ମୋଘାଶା ମୋଘୋକର୍ମାଣୋ ମୋଘଜ୍ଞାନା ବିଚେତସଃ ।
ରାକ୍ଷସୀମାସୁରୀଂ ଚୈବ ପ୍ରକୃତିଂ ମୋହିନୀଂ ଶ୍ରିତାଃ ।।୧୨।।
ମୋଘାଶା -ନୈରାଶ୍ୟଯୁକ୍ତ ; ମୋଘକର୍ମାଣାଃ - କର୍ମରେ ହତାଶ; ମୋଘ-ଜ୍ଞାନାଃ - ଜ୍ଞାନରେ ହତାଶ; ବିଚେତସଃ - ଭ୍ରମିତ; ରାକ୍ଷସୀଂ - ରାକ୍ଷସ ସ୍ୱଭାବ ବିଶିଷ୍ଟ; ଆସୁରୀଂ - ନାସ୍ତିକସ୍ୱଭାବ ବିଶିଷ୍ଟ; ଚ - ଏବଂ, ଏବ - ନିଶ୍ଚିତଭାବରେ; ପ୍ରକୃତିଂ - ପ୍ରକୃତି; ମୋହିନୀଂ - ବିମୋହିତ; ଶ୍ରିତାଃ - ଆଶ୍ରୟ ନେଇ ।
BG 9.12: ଏପରି ମନୁଷ୍ୟମାନେ, ମାୟାଶକ୍ତି ଦ୍ୱାରା ମୋହିତ ହୋଇ, ରାକ୍ଷସ ଓ ନାସ୍ତିକ ସ୍ୱଭାବ ଯୁକ୍ତ ହୋଇଯାଆନ୍ତି । ସେହି ବିମୋହିତ ଅବସ୍ଥାରେ ତାଙ୍କର କଲ୍ୟାଣର ଆଶା ବ୍ୟର୍ଥ ହୁଏ, ତାଙ୍କର ସବୁକର୍ମ ନଷ୍ଟ ହୋଇଯାଏ ଏବଂ ତାଙ୍କର ଜ୍ଞାନ ପ୍ରାପ୍ତି ପାଇଁ ପ୍ରୟାସ ଭ୍ରମିତ ହୋଇଯାଏ ।
ମୋଘାଶା ମୋଘୋକର୍ମାଣୋ ମୋଘଜ୍ଞାନା ବିଚେତସଃ ।
ରାକ୍ଷସୀମାସୁରୀଂ ଚୈବ ପ୍ରକୃତିଂ ମୋହିନୀଂ ଶ୍ରିତାଃ ।।୧୨।।
ଏପରି ମନୁଷ୍ୟମାନେ, ମାୟାଶକ୍ତି ଦ୍ୱାରା ମୋହିତ ହୋଇ, ରାକ୍ଷସ ଓ ନାସ୍ତିକ ସ୍ୱଭାବ ଯୁକ୍ତ ହୋଇଯାଆନ୍ତି । ସେହି ବିମୋହିତ ଅବସ୍ଥାରେ ତାଙ୍କର କଲ୍ୟାଣର ଆଶା ବ୍ୟର୍ଥ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଭଗବାନଙ୍କର ସାକାର ସ୍ୱରୂପକୁ ନେଇ ଅନେକ ପ୍ରକାରର ନାସ୍ତିକ ମତ ସଂସାରରେ ପ୍ରଚଳିତ ଅଛି । କେହି କେହି କହିଥାନ୍ତି, ଭଗବାନ ସାକାର ରୂପ ନେଇ ସଂସାରକୁ ଆସି ପାରିବେ ନାହିଁ । ସେମାନଙ୍କ ମତରେ ଶ୍ରୀକୃଷ୍ଣ ଭଗବାନ ନ ଥିଲେ, ସେ କେବଳ ଜଣେ ଯୋଗୀ ଥିଲେ । ଅନ୍ୟ କେହି କେହି କହନ୍ତି, ଶ୍ରୀକୃଷ୍ଣ ମାୟା ବିଶିଷ୍ଟ ବ୍ରହ୍ମ ଥିଲେ, ତେଣୁ ସେ ନିମ୍ନ ଶ୍ରେଣୀର ବ୍ରହ୍ମ ଅଟନ୍ତି । ପୁଣି କିଏ କହନ୍ତି, ଶ୍ରୀକୃଷ୍ଣ ଏକ ଚରିତ୍ରହୀନ ବ୍ୟକ୍ତି ଥିଲେ ଯିଏକି ବୃନ୍ଦାବନର ଗୋପୀମାନଙ୍କ ପଛେ ପଛେ ବୁଲୁଥିଲେ ।
ଏହି ଶ୍ଲୋକ ଅନୁସାରେ ଏହି ସମସ୍ତ ମତ ଭ୍ରାନ୍ତିମୂଳକ ଅଟେ ଏବଂ ଏପରି ବ୍ୟାଖ୍ୟା କରୁଥିବା ବ୍ୟକ୍ତିମାନଙ୍କର ବୁଦ୍ଧି ମାୟାଗ୍ରସ୍ତ ଅଟେ । ଏହିପରି ଯେଉଁ ବ୍ୟକ୍ତିମାନେ ଭଗବାନଙ୍କ ପ୍ରତି ବିପରୀତ ଚିନ୍ତାଧାରା ପୋଷଣ କରନ୍ତି, ଶ୍ରୀକୃଷ୍ଣ ସେମାନଙ୍କୁ “ଦାନବ ସ୍ୱଭାବ ଯୁକ୍ତ” ଭାବେ ବର୍ଣ୍ଣନା କରିଛନ୍ତି । ଯେହେତୁ ସେମାନେ ଭଗବାନଙ୍କର ସାକାର ରୂପ ପ୍ରତି ଦିବ୍ୟ ଭାବନା ରଖନ୍ତି ନାହିଁ,ସେମାନେ ତାଙ୍କର ଭକ୍ତି କରନ୍ତି ନାହିଁ ଏବଂ ଯେହେତୁ ନିରାକାର ବ୍ରହ୍ମଙ୍କର ଭକ୍ତି ଅତ୍ୟନ୍ତ କଠିନ, ତେଣୁ ସେମାନେ ତାହା ମଧ୍ୟ କରିପାରନ୍ତି ନାହିଁ । ଫଳତଃ ସେମାନେ ଚିରନ୍ତନ କଲ୍ୟାଣରୁ ବଞ୍ôଚତ ହୁଅନ୍ତି । ମାୟାର କ୍ଷଣିକ ଆକର୍ଷଣରେ ମୋହିତ ହୋଇ ସେମାନଙ୍କର ଚିର କଲ୍ୟାଣର ଆଶା ବ୍ୟର୍ଥ ହୋଇଯାଏ ।