Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 9, Verse 1

ଶ୍ରୀ ଭଗବାନୁବାଚ
ଇଦଂ ତୁ ତେ ଗୁହ୍ୟତମଂ ପ୍ରବକ୍ଷ୍ୟାମ୍ୟନସୂୟବେ ।
ଜ୍ଞାନଂ ବିଜ୍ଞାନସହିତଂ ଯଜ୍‌ଜ୍ଞାତ୍ୱା ମୋକ୍ଷ୍ୟସେଽଶୁଭାତ ।।୧।।

ଶ୍ରୀ ଭଗବାନ୍ ଉବାଚ - ପରମପୁରୁଷ ଭଗବାନ କହିଲେ; ଇଦଂ - ଏହା; ତୁ - କିନ୍ତୁ; ତେ - ତୁମକୁ ; ଗୁହ୍ୟତମଂ- ଅତ୍ୟନ୍ତ ଗୁପ୍ତ; ପ୍ରବକ୍ଷ୍ୟାମି - ମୁଁ କହୁଛି ; ଅନୁସୂୟବେ - ଯେଉଁମାନେ ଈର୍ଷାଳୁ ନୁହନ୍ତି; ଜ୍ଞାନଂ - ଜ୍ଞାନ ; ବିଜ୍ଞାନ - ଅନୁଭୂତ ଜ୍ଞାନ ; ସହିତଂ - ସହିତ ର୍ ଯତ୍ - ଯାହା ; ଜ୍ଞାତ୍ୱା - ଜାଣି ; ମୋକ୍ଷ୍ୟସେ - ମୁକ୍ତ ହେବ ; ଅଶୁଭାତ୍ - ଏହି ଦୁଃଖଦାୟକ ଭୌତିକ ସ୍ଥିତିରୁ (ଅର୍ଥାତ୍ ସଂସାରରୁ)

Translation

BG 9.1: ଭଗବାନ କହିଲେ: ହେ ଅର୍ଜୁନ, ଯେହେତୁ ତୁମେ ମୋ ପ୍ରତି ଈର୍ଷା ପରାୟଣ ନୁହଁ, ବର୍ତ୍ତମାନ ମୁଁ ତୁମକୁ ଏହି ଅତ୍ୟନ୍ତ ଗୁପ୍ତ ଜ୍ଞାନ ପ୍ରଦାନ କରିବି, ଯାହା ଜାଣିବା ପରେ ତୁମେ ମାୟିକ ସଂସାରର ଦୁଃଖରୁ ମୁକ୍ତ ହୋଇଯିବ ।

Commentary

ବିଷୟ ପ୍ରାରମ୍ଭରୁ ହିଁ ଶ୍ରୀକୃଷ୍ଣ ଏହି ଉପଦେଶ ଶୁଣିବାର ଯୋଗ୍ୟତା ଘୋଷଣା କରୁଛନ୍ତି । ‘ଅନସୂୟବେ’ ଅର୍ଥ ‘ଈର୍ଷାପରାୟଣ ନହେବା,’ ସେ ଅର୍ଜୁନଙ୍କୁ କହୁଛନ୍ତି ଯେ ଯେହେତୁ ଅର୍ଜୁନ ତାଙ୍କ ପ୍ରତି ଈର୍ଷାନ୍ୱିତ ନୁହଁନ୍ତି; ତେଣୁ ସେ ଏହି ବିଷୟ ତାଙ୍କ ସମ୍ମୁଖରେ ପ୍ରକାଶ କରୁଛନ୍ତି । ଶ୍ରୀକୃଷ୍ଣ ଏହା ସ୍ପଷ୍ଟ କରିବାର ଉଦ୍ଦେଶ୍ୟ ହେଲା, ବର୍ତ୍ତମାନ ସେ ନିଜକୁ ବିପୁଳ ଭାବରେ ମହିମାନ୍ୱିତ କରିବାକୁ ଯାଉଛନ୍ତି । “ଅନସୂୟବେ”ର ଅନ୍ୟ ଏକ ଅର୍ଥ ହେଲା “ଯିଏ ଉପହାସ କରେ ନାହିଁ” । ଯେଉଁ ଶ୍ରୋତାମାନେ ଏପରି ଭାବିବେ ଯେ ଶ୍ରୀକୃଷ୍ଣ ବାହାସ୍ପୋଟ ମାରୁଛନ୍ତି ସେମାନେ ଏହି ଉପଦେଶ ଶୁଣି ଉପକୃତ ହେବେ ନାହିଁ । ବରଂ ସେମାନେ ନିଜର କ୍ଷତି କରିବେ, କାରଣ ସେମାନେ ଭାବିବେ, “ଦେଖ ଏହି ଦମ୍ଭୀ ବ୍ୟକ୍ତିକୁ, ସେ କିପରି ନିଜର ପ୍ରଶଂସା କରୁଛି” ।

ଅହଂକାର ଏବଂ ଗର୍ବରୁ ଉତ୍ପନ୍ନ ଏହି ମନୋଭାବ, ବ୍ୟକ୍ତିର ଭଗବଦୀୟ ଶ୍ରଦ୍ଧାକୁ ହ୍ରାସ କରାଏ । ଈର୍ଷାନ୍ୱିତ ବ୍ୟକ୍ତି ଏହି ସାଧାରଣ ବିଷୟ ବୁଝିପାରନ୍ତି ନାହିଁ ଯେ ଭଗବାନଙ୍କର ନିଜସ୍ୱ କୌଣସି ଆବଶ୍ୟକତା ନ ଥାଏ, ସେ ଯାହାବି କରନ୍ତି ଜୀବର କଲ୍ୟାଣ ଉଦ୍ଦେଶ୍ୟରେ କରନ୍ତି । ନିଜକୁ ମହିମାନ୍ୱିତ କରିବାର ପୃଷ୍ଠଦେଶରେ ତାଙ୍କର ବାସ୍ତବ ଉଦ୍ଦେଶ୍ୟ ହେଲା ଜୀବର ତାଙ୍କ ପ୍ରତି ଭକ୍ତିଭାବ ବୃଦ୍ଧି କରିବା, ଅନ୍ୟଥା ଆମ୍ଭମାନଙ୍କ ପରି ତାଙ୍କଠାର କୌଣସି ଅହମିକା ଜନିତ ଦୋଷ ନାହିଁ । ଯୀଶୁ ଯେତେବେଳେ କହିଥିଲେ, “ମୁଁ ହିଁ ପଥ ଓ ମୁଁ ହିଁ ମାର୍ଗ”, ସେ ଶ୍ରୋତାମାନଙ୍କ ପ୍ରତି ଦୟା ପରବଶ ହୋଇ ତାହା କହିଥିଲେ, ତାହା ତାଙ୍କ ଗର୍ବର ପରିପ୍ରକାଶ ନୁହେଁ । ଜଣେ ସଦ୍‌ଗୁରୁ ଭାବରେ ସେ ନିଜର ଶିଷ୍ୟମାନଙ୍କୁ କହୁଛନ୍ତି, ଈଶ୍ୱରଙ୍କ ପ୍ରତି ମାର୍ଗ ଗୁରୁଙ୍କ ମାଧ୍ୟମରେ ହିଁ ଅଟେ । କିନ୍ତୁ ଈର୍ଷାଭାବାପନ୍ନ ବ୍ୟକ୍ତି ଏହି ବକ୍ତବ୍ୟ ପଛରେ ନିହିତ ଥିବା କୃପା ଅନୁଭବ ନ କରି, ତାହାକୁ ଆତ୍ମଗର୍ବ ଭାବେ ଚିତ୍ରଣ କରନ୍ତି । ଅର୍ଜୁନ ଉଦାର ଏବଂ ଈର୍ଷା ରହିତ ହୋଇଥିବା ଦୃଷ୍ଟିରୁ, ଏହି ଅଧ୍ୟାୟରେ ଶ୍ରୀକୃଷ୍ଣ ପ୍ରକାଶ କରିବାକୁ ଯାଉଥିବା ଗୁଢ଼ଜ୍ଞାନ ଶ୍ରବଣ କରିବାର ସେ ଯୋଗ୍ୟ ଅଧିକାରୀ ଅଟନ୍ତି ।

ଦ୍ୱିତୀୟ ଅଧ୍ୟାୟରେ ଶ୍ରୀକୃଷ୍ଣ ଏହି ଜ୍ଞାନ ପ୍ରଦାନ କରିଥିଲେ ଯେ, ଆତ୍ମା ଶରୀରଠାରୁ ପୃଥକ ଏକ ନିର୍ଦ୍ଦିଷ୍ଟ ସତ୍ତା ଅଟେ । ତାହା ଗୁହ୍ୟ ବା ଗୁପ୍ତ ଜ୍ଞାନ ଅଟେ । ସପ୍ତମ ଓ ଅଷ୍ଟମ ଅଧ୍ୟାୟରେ ସେ ତାଙ୍କର ଶକ୍ତି ବିଷୟରେ ଧାରଣା ଦେଲେ, ଯାହା ଗୁହ୍ୟତର ଅଟେ । ନବମ ଓ ତତ୍ ପରବର୍ତ୍ତୀ ଅଧ୍ୟାୟ ମାନଙ୍କରେ ଯେ ତାଙ୍କର ବିଶୁଦ୍ଧ ଭକ୍ତି ବିଷୟକ ଜ୍ଞାନ ପ୍ରକାଶ କରିବେ ଯାହା ଗୁହ୍ୟତମ ବା ସର୍ବାଧିକ ଗୁପ୍ତ ଅଟେ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
9. ରାଜବିଦ୍ୟା ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!