ଶ୍ରୀ ଭଗବାନୁବାଚ
ଅକ୍ଷରଂ ବ୍ରହ୍ମ ପରମଂ ସ୍ୱଭାବୋଽଧ୍ୟାତ୍ମମୁଚ୍ୟତେ ।
ଭୂତଭାବୋଦ୍ଭବକରୋ ବିସର୍ଗଃ କର୍ମସଂଜ୍ଞିତଃ ।।୩।।
ଶ୍ରୀ ଭଗବାନ ଉବାଚ - ଶ୍ରୀ ଭଗବାନ କହିଲେ; ଅକ୍ଷରଂ - ଅବିନାଶୀ ; ବ୍ରହ୍ମ- ବ୍ରହ୍ମ; ପରମଂ - ପରମ, (ଶ୍ରେଷ୍ଠ); ସ୍ୱଭାବଃ - ଶାଶ୍ୱତ ପ୍ରକୃତି; ଅଧ୍ୟାତ୍ମଂ - ଆତ୍ମା; ଉଚ୍ୟତେ - କୁହାଯାଏ; ଭୂତ-ଭାବ-ଉଦ୍ଭବ-କରଃ - ଜୀବର ଭୌତିକ ବ୍ୟକ୍ତିତ୍ୱ ଅନୁରୂପ କର୍ମ; ବିସର୍ଗଃ - ସୃଷ୍ଟି; କର୍ମ - ଫଳଦାୟକ କର୍ମ; ସଂଜ୍ଞିତଃ - କୁହାଯାଏ ।
BG 8.3: ଶ୍ରୀ ଭଗବାନ କହିଲେ: ସେହି ସର୍ବଶ୍ରେଷ୍ଠ ଅବିନଶ୍ୱର ସତ୍ତାକୁ ବ୍ରହ୍ମ କୁହାଯାଏ । ଜୀବର ନିଜସ୍ୱ ସତ୍ତାକୁ ଅଧ୍ୟାତ୍ମ କୁହାଯାଏ । ଜୀବର ଭୌତିକ ବ୍ୟକ୍ତିତ୍ୱର ଅଭିବୃଦ୍ଧି ନିମନ୍ତେ କରାଯାଉ ଥିବା କାର୍ଯ୍ୟକୁ କର୍ମ ବା ଫଳଦାୟକ କର୍ମ କୁହାଯାଏ ।
ଶ୍ରୀ ଭଗବାନୁବାଚ
ଅକ୍ଷରଂ ବ୍ରହ୍ମ ପରମଂ ସ୍ୱଭାବୋଽଧ୍ୟାତ୍ମମୁଚ୍ୟତେ ।
ଭୂତଭାବୋଦ୍ଭବକରୋ ବିସର୍ଗଃ କର୍ମସଂଜ୍ଞିତଃ ।।୩।।
ଶ୍ରୀ ଭଗବାନ କହିଲେ: ସେହି ସର୍ବଶ୍ରେଷ୍ଠ ଅବିନଶ୍ୱର ସତ୍ତାକୁ ବ୍ରହ୍ମ କୁହାଯାଏ । ଜୀବର ନିଜସ୍ୱ ସତ୍ତାକୁ ଅଧ୍ୟାତ୍ମ କୁହାଯାଏ । ଜୀବର ଭୌତିକ ବ୍ୟକ୍ତିତ୍ୱର ଅଭିବୃଦ୍ଧି …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଶ୍ରୀକୃଷ୍ଣ କହୁଛନ୍ତି ଯେ ପରାତ୍ପର ତତ୍ତ୍ୱକୁ ବ୍ରହ୍ମ କୁହାଯାଏ । (ବେଦରେ ଉଲ୍ଲେଖଥିବା ଭଗବାନଙ୍କର ଅନେକ ନାମ ମଧ୍ୟରୁ ଗୋଟିଏ ନାମ ବ୍ରହ୍ମ ଅଟେ) । ଏହା ସୀମାତୀତ, କାଳାତୀତ ଏବଂ ‘କାରଣ-କାର୍ଯ୍ୟ’ର ଚକ୍ରର ଅତୀତ ଅଟେ । ଏସବୁ ଭୌତିକ ଜଗତର ଲକ୍ଷଣ ଅଟେ, ଅଥଚ ବ୍ରହ୍ମଙ୍କର ସ୍ଥିତି ଭୌତିକ ଅନୁଭୂତିର ଊର୍ଦ୍ଧ୍ୱରେ । ବିଶ୍ୱ ବ୍ରହ୍ମାଣ୍ଡର ପରିବର୍ତ୍ତନରେ ସେ ପ୍ରଭାବିତ ହୁଅନ୍ତି ନାହିଁ; ସେ ଅବିନଶ୍ୱର ଅଟନ୍ତି । ତେଣୁ ତାଙ୍କୁ ‘ଅକ୍ଷରଂ’ ଭାବରେ ବର୍ଣ୍ଣନା କରାଯାଇଅଛି । ବୃହଦାରଣ୍ୟକ ଉପନିଷଦର ୩.୮.୮ରେ ବ୍ରହ୍ମଙ୍କର ଏହି ସମାନ ରୂପର ବର୍ଣ୍ଣନା କରାଯାଇଅଛି: “ଜ୍ଞାନୀମାନେ ବ୍ରହ୍ମଙ୍କୁ ଅକ୍ଷର (ଅବିନଶ୍ୱର) କୁହନ୍ତି । ତାଙ୍କୁ ପରଂ (ସର୍ବଶ୍ରେଷ୍ଠ) ରୂପେ ମଧ୍ୟ ଆଖ୍ୟାୟିତ କରାଯାଏ, କାରଣ ସେ ଏପରି ଗୁଣର ଅଧିକାରୀ ଅଟନ୍ତି ଯାହା ମାୟା ଏବଂ ଜୀବ ଗୁଣର ବହୁ ଉର୍ଦ୍ଧ୍ୱରେ ।
ଆଧ୍ୟାତ୍ମିକ ପଥକୁ ‘ଆଧ୍ୟାତ୍ମ’ କୁହାଯାଏ ଏବଂ ଆତ୍ମାର ବିଜ୍ଞାନକୁ ମଧ୍ୟ ଆଧ୍ୟାତ୍ମ କୁହାଯାଏ । କିନ୍ତୁ ଏଠାରେ ଏହି ଶବ୍ଦଟି ନିଜ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି, ଯାହା ଆତ୍ମା, ଶରୀର, ମନ ଏବଂ ବୁଦ୍ଧିକୁ ବୁଝାଇ ଥାଏ ।
କର୍ମର ତାତ୍ପର୍ଯ୍ୟ ନିଜ ଦ୍ୱାରା କରାଯାଉଥିବା କାର୍ଯ୍ୟ, ଯାହା ଜନ୍ମ ଜନ୍ମ ଧରି ଜୀବର ସ୍ୱତନ୍ତ୍ର ଅସ୍ତିତ୍ୱ ନିର୍ଦ୍ଧାରଣ କରିଥାଏ । ଏହି କର୍ମ ଜୀବକୁ ସଂସାରରେ (ମାୟିକ ଜଗତର ଚକ୍ରରେ) ଘୂରାଉଥାଏ ।