ମହାତ୍ମାନସ୍ତୁ ମାଂ ପାର୍ଥ ଦୈବୀଂ ପ୍ରକୃତିମାଶ୍ରିତାଃ ।
ଭଜନ୍ତ୍ୟନନ୍ୟମନସୋ ଜ୍ଞାତ୍ୱା ଭୂତାଦିମବ୍ୟୟମ୍ ।।୧୩।।
ମହାତ୍ମାନଃ - ମହାତ୍ମାମାନେ; ତୁ - କିନ୍ତୁ; ମାମ୍ - ମୋତେ; ପାର୍ଥ - ହେ କୁନ୍ତି ପୁତ୍ର; ଦୈବୀଂ - ଦୈବୀ; ପ୍ରକୃତିମ୍ - ପ୍ରକୃତି; ଆଶ୍ରିତାଃ - ଆଶ୍ରୟ ଗ୍ରହଣ କରି; ଭଜନ୍ତି - ସେବା କରନ୍ତି; ଅନନ୍ୟ ମନସଃ - ଏକ ମନରେ (ସ୍ଥିର ମନରେ); ଜ୍ଞାତ୍ୱା - ଜାଣି; ଭୂତ - ସୃଷ୍ଟି; ଆଦିମ୍ - ଆଦି; ଅବ୍ୟୟମ୍ - ଅବ୍ୟୟ (ଯାହାର ବ୍ୟୟ ନାହିଁ) ।
BG 9.13: ହେ ପାର୍ଥ ! ଯେଉଁ ମହାତ୍ମାମାନେ ମୋର ଦୈବୀଶକ୍ତିର ଶରଣାପନ୍ନ ହୋଇଥାଆନ୍ତି, ସେମାନେ ମୋତେ ସମଗ୍ର ସୃଷ୍ଟିର ଆଦିକାରଣ, ଶ୍ରୀକୃଷ୍ଣ ରୂପରେ ଜାଣନ୍ତି । ସେମାନେ ଅନନ୍ୟ ଭାବରେ ମୋର ଭକ୍ତିରେ ନିମଗ୍ନ ରହନ୍ତି ।
ମହାତ୍ମାନସ୍ତୁ ମାଂ ପାର୍ଥ ଦୈବୀଂ ପ୍ରକୃତିମାଶ୍ରିତାଃ ।
ଭଜନ୍ତ୍ୟନନ୍ୟମନସୋ ଜ୍ଞାତ୍ୱା ଭୂତାଦିମବ୍ୟୟମ୍ ।।୧୩।।
ହେ ପାର୍ଥ ! ଯେଉଁ ମହାତ୍ମାମାନେ ମୋର ଦୈବୀଶକ୍ତିର ଶରଣାପନ୍ନ ହୋଇଥାଆନ୍ତି, ସେମାନେ ମୋତେ ସମଗ୍ର ସୃଷ୍ଟିର ଆଦିକାରଣ, ଶ୍ରୀକୃଷ୍ଣ ରୂପରେ ଜାଣନ୍ତି । ସେମାନେ ଅନନ୍ୟ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଶ୍ରୀକୃଷ୍ଣଙ୍କର ଶିକ୍ଷାଦେବାର ଶୈଳୀ ଏପରି ଯେ, ସେ କୌଣସି ତଥ୍ୟକୁ ହୃଦୟଙ୍ଗମ କରାଇବା ପାଇଁ, ସଂପୂର୍ଣ୍ଣ ବିପରୀତାତ୍ମକ ତୁଳନା ଉପସ୍ଥାପନ କରନ୍ତି । ଭ୍ରମିତ ଏବଂ ଦ୍ୱନ୍ଦଯୁକ୍ତ ବ୍ୟକ୍ତିମାନଙ୍କ ବିଷୟରେ ବର୍ଣ୍ଣନା କରିସାରିବା ପରେ ସେ ବର୍ତ୍ତମାନ ମହାପୁରୁଷମାନଙ୍କ ବିଷୟରେ କହୁଛନ୍ତି । ମାୟାଶକ୍ତି ଦ୍ୱାରା ସମ୍ମୋହିତ ହୋଇ ନିଦ୍ରା ଅବସ୍ଥାକୁ ପ୍ରାପ୍ତ କରିଥିବା ଜୀବମାନେ, ସାଂସାରିକ ଜୀବନକୁ ଏକ ଦୀର୍ଘ ସ୍ୱପ୍ନ ପରି ଅନୁଭବ କରନ୍ତି । ଅନ୍ୟ ପକ୍ଷରେ, ଯେଉଁମାନେ ଅଜ୍ଞାନ ନିଦ୍ରାରୁ ଜାଗ୍ରତ ଅବସ୍ଥାକୁ ପ୍ରାପ୍ତ ହୋଇ ମାୟିକ ଚେତନାକୁ ଏକ ଦୁଃସ୍ୱପ୍ନ ଭାବେ ପରିତ୍ୟାଗ କରିଦିଅନ୍ତି, ସେମାନେ ହିଁ ମହାପୁରୁଷ ଅଟନ୍ତି ।
ମାୟା ବନ୍ଧନରୁ ମୁକ୍ତ ହୋଇ ସେମାନେ ଦିବ୍ୟ ଯୋଗମାୟା ଶକ୍ତିର ଆଶ୍ରିତ ରହନ୍ତି । ଏହିପରି ପ୍ରବୁଦ୍ଧ ଆତ୍ମା ଭଗବାନଙ୍କ ସହିତ ତାଙ୍କର ନିତ୍ୟ ସମ୍ପର୍କ ରୂପକ ଦିବ୍ୟ ସତ୍ୟ ବିଷୟରେ ସଚେତନ ରହିଥାଆନ୍ତି ।
ଭଗବାନଙ୍କ ପରି, ତାଙ୍କ ଯୋଗମାୟା ଶକ୍ତିର ମଧ୍ୟ ନିରାକାର-ସାକାର ଉଭୟ ସ୍ୱରୂପ ରହିଛି । ଏହା ଶକ୍ତି ରୂପରେ ନିରାକାର ହୋଇଥିଲେ ବି ରାଧା, ସୀତା, ଦୁର୍ଗା, ଲକ୍ଷ୍ମୀ, କାଳୀ, ପାର୍ବତୀ ଆଦି ସାକାର ରୂପରେ ପ୍ରକଟିତ ହୋଇଥାଏ । ଏହିସବୁ ଦିବ୍ୟ ସ୍ୱରୂପ ଭଗବାନଙ୍କ ଦିବ୍ୟ ଶକ୍ତିର ପରିପ୍ରକାଶ ଅଟନ୍ତି । କୃଷ୍ଣ, ରାମ, ଶିବ, ନାରାୟଣ ଆଦି ଭଗବାନଙ୍କର ଅଭିନ୍ନ ସ୍ୱରୂପ ପରି, ଏମାନେ ମଧ୍ୟ ପରସ୍ପର ଠାରୁ ଅଭିନ୍ନ ଅଟନ୍ତି ।
ବ୍ରହ୍ମ ବୈବର୍ତ୍ତ ପୁରାଣ କହେ:
ଯଥା ତ୍ୱଂ ରାଧିକା ଦେବୀ ଗୋଲୋକେ ଗୋକୁଲେ ତଥା
ବୈକୁଣ୍ଠେ ଚ ମହାଲକ୍ଷ୍ମୀ ଭାବତି ଚ ସରସ୍ୱତୀ
କପିଳସ୍ୟ ପିୟା କାନ୍ତା ଭାରତେ ଭାରତୀ ସତୀ
ଦ୍ୱାରବତ୍ୟାଂ ମହାଲକ୍ଷ୍ମୀ ଭାବତୀ ରୁକ୍ମିଣୀ ସତୀ
ତ୍ୱଂ ସୀତା ମିଥିଲାୟାଂ ଚ ତ୍ୱଚ୍ଛାୟା ଦୈପଦୀ ସତୀ
ରାବଣେନ ହୃତା ତ୍ୱଂ ଚ ତ୍ୱଂ ଚ ରାମସ୍ୟ କାମିନୀ
ହେ ରାଧା! ଆପଣ ଗୋଲୋକ (ଶ୍ରୀକୃଷ୍ଣଙ୍କର ଦିବ୍ୟ ଲୋକ) ଏବଂ ଗୋକୁଳ (ପ୍ରାକୃତ ଜଗତରେ ଶ୍ରୀକୃଷ୍ଣଙ୍କର ଲୋକ, ଯେଉଁଠି ସେ ୫୦୦୦ବର୍ଷ ପୂର୍ବେ ଅବତରିତ ହୋଇଥିଲେ)ର ମହାଦେବୀ ଅଟନ୍ତି । ଆପଣ ବୈକୁଣ୍ଠରେ (ଶ୍ରୀ ବିଷ୍ଣୁଙ୍କର ଲୋକ) ମହାଲକ୍ଷ୍ମୀ ରୂପରେ ବିରାଜମାନ କରିଛନ୍ତି । ଆପଣ ପ୍ରଭୁ କପିଳଙ୍କର (ଭଗବାନଙ୍କର ଏକ ଅବତାର) ପ୍ରିୟା ଅଟନ୍ତି । ଆପଣ ଦ୍ୱାରକାରେ ରୁକ୍ମିଣୀ (ଶ୍ରୀକୃଷ୍ଣଙ୍କ ପତ୍ନୀ) ଭାବରେ ନିବାସ କରନ୍ତି । ଆପଣ ସୀତା ରୂପରେ ମିଥିଳାରେ ଆବିର୍ଭୂତ ହୋଇଥିଲେ । ପାଣ୍ଡବ ମାନଙ୍କର ପତ୍ନୀ, ଦ୍ରୌପଦୀ, ଆପଣଙ୍କର ଛାୟା ରୂପ ଅଟନ୍ତି । ସୀତା ରୂପରେ ଆପଣଙ୍କୁ ହିଁ ରାବଣ ଅପହରଣ କରିଥିଲା ଏବଂ ଆପଣ ହିଁ ପ୍ରଭୁ ଶ୍ରୀରାମଙ୍କର ସହଧର୍ମିଣୀ ଥିଲେ ।
ଏହି ଶ୍ଲୋକରେ ଶ୍ରୀକୃଷ୍ଣ ଉଲ୍ଲେଖ କରିଛନ୍ତି ଯେ, ମହାତ୍ମାମାନେ ଭଗବାନଙ୍କ ଦିବ୍ୟ ଶକ୍ତିର ଆଶ୍ରିତ ଅଟନ୍ତି । ଦିବ୍ୟ କରୁଣା, ଜ୍ଞାନ, ପ୍ରେମ ଇତ୍ୟାଦି ଭଗବାନଙ୍କର ଦିବ୍ୟ ଶକ୍ତି ଅଟନ୍ତି ଏବଂ ଏମାନେ ସମସ୍ତେ ଦିବ୍ୟ ଯୋଗମାୟା ଶକ୍ତି, ଅର୍ଥାତ୍ ଶ୍ରୀରାଧାଙ୍କର ଅଧୀନସ୍ତ ଅଟନ୍ତି । ସୁତରାଂ ଯୋଗମାୟାଙ୍କ କୃପାରୁ ହିଁ ଜୀବ ଭଗବାନଙ୍କର ପ୍ରେମ, ଜ୍ଞାନ ଏବଂ କରୁଣା ପ୍ରାପ୍ତ କରିଥାଏ । ଯେଉଁ ମହାପୁରୁଷମାନେ ଭଗବାନଙ୍କର ଦିବ୍ୟ କୃପା ଲାଭ କରିଥାଆନ୍ତି, ସେମାନେ ଦିବ୍ୟ ପ୍ରେମ ଯୁକ୍ତ ହୋଇ ଭଗବାନଙ୍କର ଅବିରଳ ଭକ୍ତିରେ ନିମଗ୍ନ ରହନ୍ତି ।