Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 8, Verse 28

ବେଦେଷୁ ଯଜେ୍ଞଷୁ ତପଃସୁ ଚୈବ
ଦାନେଷୁ ଯତ୍ ପୁଣ୍ୟଫଳଂ ପ୍ରଦିଷ୍ଟମ୍ ।
ଅତ୍ୟେତି ତତ୍ ସର୍ବମିଦଂ ବିଦିତ୍ୱା
ଯୋଗୀ ପରଂ ସ୍ଥାନମୁପୈତି ଚାଦ୍ୟମ୍ ।।୨୮।।

ବେଦେଷୁ - ବେଦାଧ୍ୟୟନ; ଯଜେ୍ଞଷୁ - ଯଜ୍ଞାନୁଷ୍ଠାନ; ତପଃସୁ - ତପସ୍ୟା; ଚ - ଏବଂ; ଏବ - ନିଶ୍ଚିତଭାବରେ; ଦାନେଷୁ - ଦାନ କରିବାରେ; ଯତ୍ - ଯେଉଁ; ପୁଣ୍ୟ-ଫଳମ୍ - ପୁଣ୍ୟ ଫଳ; ପ୍ରଦିଷ୍ଟମ୍ - ନିର୍ଦ୍ଦେଶିତ; ଅତ୍ୟେତି - ଅତିକ୍ରମ କରିଯାଏ; ତତ୍ ସର୍ବଂ- ସେହି ସବୁ; ଇଦଂ - ଏହା; ବିଦିତ୍ୱା - ଜାଣି, ଯୋଗୀ - ଭକ୍ତ; ପରଂ -ପରମ; ସ୍ଥାନମ୍ - ସ୍ଥାନ; ଉପୈତି -ପ୍ରାପ୍ତହୁଏ; ଚ - ଏବଂ; ଆଦ୍ୟମ୍ - ମୌଳିକ ।

Translation

BG 8.28: ଯେଉଁ ଯୋଗୀମାନେ ଏହି ରହସ୍ୟକୁ ଜାଣନ୍ତି, ସେମାନେ ବୈଦିକ ପୂଜା-ବ୍ରତାଦି, ବେଦ ଅଧ୍ୟୟନ, ଯଜ୍ଞାଦିକ ଅନୁଷ୍ଠାନ, ଦାନ, କର୍ମ, ତପତ୍ସର୍ଯ୍ୟା ଇତ୍ୟାଦିର ଫଳ ଠାରୁ ଉଚ୍ଚତର ଫଳ ପ୍ରାପ୍ତ କରି ଥାଆନ୍ତି । ଏପରି ଯୋଗୀମାନେ ଭଗବାନଙ୍କର ପରମ ଧାମ ପ୍ରାପ୍ତ କରିଥାଆନ୍ତି ।

Commentary

ଆମେ ବୈଦିକ ରୀତିରେ କର୍ମକାଣ୍ଡ କରିପାରୁ, ଜ୍ଞାନ ଅର୍ଜନ କରିପାରୁ, ତପଶ୍ଚର୍ଯ୍ୟା କରିପାରୁ ବା ଦାନ ଇତ୍ୟାଦି କରିପାରୁ, କିନ୍ତୁ ଭଗବାନଙ୍କର ଭକ୍ତି ନ କରିବା ଯାଏଁ ଜାଣିବାକୁ ହେବ ଯେ ଆମେ ଆଲୋକର ପଥ ଅନୁସରଣ କରୁନାହୁଁ । ଏହି ସବୁ ପାର୍ଥିବ ଉତ୍ତମ କର୍ମ ଦ୍ୱାରା ସାଂସାରିକ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇପାରେ, କିନ୍ତୁ ଭଗବାନଙ୍କ ପ୍ରତି ଭକ୍ତି ସାଂସାରିକ ବନ୍ଧନରୁ ମୁକ୍ତି ଦେଇଥାଏ ।

ରାମାୟଣ କହେ:

“ନେମ ଧର୍ମ ଆଚାର ତପ ଜ୍ଞାନ ଯଜ୍ଞ ଜପ ଦାନ,
ଭେଷଜ ପୁନି କୋଟିନ ନହିଁ ରୋଗ ଜାହିଁ ହରିଜାନ ।”

“ତୁମେ ଉତ୍ତମ ଆଚରଣ, ଧର୍ମ-କର୍ମ, ତପସ୍ୟା, ଯଜ୍ଞ, ଅଷ୍ଟାଙ୍ଗ ଯୋଗ, ମନ୍ତ୍ର ଜପ ଏବଂ ଦାନ ଇତ୍ୟାଦି କରିପାର । କିନ୍ତୁ ତଦ୍ୱାରା ସଂସାର ପ୍ରତି ଆସକ୍ତି ରୂପକ ମାନସିକ ରୋଗର ଉପଶମ ହେବ ନାହିଁ ।

            ଯେଉଁ ଯୋଗୀମାନେ ଆଲୋକର ପଥ ଅନୁସରଣ କରନ୍ତି, ସେମାନେ ସଂସାରରୁ ମନକୁ ହଟାଇ, ଭଗବାନଙ୍କଠାରେ ଆସକ୍ତ କରନ୍ତି, ଯଦ୍ୱାରା ସେମାନେ ଚିରନ୍ତନ ଲାଭ ପ୍ରାପ୍ତ କରିଥାନ୍ତି । ଅତଏବ ଶ୍ରୀକୃଷ୍ଣ କହୁଛନ୍ତି,  ଅନ୍ୟ ସମସ୍ତ ପ୍ରକ୍ରିୟା ଦ୍ୱାରା ପ୍ରାପ୍ତ ହେଉଥିବା ଫଳ ଅପେକ୍ଷା ସେମାନେ ଉନ୍ନତତର ଫଳ ପ୍ରାପ୍ତ କରିଥାନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
8. ଅକ୍ଷର ବ୍ରହ୍ମ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!