ଅନ୍ତକାଳେ ଚ ମାମେବ ସ୍ମରନ୍ ମୁକ୍ତ୍ୱା କଳେବରମ୍ ।
ଯଃ ପ୍ରୟାତି ସ ମଦ୍ଭାବଂ ଯାତି ନାସ୍ତ୍ୟତ୍ର ସଂଶୟଃ ।।୫।।
ଅନ୍ତକାଳେ - ଜୀବନର ଶେଷ ସମୟରେ; ଚ - ମଧ୍ୟ; ମାମ୍- ମୋତେ; ଏବ- ନିଶ୍ଚିତରୂପେ; ସ୍ମରନ୍ - ସ୍ମରଣ କରି; ମୁକ୍ତ୍ୱା - ତ୍ୟାଗକରି; କଳେବରମ୍ - ଶରୀର; ଯଃ- ଯେ; ପ୍ରୟାତି - ଯାଏ; ସଃ - ସେ; ମଦ୍-ଭାବମ୍ - ମୋ ପ୍ରକୃତି; ଯାତି -ପ୍ରାପ୍ତ ହୁଏ; ନାସ୍ତି - ନାହିଁ; ଅତ୍ର - ଏଠାରେ; ସଂଶୟଃ - ସନ୍ଦେହ ।
BG 8.5: ଯେଉଁମାନେ ମୃତ୍ୟୁ ସମୟରେ ମୋତେ ସ୍ମରଣ କରି ଶରୀର ତ୍ୟାଗ କରନ୍ତି, ସେମାନେ ମୋତେ ପ୍ରାପ୍ତ କରିବେ । ଏଥିରେ କୌଣସି ସନ୍ଦେହ ନାହିଁ ।
ଅନ୍ତକାଳେ ଚ ମାମେବ ସ୍ମରନ୍ ମୁକ୍ତ୍ୱା କଳେବରମ୍ ।
ଯଃ ପ୍ରୟାତି ସ ମଦ୍ଭାବଂ ଯାତି ନାସ୍ତ୍ୟତ୍ର ସଂଶୟଃ ।।୫।।
ଯେଉଁମାନେ ମୃତ୍ୟୁ ସମୟରେ ମୋତେ ସ୍ମରଣ କରି ଶରୀର ତ୍ୟାଗ କରନ୍ତି, ସେମାନେ ମୋତେ ପ୍ରାପ୍ତ କରିବେ । ଏଥିରେ କୌଣସି ସନ୍ଦେହ ନାହିଁ ।
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ପରବର୍ତ୍ତୀ ଶ୍ଲୋକରେ ଶ୍ରୀକୃଷ୍ଣ ଏହି ତଥ୍ୟ ଉପସ୍ଥାପନ କରିବେ ଯେ ଜୀବର ପରବର୍ତ୍ତୀ ଜନ୍ମ, ମୃତ୍ୟୁ ସମୟରେ ତାର ଚିନ୍ତନ ଏବଂ ମାନସିକ ସ୍ଥିତି ଦ୍ୱାରା ନିର୍ଦ୍ଧାରିତ ହୁଏ । ଏଣୁ ମୃତ୍ୟୁ ସମୟରେ, ଯଦି ଜଣେ ଭଗବାନଙ୍କ ଦିବ୍ୟ ନାମ, ରୂପ, ଗୁଣ, ଲୀଳା ଓ ଧାମର ଚିନ୍ତନରେ ନିମଗ୍ନ ରହେ, ତେବେ ସେ ତାର ଭଗବତ୍ ପ୍ରାପ୍ତିର ଇପ୍ସିତ୍ ଲକ୍ଷ୍ୟ ପ୍ରାପ୍ତ କରେ । ଶ୍ରୀକୃଷ୍ଣ ଏଠାରେ “ମଦ୍ଭାବମ୍” ଶବ୍ଦ ପ୍ରୟୋଗ କରିଛନ୍ତି ଯାହାର ଅର୍ଥ “ଭଗବାନଙ୍କ ପରି ସ୍ୱଭାବ” । ଅତଏବ, ମୃତ୍ୟୁ ସମୟରେ ଯଦି ଜଣଙ୍କର ଚେତନା ଭଗବାନଙ୍କଠାରେ ସନ୍ନିବିଷ୍ଟ ରହିଥାଏ, ତେବେ ସେ ତାଙ୍କୁ ପ୍ରାପ୍ତ କରି ଭଗବତ୍ ସ୍ୱରୂପ ହୋଇଯାଏ ।