Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 9, Verse 15

ଜ୍ଞାନଯଜେ୍ଞନ ଚାପ୍ୟନ୍ୟେ ଯଜନ୍ତୋ ମାମୁପାସତେ ।
ଏକତ୍ୱେନ ପୃଥକ୍‌ତ୍ୱେନ ବହୁଧା ବିଶ୍ୱତୋମୁଖମ୍ ।।୧୫।।

ଜ୍ଞାନ ଯଜେ୍ଞନ - ଜ୍ଞାନ ଆହରଣ ଦ୍ୱାରା; ଚ - ମଧ୍ୟ; ଅପି - ନିଶ୍ଚିତରୂପେ; ଅନ୍ୟେ - ଅନ୍ୟମାନେ; ଯଜନ୍ତଃ - ପୂଜାକରି; ମାଂ - ମୋତେ; ଉପ।।ସତେ - ପୂଜା କରନ୍ତି; ଏକତ୍ୱେନ - ଏକତ୍ୱଭାବରେ; ପୃଥକ୍ ତ୍ୱେନ - ପୃଥକ ଭାବରେ; ବହୁଧା - ଅନେକ ପ୍ରକାରେ; ବିଶ୍ୱତଃ-ମୁଖମ୍ - ବିଶ୍ୱରୂପରେ ।

Translation

BG 9.15: ଯେଉଁମାନେ ଜ୍ଞାନ ଯଜ୍ଞ କରନ୍ତି, ସେମାନେ ମୋର ଉପାସନା ବିଭିନ୍ନ ଭାବରେ କରନ୍ତି । କେତେଜଣ ଅଦ୍ୱୈତ ରୂପରେ ଅର୍ଥାତ ମୋତେ ସେମାନଙ୍କ ଠାରୁ ଅଭିନ୍ନ ଏବଂ ଆଉ କେତେଜଣ ମୋତେ ସେମାନଙ୍କ ଠାରୁ ପୃଥକ ମନେ କରିଥାଆନ୍ତି । ଅନ୍ୟ କେତେଜଣ ମୋର ସର୍ବବ୍ୟାପୀ ବିଶ୍ୱରୂପର ଉପାସନା କରିଥାଆନ୍ତି ।

Commentary

ପରମ ସତ୍ୟକୁ ପ୍ରାପ୍ତ କରିବା ପାଇଁ ସାଧକମାନେ ବିଭିନ୍ନ ଆଧ୍ୟାତ୍ମିକ ମାର୍ଗର ଅନୁସରଣ କରିଥାନ୍ତି । ଶ୍ରୀକୃଷ୍ଣ ପୂର୍ବରୁ ଭକ୍ତ କିଏ ତାହା ବର୍ଣ୍ଣନା କରିଥିଲେ । ନିଜକୁ ଭଗବାନଙ୍କର ସନାତନ ଅଂଶ ଏବଂ ସେବକ ମନେକରି, ସେମାନେ ତାଙ୍କ ପାଦପଦ୍ମରେ ପୂର୍ଣ୍ଣ ଶରଣାଗତ ହୋଇଥାନ୍ତି । ବର୍ତ୍ତମାନ ଶ୍ରୀକୃଷ୍ଣ ସାଧକମାନେ ଅନୁସରଣ କରୁଥିବା ଅନ୍ୟ ମାର୍ଗ ସମ୍ପର୍କରେ କହୁଛନ୍ତି ।

ଯେଉଁମାନେ ଜ୍ଞାନ ମାର୍ଗ ଅନୁସରଣ କରନ୍ତି, ସେମାନେ ନିଜକୁ ଭଗବାନଙ୍କ ଠାରୁ ଅଭିନ୍ନ ମନେକରନ୍ତି । ସେମାନେ ‘ସୋହମ୍‌’ (ମୁଁ ସିଏ ଅଟେ), ‘ଶିବୋହମ୍‌’ (ମୁଁ ଶିବ ଅଟେ) ଆଦି ସୂତ୍ରର ଗଭୀର ଅନୁଧ୍ୟାନ କରନ୍ତି ।  ପରମ ତତ୍ତ୍ୱକୁ ଅଦ୍ୱୈତ ବ୍ରହ୍ମ ରୂପରେ ପ୍ରାପ୍ତ କରିବା ସେମାନଙ୍କର ଅନ୍ତିମ ଲକ୍ଷ୍ୟ ଅଟେ । ଜ୍ଞାନୀ ମାନଙ୍କର ବ୍ରହ୍ମ ସତ୍‌-ଚିତ୍‌-ଆନନ୍ଦ ସ୍ୱରୂପ, ଅଥଚ ରୂପ, ଗୁଣ, ଶକ୍ତି ଓ ଲୀଳା ରହିତ ଅଟନ୍ତି । ଶ୍ରୀକୃଷ୍ଣ କହୁଛନ୍ତି, ଜ୍ଞାନୀମାନେ ମଧ୍ୟ ତାଙ୍କର ଉପାସକ ଅଟନ୍ତି, କିନ୍ତୁ ସେମାନେ ତାଙ୍କର ସର୍ବବ୍ୟାପୀ ନିରାକାର ରୂପର ଉପାସନା କରିଥାନ୍ତି । ଅପର ପକ୍ଷରେ, ଅଷ୍ଟାଙ୍ଗ ଯୋଗୀ ଆଦି ଅନ୍ୟମାନେ ନିଜକୁ ଭଗବାନଙ୍କଠାରୁ ପୃଥକ ମାନନ୍ତି ଏବଂ ସେହି ଭାବରେ ତାଙ୍କ ସହିତ ସମ୍ପର୍କ ସ୍ଥାପନ କରିଥାଆନ୍ତି ।

ପୁଣି ଅନ୍ୟମାନେ ବିଶ୍ୱ ବ୍ରହ୍ମାଣ୍ଡକୁ ଭଗବାନ ରୂପେ ପୂଜା କରନ୍ତି । ବୈଦିକ ଦର୍ଶନରେ ଏହାକୁ ବିଶ୍ୱରୂପ ଉପାସନା କୁହାଯାଏ । ପାଶ୍ଚାତ୍ୟ ଦର୍ଶନରେ ଏହାକୁ ‘ପାନ୍ଥେଇଜମ୍‌’ କୁହାଯାଏ । ଏହା ଗ୍ରୀକ୍ ଶବ୍ଦ ପାନ୍  (ସମସ୍ତ) ଓ ଥିଓସ୍ (ଭଗବାନ)ରୁ ଉଦ୍ଧୃତ । ସ୍ପିନୋଜା ଏହି ଦର୍ଶନର ପ୍ରସିଦ୍ଧ ପ୍ରଚାରକ ଥିଲେ । ଯେହେତୁ ବିଶ୍ୱ ବ୍ରହ୍ମାଣ୍ଡ ଭଗବାନଙ୍କର ଅଂଶ ଅଟେ, ତେଣୁ ସେଥି ପ୍ରତି ଦିବ୍ୟ ଭାବନା ରଖିବା ଭୁଲ ନୁହେଁ, କିନ୍ତୁ ତାହା ଅସମ୍ପୂର୍ଣ୍ଣ ଅଟେ । ଏପରି ସାଧକମାନଙ୍କର ଭଗବାନଙ୍କର ଅନ୍ୟ ସ୍ୱରୂପ ସମ୍ବନ୍ଧରେ କୌଣସି ଜ୍ଞାନ ନ ଥାଏ; ଯଥା ବ୍ରହ୍ମ (ସର୍ବବ୍ୟାପୀ ନିରାକାର ସ୍ୱରୂପ), ପରମାତ୍ମା (ସମସ୍ତଙ୍କ ହୃଦୟରେ ନିବାସ କରୁଥିବା ପରମାତ୍ମା) ଏବଂ ଭଗବାନ (ଭଗବାନଙ୍କର ସାକାର ରୂପ) । ଏହିସବୁ ଭିନ୍ନ ଭିନ୍ନ ମତ ପୋଷଣ କରୁଥିବା ବ୍ୟକ୍ତିି ମାନେ ଗୋଟିଏ ଭଗବାନଙ୍କର ଉପାସନା କିପରି କରନ୍ତି, ତାହାର ସମାଧାନ ଶ୍ରୀକୃଷ୍ଣ ପରବର୍ତ୍ତୀ ଶ୍ଲୋକ ମାନଙ୍କରେ କରୁଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
9. ରାଜବିଦ୍ୟା ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!