୟତି କଶ୍ଚନ ।
ତସ୍ମାତ୍ସର୍ବେଷୁ କାଳେଷୁ ଯୋଗଯୁକ୍ତୋ ଭବାର୍ଜୁନ ।।୨୭।।

ନ - କଦାପି ନୁହେଁ; ଏତେ - ଏସବୁ; ସୃତୀ - ବିଭିନ୍ନ ପନ୍ଥା; ପାର୍ଥ - ହେ ପୃଥା ପୁତ୍ର; ଜାନନ୍ - ଯଦିଓ ସେମାନେ ଜାଣନ୍ତି; ଯୋଗୀ - ଭଗବାନ୍‌ଙ୍କର ଭକ୍ତ; ମୁହ୍ୟତି - ମୁହ୍ୟମାନ ହୁଏ; କଶ୍ଚନ - କୌଣସି ; ତସ୍ମାତ୍ - ତେଣୁ; ସର୍ବେଷୁ - କାଳେଷୁ - ସର୍ବଦା; ଯୋଗ-ଯୁକ୍ତଃ - ଯୋଗରେ ସ୍ଥିତ; ଭବ - ହୁଅ; ଅର୍ଜୁନ - ହେ ଅର୍ଜୁନ ।

Translation

BG 8.27: ହେ ପାର୍ଥ! ଯେଉଁ ଯୋଗୀମାନେ ଏହି ଦୁଇଟି ମାର୍ଗର ରହସ୍ୟ ଜାଣନ୍ତି, ସେମାନେ କଦାପି ବିଚଳିତ ହୁଅନ୍ତି ନାହିଁ । ତେଣୁ ସେମାନେ ନିରନ୍ତର ଯୋଗ ଅବସ୍ଥାରେ (ଭଗବାନଙ୍କ ସହିତ ଏକତ୍ୱ) ସ୍ଥିତ ରହନ୍ତି ।

Commentary

ଯୋଗୀମାନେ ସେହି ପ୍ରକାର ସାଧକ ଅଟନ୍ତି, ଯେଉଁମାନେ ନିଜର ମନକୁ ସର୍ବଦା ଭଗବାନଙ୍କ ସହିତ ଏକ କରିଦେବାକୁ ଚେଷ୍ଟା କରୁଥାଆନ୍ତି । ନିଜକୁ ଭଗବାନଙ୍କର ଏକ କ୍ଷୁଦ୍ର ଅଂଶ ଭାବେ ହୃଦୟଙ୍ଗମ କରି ଏବଂ ସଂସାର ପ୍ରତି ଆସକ୍ତିର ବ୍ୟର୍ଥତା ଉପଲବ୍ଧି କରି, ସେମାନେ ଇନ୍ଦ୍ରିୟ ସୁଖକୁ କ୍ଷଣିକ ମନେ କରନ୍ତି ଓ ଭଗବାନଙ୍କ ପ୍ରତି ତାଙ୍କର ପ୍ରେମ ବୃଦ୍ଧି କରିବା ଦିଗରେ ଚେଷ୍ଟାରତ ରହନ୍ତି । ଅତଏବ ସେମାନେ ଆଲୋକ ପଥର ଅନୁସରଣ କରନ୍ତି । ଅନ୍ୟ ପକ୍ଷରେ, ଯେଉଁମାନେ ମାୟାରେ ଭ୍ରମିତ ହୋଇ ନଶ୍ୱର ଜଗତକୁ ଚିରନ୍ତନ, ଶରୀରକୁ ‘ମୁଁ’ ଓ ସଂସାରର ଦୁଃଖକୁ ସୁଖର ଉତ୍ସ ଭାବରେ ଚିନ୍ତା କରନ୍ତି, ସେମାନେ ଅନ୍ଧକାର ପଥର ଯାତ୍ରୀ ଅଟନ୍ତି ।  ଉଭୟ ପଥର ପରିଣାମ ସଂପୂର୍ଣ୍ଣ ଭାବରେ ବିପରୀତ ଅଟେ - ଗୋଟିଏ ଚିରନ୍ତନ ସ୍ୱର୍ଗୀୟ ସୁଖ ପ୍ରଦାନ କରିଥାଏ ଏବଂ ଅନ୍ୟଟି ମାୟିକ ସଂସାରର ଦୁଃଖ ଘେରକୁ ନେଇଯାଏ । ଶ୍ରୀକୃଷ୍ଣ ଏହି ଦୁଇଟି ମାର୍ଗର ବିଶ୍ଲେଷଣ କରି, ଯୋଗୀ ଭାବରେ ଆଲୋକର ମାର୍ଗ ଅନୁସରଣ କରିବାକୁ ଅର୍ଜୁନଙ୍କୁ ଉପଦେଶ ଦେଇଛନ୍ତି ।

ସେ, ସେଠାରେ ‘ସର୍ବଦା’ ଶବ୍ଦର ବ୍ୟବହାର କରିଛନ୍ତି, ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଆମ୍ଭମାନଙ୍କ ମଧ୍ୟରୁ ଅନେକ ଆଲୋକର ପଥ କିଛି ସମୟ ପାଇଁ ଅନୁସରଣ କରିଥାଏ, କିନ୍ତୁ ପୁଣି ଅନ୍ଧକାର ପଥକୁ ଫେରି ଆସିଥାଏ । ଯଦି ଜଣେ ଉତ୍ତର ଦିଗକୁ ଯିବାକୁ ଇଚ୍ଛା କରେ, କିନ୍ତୁ ଏକ ମାଇଲ ଉତ୍ତରକୁ ଯିବା ପରେ ଚାରି ମାଇଲ ଦକ୍ଷିଣକୁ ଯାଏ, ତେବେ ନିଜର ସମସ୍ତ ଉଦ୍ୟମ ସତ୍ତ୍ୱେ, ସେ ଦକ୍ଷିଣ ଦିଗରେ ହିଁ ପହଞ୍ôଚଯିବ । ସେହିପରି ଦିନରେ କିଛି ସମୟ ପାଇଁ ଆଲୋକର ପଥ ଅନୁସରଣ କରି ଆମେ ପ୍ରଗତି ଆଶା କରିପାରିବା ନାହିଁ । ଆମେ ନିରନ୍ତର ଭାବରେ ଠିକ୍ ଦିଗରେ ଅଗ୍ରସର ହେବା ଉଚିତ ଏବଂ ଭୁଲ ଦିଗରେ ଯିବା ବନ୍ଦ କରିବା ଉଚିତ । ତା’ହେଲେ ଯାଇଁ ଆମେ ଆଗକୁ ଯାଇପାରିବା । ସୁତରାଂ, ଶ୍ରୀକୃଷ୍ଣ କହୁଛନ୍ତି “ସର୍ବଦା ଯୋଗୀ ହୁଅ ।”

Bookmark this Verse

Sign in to save your favorite verses.

Add a Note
Swami Mukundananda
8. ଅକ୍ଷର ବ୍ରହ୍ମ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!