Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 9, Verse 2

ରାଜବିଦ୍ୟା ରାଜଗୁହ୍ୟଂ ପବିତ୍ରମିଦମୁତ୍ତମମ୍ ।
ପ୍ରତ୍ୟକ୍ଷାବଗମଂ ଧର୍ମ୍ୟଂ ସୁସୁଖଂ କର୍ତ୍ତୁମବ୍ୟୟମ୍ ।।୨।।

ରାଜବିଦ୍ୟା - ଶ୍ରେଷ୍ଠ ବିଦ୍ୟା ; ରାଜ ଗୁହ୍ୟମ୍ - ଗୁପ୍ତବିଦ୍ୟା ମଧ୍ୟରେ ରାଜା ; ପବିତ୍ରମ୍ - ପବିତ୍ରତମ ; ଇଦଂ - ଏହା ; ଉତ୍ତମଂ - ଦିବ୍ୟ ; ପ୍ରତ୍ୟକ୍ଷ - ପ୍ରତ୍ୟକ୍ଷଭାବରେ ; ଅବଗମଂ - ଅନୁଭୂତ ; ଧର୍ମ୍ୟଂ - ଧର୍ମନୀତି; ସୁସୁଖଂ - ଅତ୍ୟନ୍ତ ସୁଖକର ; କର୍ତ୍ତୁଂ - ଆଚରଣ କରିବାକୁ ; ଅବ୍ୟୟମ୍ - ଶାଶ୍ୱତ

Translation

BG 9.2: ଏହି ଜ୍ଞାନ ରାଜ ବିଦ୍ୟା ଅଟେ ଏବଂ ସମସ୍ତ ବିଦ୍ୟା ମଧ୍ୟରେ ଗୁହ୍ୟତମ ଅଟେ । ଏହା ଶ୍ରବଣ କରିବା ବ୍ୟକ୍ତିଙ୍କୁ ଶୁଦ୍ଧ କରାଏ । ଏହା ପ୍ରତ୍ୟକ୍ଷ ଭାବେ ଅନୁଭବ ଯୋଗ୍ୟ, ଧର୍ମ ସମ୍ମତ, ଆଚରଣ କରିବାରେ ସହଜ ଏବଂ ସ୍ଥାୟୀ ପ୍ରଭାବ ଯୁକ୍ତ ଅଟେ ।

Commentary

ରାଜ ଅର୍ଥାତ୍ ରାଜା । ଶ୍ରୀକୃଷ୍ଣ ଏଠାରେ ‘ରାଜ’ର ଉପମା ମାଧ୍ୟମରେ ସେ ପ୍ରକାଶିତ କରିବାକୁ ଯାଉଥିବା ଜ୍ଞାନର ପରାକାଷ୍ଠା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ବିଦ୍ୟାର ଅର୍ଥ ବିଜ୍ଞାନ । ସେ ତାଙ୍କର ଉପଦେଶକୁ କୌଣସି ଧାର୍ମିକ ପ୍ରଥା, ଧର୍ମ, ଧର୍ମାଦେଶ, ଧାର୍ମିକ ମତବାଦ ବା ବିଶ୍ୱାସ ଭାବେ ବର୍ଣ୍ଣନା କରୁନାହାନ୍ତି । ସେ କହୁଛନ୍ତି ଯେ, ସେ ଯାହା ବର୍ଣ୍ଣନା କରିବାକୁ ଯାଉଛନ୍ତି ତାହା ସମସ୍ତ ବିଜ୍ଞାନ ମଧ୍ୟରେ ରାଜା ଅଟେ ।

ଗୁହ୍ୟର ଅର୍ଥ ଗୁପ୍ତ । ଏହି ଜ୍ଞାନ ଅତ୍ୟନ୍ତ ଗୋପନୀୟ ଅଟେ । ଭଲପାଇବା ସେହିଠାରେ ସମ୍ଭବ ହୁଏ ଯେଉଁଠି ଚୟନର ସୁଯୋଗ ଥାଏ, ସେଥିପାଇଁ ଭଗବାନ ଜାଣିଶୁଣି ନିଜକୁ ପ୍ରତ୍ୟକ୍ଷ ଅନୁଭୂତିରୁ ଦୂରେଇ ରଖନ୍ତି, ଯଦ୍ୱାରା ଜୀବ ତାଙ୍କୁ ଭଲ ପାଇବା କି ନାହିଁ ତା’ର ନିର୍ଣ୍ଣୟ ସ୍ୱାଧୀନ ଭାବରେ କରିପାରିବ । ଯନ୍ତ୍ରଟିଏ କାହାକୁ ଭଲ ପାଇପାରେ ନାହିଁ କାରଣ ତାର ଚୟନର କ୍ଷମତା ନାହିଁ । ଭଗବାନ ଇଚ୍ଛାକରନ୍ତି ଆମେ ତାଙ୍କୁ ଭଲ ପାଉ, କିନ୍ତୁ ଆମେ ନିଜ ଇଚ୍ଛାରେ ତାଙ୍କୁ ବାଛିବା କି ନାହିଁ ତା’ର ବିକଳ୍ପ ସେ ଆମକୁ ଦେଇଥାଆନ୍ତି । ସେ କେବଳ ଆମେ ଯାହା ଚୟନ କରୁ ତା’ର ପରିଣତି ବିଷୟରେ ଆମକୁ ସଚେତନ କରିଦିଅନ୍ତି, ତାପରେ ଆମେ କେଉଁ ପଥ ଅନୁସରଣ କରିବାକୁ ସ୍ଥିର କରିବା, ତାହା ଆମ ଉପରେ ଛାଡ଼ି ଦିଅନ୍ତି ।

ପବିତ୍ରମ୍ ଅର୍ଥ ଶୁଦ୍ଧ । ଭକ୍ତିର ଜ୍ଞାନ ଅତ୍ୟନ୍ତ ଶୁଦ୍ଧ ଅଟେ କାରଣ ଏହା ସଂକୀର୍ଣ୍ଣ ସ୍ୱାର୍ଥ ଦ୍ୱାରା କଳୁଷିତ ନୁହେଁ । ଭଗବାନଙ୍କର ସର୍ବୋଚ୍ଚ ପ୍ରେମ ନିମନ୍ତେ ନିଜକୁ ସମର୍ପିତ କରିବା ଦିଗରେ ଏହା ଜୀବକୁ ପ୍ରେରିତ କରିଥାଏ । ଭକ୍ତି ପାପ,ପାପର ବୀଜ ଓ ଅବିଦ୍ୟାକୁ ନଷ୍ଟ କରି ଭକ୍ତର ଅନ୍ତଃକରଣ ଶୁଦ୍ଧ କରିଥାଏ । ପାପ ହେଉଛି ଆତ୍ମାର ଅନନ୍ତ ଜନ୍ମର ଗଚ୍ଛିତ ମନ୍ଦକର୍ମ । ଗଦାଏ ନଡାକୁ ଅଗ୍ନି ଜାଳିଦେବା ପରି, ଭକ୍ତି ଭକ୍ତ ହୃଦୟର ଗଚ୍ଛିତ ପାପରାଶିକୁ ଜାଳି ଦେଇଥାଏ । ପାପ ବୀଜ ଅନ୍ତଃକରଣର ମଳୀନତାକୁ ବୁଝାଏ । ଏହି ବୀଜ ରହିଥିବା ଯାଏଁ, କେବଳ ପୂର୍ବଜନ୍ମର ପାପର ଫଳକୁ ନଷ୍ଟ କରିଦେବା ପର୍ଯ୍ୟାପ୍ତ ନୁହେଁ । କାରଣ ପାପ କରିବାର ପ୍ରବୃତ୍ତି ହୃଦୟରେ ରହିଥିବ ଏବଂ ଜଣେ ପୁଣି ପାପ କରିବ । ଭକ୍ତି ହୃଦୟକୁ ଶୁଦ୍ଧ କରି କାମ,କ୍ରୋଧ ଓ ଲୋଭ ଆଦି ପାପର ବୀଜକୁ ନଷ୍ଟ କରିଥାଏ । ତଥାପି କେବଳ ଏହି ବୀଜକୁ ନଷ୍ଟ କରିଦେବା ମଧ୍ୟ ଯଥେଷ୍ଟ ନୁହେଁ । ଅନ୍ତଃକରଣ ଅଶୁଦ୍ଧ ହେବାର କାରଣ ହେଉଛି ଅବିଦ୍ୟା (ଅଜ୍ଞାନ) । ଅଜ୍ଞାନବଶତଃ, ଆମେ ନିଜକୁ ଶରୀର ମନେ କରିଥାଏ । ନିଜକୁ ଚିହ୍ନିବାରେ ଏହି ଭୁଲ୍ ଯୋଗୁଁ ଆମେ ଶରୀରକୁ ଆତ୍ମା ମନେ କରିଥାଏ ଆତ୍ମାକୁ ସୁଖ ଦେବା ଉଦ୍ଦେଶ୍ୟରେ ଶରୀର ସମ୍ବନ୍ଧୀୟ କାମନା କରିଥାଏ । ଏହିସବୁ କାମନାର ପରିଣାମ ସ୍ୱରୂପ କାମ, କ୍ରୋଧ, ଲୋଭ ତଥା ହୃଦୟର ଅନ୍ୟସବୁ ବିକାର ଜାତ ହୋଇଥାଏ । ଅଜ୍ଞାନ ରହିଥିବା ଯାଏଁ, ହୃଦୟକୁ ଯେତେ ଶୁଦ୍ଧ କଲେ ବି ତାହା ପୁଣି ଅଶୁଦ୍ଧ ହୋଇଯିବ । କେବଳ ଭକ୍ତି ଦ୍ୱାରା ହିଁ ଆତ୍ମା ଓ ପରମାତ୍ମା ସମ୍ବନ୍ଧୀୟ ଅନୁଭବାତ୍ମକ ଜ୍ଞାନ ହୋଇଥାଏ ଯାହା ଅବିଦ୍ୟାକୁ ନଷ୍ଟ କରିଦିଏ । ଭକ୍ତି ଦ୍ୱାରା ମିଳୁଥିବା ଲାଭ ସମ୍ବନ୍ଧରେ ଭକ୍ତି ରସାମୃତ ସିନ୍ଧୁ କହେ: କ୍ଲେଶସ୍ ତୁ ପାପମ୍ ତଦ୍‌ବୀଜମ୍ ଅବିଦ୍ୟା ଚେତି ତେ ତ୍ରିଧା (୧.୧.୧୮) । ଭକ୍ତି ତିନୋଟି ବିଷକୁ ନଷ୍ଟ କରିଥାଏ -ପାପ, ପାପର ବୀଜ ଏବଂ ଅବିଦ୍ୟା (ଅନ୍ତଃକରଣର ଅଜ୍ଞାନତା) ।  ଏହି ତିନୋଟି ବିଷ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯିବା ପରେ, । ଅନ୍ତଃକରଣ ଚିରଦିନ ପାଇଁ ପୂର୍ଣ୍ଣତଃ ଶୁଦ୍ଧ ହୋଇଯାଏ ।

ପ୍ରତ୍ୟକ୍ଷ ଶବ୍ଦର ଅର୍ଥ “ସିଧାସଳଖ ଅନୁଭୂତି” । ଭକ୍ତି ସାଧନାର ଅୟମାରମ୍ଭ ଦୃଢ଼ ବିଶ୍ୱାସରୁ ହୋଇଥାଏ ଏବଂ ଏହାର ଫଳ ଭଗବତ୍ ଦର୍ଶନ ଅଟେ । ଅନ୍ୟ ପ୍ରଣାଳୀ ପରି ଏଥିରେ କୌଣସି ତଥ୍ୟକୁ ପରୀକ୍ଷା ନିରୀକ୍ଷା ଦ୍ୱାରା ପ୍ରମାଣିତ କରାଯାଏ ନାହିଁ ।

ଧର୍ମ୍ୟମ୍‌ର ଅର୍ଥ ଧାର୍ମିକ । କୌଣସି ସାଂସାରିକ କାମନା ନ ରଖି ଭକ୍ତି କରିବା ସର୍ବଶ୍ରେଷ୍ଠ ଧାର୍ମିକ ଆଚରଣ ଅଟେ । ଏହା ସର୍ବଦା ସତ୍‌କର୍ମ, ଯେପରିକି ଗୁରୁ ସେବା, ଦ୍ୱାରା ପ୍ରତିପାଳିତ ଏବଂ ବିକଶିତ ହୋଇଥାଏ ।

କର୍ତ୍ତୃମ୍ ସୁସୁଖମ୍‌ର ଅର୍ଥ “ପାଳନ କରିବା ଅତି ସହଜ” । ଭଗବାନ ଆମ୍ଭମାନଙ୍କ ଠାରୁ କିଛି ଚାହାଁନ୍ତି ନାହିଁ; ଆମେ ଯଦି ତାଙ୍କୁ ଭଲପାଇବା ଶିଖିଯିବା, ସେ ଅତି ସ୍ୱାଭାବିକ ଭାବରେ ପ୍ରାପ୍ତ ହୋଇଯିବେ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
9. ରାଜବିଦ୍ୟା ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!