Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 9, Verse 16-17

ଅହଂ କ୍ରତୁରହଂ ଯଜ୍ଞଃ ସ୍ୱଧାହମହମୌଷଧମ୍ ।
ମନ୍ତ୍ରୋଽହମହମେବାଜ୍ୟମହମଗ୍ନିରହଂ ହୁତମ୍ ।।୧୬।।
ପିତାହମସ୍ୟ ଜଗତୋ ମାତା ଧାତା ପିତାମହଃ ।
ବେଦ୍ୟଂ ପବିତ୍ରମୋଁକାର ଋକ୍‌ସାମ ଯଜୁରେବ ଚ ।।୧୭।।

ଅହଂ-ମୁଁ; କ୍ରତୁଃ - ବୈଦିକ ବିଧି; ଅହଂ-ମୁଁ; ଯଜ୍ଞଃ - ଯଜ୍ଞ; ସ୍ୱଧା - ଆହୁତି; ଅହଂ- ମୁଁ; ଔଷଧମ୍ - ଔଷଧୀୟ ଉଦ୍ଭିଦ; ମନ୍ତ୍ରଃ - ବୈଦିକ ମନ୍ତ୍ର; ଅହଂ-ମୁଁ; ଅହଂ - ମୁଁ; ଏବ - ନିଶ୍ଚିତ ରୂପେ; ଆଜ୍ୟଂ- ଘୃତ; ଅହଂ -ମୁଁ; ଅଗ୍ନିଃ - ଅଗ୍ନି; ଅହଂ -ମୁଁ; ହୃତମ୍ - ଅର୍ପଣ; ପିତା - ପିତା (ରକ୍ଷକ); ଅହଂ-ମୁଁ; ଅସ୍ୟ - ଏହି; ଜଗତଃ - ବ୍ରହ୍ମାଣ୍ଡର; ମାତା - ମାତା; ଧାତା -ଧାରଣକର୍ତ୍ତା; ପିତାମହଃ - ପିତାମହ; ବେଦ୍ୟଂ - ଯାହା ଜାଣିବା ଉଚିତ୍‌; ପବିତ୍ରଂ- ଯିଏ ପବିତ୍ର କରେ; ଓଁକାରଃ - ଓଁକାର; ଋକ୍ - ଋକ୍ ବେଦ; ସାମ - ସାମ ବେଦ; ଯଜୁଃ - ଯଜୁର୍ବେଦ; ଏବ - ନିଶ୍ଚିତଭାବେ; ଚ - ଏବଂ ।

Translation

BG 9.16-17: ମୁଁ ହିଁ ସମସ୍ତ ବୈଦିକ କର୍ମ ଅଟେ, ମୁଁ ହିଁ ଯଜ୍ଞ, ମୁଁ ପିତୃପୁରୁଷଙ୍କୁ ଅର୍ପଣ କରାଯାଉଥିବା ଦ୍ରବ୍ୟ ଅଟେ । ମୁଁ ହିଁ ଔଷଧୀୟ ବୃକ୍ଷ ଏବଂ ମୁଁ ବେଦର ମନ୍ତ୍ର ଅଟେ । ମୁଁ ହିଁ ବିଶୁଦ୍ଧ ଘୃତ, ମୁଁ ହିଁ ଅଗ୍ନି ଏବଂ ମୁଁ ହିଁ ଯଜ୍ଞ ବିଧି ଅଟେ । ଏହି ବିଶ୍ୱର ମୁଁ ହିଁ ପିତା, ମୁଁ ହିଁ ମାତା, ମୁଁଁ ହିଁ ପାଳନ କର୍ତ୍ତା ଏବଂ ପିତାମହ ଅଟେ । ମୁଁ ଶୁଦ୍ଧକାରୀ, ମୁଁ ସମସ୍ତ ଜ୍ଞାନର ଲକ୍ଷ୍ୟ ଏବଂ ପବିତ୍ର ଓଁ କାର ଧ୍ୱନି ଅଟେ । ମୁଁ ହିଁ ଋକ୍‌ବେଦ, ଶାମ ବେଦ ଓ ଯଜୁର୍ବେଦ ଅଟେ ।

Commentary

ଏହି ଶ୍ଲୋକରେ ଶ୍ରୀକୃଷ୍ଣ ତାଙ୍କର ଅନନ୍ତ ଶକ୍ତି ଯୁକ୍ତ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ବିଷୟରେ ସମ୍ୟକ ଧାରଣା ଦେଇଛନ୍ତି । କ୍ରତୁ ଶବ୍ଦର ଅର୍ଥ ଯଜ୍ଞ, ଯେପରି କି ବେଦ ବର୍ଣ୍ଣିତ ଅଗ୍ନିହୋତ୍ର ଯଜ୍ଞ । ଯଜ୍ଞର ତାତ୍ପର୍ଯ୍ୟ ସ୍ମୃତି ବର୍ଣ୍ଣିତ ବୈଶ୍ୱଦେବ ଯଜ୍ଞ ଆଦି ଅଟେ । ‘ଔଷଧମ୍‌’ ଔଷଧୀୟ ଗୁଳ୍ମରେ ନିହିତ ଶକ୍ତିକୁ ବୁଝାଇ ଥାଏ ।

ସୃଷ୍ଟି ଭଗବାନଙ୍କଠାରୁ ଉତ୍ପନ୍ନ ହୋଇଥାଏ, ତେଣୁ ସେ ଏହାର ପିତା ଅଟନ୍ତି । ସୃଷ୍ଟି ପୂର୍ବରୁ ଅବ୍ୟକ୍ତ ମାୟା ଶକ୍ତିକୁ ସେ ନିଜ ଜଠରରେ ଧାରଣ କରିଥାନ୍ତି, ତେଣୁ ସେ ତା’ର ମା ମଧ୍ୟ ଅଟନ୍ତି । ସେ ସଂସାରର ଭରଣ ପୋଷଣ କରନ୍ତି । ଏଣୁ ସେ ତା’ର ଭର୍ତ୍ତା ଅଟନ୍ତି । ସେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ମଧ୍ୟ ପିତା ଅଟନ୍ତି, ତେଣୁ ସେ ବିଶ୍ୱର ପିତାମହ ଅଟନ୍ତି । ସମସ୍ତ ବେଦ ଭଗବାନଙ୍କଠାରୁ ପ୍ରକଟ ହୋଇଥାଏ । ରାମାୟଣ  କହେ, ଜାକୀ ସହଜ ଶ୍ୱାସ ଶ୍ରୁତିଚାରୀ “ବେଦ ଚତୁଷ୍ଟୟକୁ ଭଗବାନଙ୍କର ନିଶ୍ୱାସରୁ ପ୍ରକଟ ହୋଇଥାଆନ୍ତି” । ବେଦ ଭଗବାନଙ୍କର ଜ୍ଞାନଶକ୍ତି ଅଟେ, ଅତଏବ ତାହା ମଧ୍ୟ ଭଗବାନଙ୍କ ଅନନ୍ତ ଶକ୍ତିର ଅଂଶ ବିଶେଷ ଅଟେ । ଶ୍ରୀକୃଷ୍ଣ ଏହି ସତ୍ୟକୁ ନାଟକୀୟ ଶୈଳୀରେ ପ୍ରକାଶ କରିବାକୁ ଯାଇ କହୁଛନ୍ତି,“ମୁଁ ବେଦ ଅଟେ” ।

Bookmark this Verse

Sign in to save your favorite verses.

Add a Note
Swami Mukundananda
9. ରାଜବିଦ୍ୟା ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!