Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 9, Verse 20

ତ୍ରୈବିଦ୍ୟା ମାଂ ସୋମପାଃ ପୂତପାପା ଯଜେ୍ଞୌ ରିଷ୍ଟ୍ୱା ସ୍ୱର୍ଗତିଂ ପାର୍ଥୟନ୍ତେ ।
ତେ ପୁଣ୍ୟମାସାଦ୍ୟ ସୁରେନ୍ଦ୍ରଲୋକ ମଶ୍ନନ୍ତି ଦିବ୍ୟାନ୍‌ଦିବି ଦେବଭୋଗାନ୍ ।।୨୦।।

ତ୍ରୈବିଦ୍ୟା - କର୍ମ କାଣ୍ଡ; ମାଂ- ମୋତେ; ସୋମପାଃ - ସୋମରସ ପାନକାରୀ; ପୂତ- ପବିତ୍ର, ପାପାଃ - ପାପସମୂହ; ଯଜେ୍ଞୌଃ - ଯଜ୍ଞଦ୍ୱାରା; ଇଷ୍ଟ୍ୱା - ଉବାସନା; ସ୍ୱର୍ଗତିଂ - ସ୍ୱର୍ଗଲୋକକୁ; ପ୍ରାର୍ଥୟନ୍ତେ - ପ୍ରାର୍ଥନା କରନ୍ତି; ତେ - ସେମାନେ; ପୁଣ୍ୟଂ - ପୁଣ୍ୟ; ଆସାଦ୍ୟ - ଉପଭୋଗ କରି; ସୁରେନ୍ଦ୍ର - ଇନ୍ଦ୍ରଙ୍କର; ଲୋକଂ - ଲୋକ (ଜଗତ୍‌); ଅଶ୍ନନ୍ତି - ଉପଭୋଗ କରନ୍ତି; ଦିବ୍ୟାନ୍ - ଦିବ୍ୟ; ଦିବି - ସ୍ୱର୍ଗରେ; ଦେବ-ଭୋଗାନ୍ - ଦେବତାମାନଙ୍କ ସୁଖ ।

Translation

BG 9.20: ଯେଉଁମାନେ ବେଦବର୍ଣ୍ଣିତ ଫଳଯୁକ୍ତ କର୍ମପ୍ରତି ଆଗ୍ରହୀ, ସେମାନେ କର୍ମକାଣ୍ଡ ଭିତ୍ତିକ ଯଜ୍ଞାଦିକ ଦ୍ୱାରା ମୋର ପୂଜା କରନ୍ତି । ସେମାନେ ଯଜ୍ଞର ଅବଶିଷ୍ଟାଂଶ ସୋମରସକୁ ପ୍ରସାଦ ରୂପେ ପାନକରି ପାପମୁକ୍ତ ହୋଇ ସ୍ୱର୍ଗଲୋକ ପ୍ରାପ୍ତି ପାଇଁ କାମନା କରନ୍ତି । ତାଙ୍କର ଏହି ପୁଣ୍ୟ କର୍ମର ଫଳ ସ୍ୱରୂପ, ସେମାନେ ସ୍ୱର୍ଗ ସମ୍ରାଟ ଇନ୍ଦ୍ରଙ୍କର ଲୋକକୁ ଯାଆନ୍ତି ଏବଂ ସ୍ୱର୍ଗର ଦେବତା ମାନଙ୍କ ସୁଖ ଭୋଗ କରନ୍ତି ।

Commentary

ତ୍ରୈବିଦ୍ୟା - କର୍ମ କାଣ୍ଡ; ମାଂ- ମୋତେ; ସୋମପାଃ - ସୋମରସ ପାନକାରୀ; ପୂତ- ପବିତ୍ର, ପାପାଃ - ପାପସମୂହ; ଯଜେ୍ଞୌଃ - ଯଜ୍ଞଦ୍ୱାରା; ଇଷ୍ଟ୍ୱା - ଉବାସନା; ସ୍ୱର୍ଗତିଂ - ସ୍ୱର୍ଗଲୋକକୁ; ପ୍ରାର୍ଥୟନ୍ତେ - ପ୍ରାର୍ଥନା କରନ୍ତି; ତେ - ସେମାନେ; ପୁଣ୍ୟଂ - ପୁଣ୍ୟ; ଆସାଦ୍ୟ - ଉପଭୋଗ କରି; ସୁରେନ୍ଦ୍ର - ଇନ୍ଦ୍ରଙ୍କର; ଲୋକଂ - ଲୋକ (ଜଗତ୍‌); ଅଶ୍ନନ୍ତି - ଉପଭୋଗ କରନ୍ତି; ଦିବ୍ୟାନ୍ - ଦିବ୍ୟ; ଦିବି - ସ୍ୱର୍ଗରେ; ଦେବ-ଭୋଗାନ୍ - ଦେବତାମାନଙ୍କ ସୁଖ ।

ଯେଉଁମାନେ ବେଦବର୍ଣ୍ଣିତ ଫଳଯୁକ୍ତ କର୍ମପ୍ରତି ଆଗ୍ରହୀ, ସେମାନେ କର୍ମକାଣ୍ଡ ଭିତ୍ତିକ ଯଜ୍ଞାଦିକ ଦ୍ୱାରା ମୋର ପୂଜା କରନ୍ତି । ସେମାନେ ଯଜ୍ଞର ଅବଶିଷ୍ଟାଂଶ ସୋମରସକୁ ପ୍ରସାଦ ରୂପେ ପାନକରି ପାପମୁକ୍ତ ହୋଇ ସ୍ୱର୍ଗଲୋକ ପ୍ରାପ୍ତି ପାଇଁ କାମନା କରନ୍ତି । ତାଙ୍କର ଏହି ପୁଣ୍ୟ କର୍ମର ଫଳ ସ୍ୱରୂପ, ସେମାନେ ସ୍ୱର୍ଗ ସମ୍ରାଟ ଇନ୍ଦ୍ରଙ୍କର ଲୋକକୁ ଯାଆନ୍ତି ଏବଂ ସ୍ୱର୍ଗର ଦେବତା ମାନଙ୍କ ସୁଖ ଭୋଗ କରନ୍ତି ।

ପୂର୍ବରୁ ଶ୍ଲୋକ ୯.୧୧ ଓ ୯.୧୨ରେ ଶ୍ରୀକୃଷ୍ଣ ନାସ୍ତିକ ଏବଂ ଦୈତ୍ୟ ସ୍ୱଭାବର ଲୋକଙ୍କ ପ୍ରବୃତ୍ତି ଏବଂ ସେମାନେ ପାଉଥିବା ଦଣ୍ଡ ବିଷୟରେ ବର୍ଣ୍ଣନା କରିଛନ୍ତି । ତାପରେ ଯେଉଁମାନେ ଭକ୍ତିଯୁକ୍ତ ହୋଇ ତାଙ୍କ ଠାରେ ମନ ଲଗାଇଥାନ୍ତି, ସେପରି ମହାତ୍ମାମାନଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି ।

ଉପରୋକ୍ତ ଶ୍ଲୋକ ଓ ପରବର୍ତ୍ତୀ ଶ୍ଲୋକରେ, ଶ୍ରୀକୃଷ୍ଣ ଯେଉଁମାନେ ଭକ୍ତ ନୁହନ୍ତି କି ନାସ୍ତିକ ନୁହନ୍ତି, ସେମାନଙ୍କ ବିଷୟରେ କହୁଛନ୍ତି । ସେମାନେ ବେଦ ବର୍ଣ୍ଣିତ କର୍ମକାଣ୍ଡ ପାଳନ କରିଥାନ୍ତି । କର୍ମକାଣ୍ଡକୁ ଏଠାରେ ‘ତ୍ରୈବିଦ୍ୟା’ କୁହାଯାଇଅଛି । ଯେଉଁମାନେ କର୍ମକାଣ୍ଡ ପ୍ରତି ଆଗ୍ରହୀ, ସେମାନେ ଇନ୍ଦ୍ର ଆଦିି ଦେବତାମାନଙ୍କୁ ଯଜ୍ଞ ତଥା ଅନ୍ୟାନ୍ୟ ବିଧି ଦ୍ୱାରା ପୂଜା କରନ୍ତି । ପରୋକ୍ଷ ଭାବରେ ସେମାନେ ପରଂବ୍ରହ୍ମଙ୍କର ହିଁ ଉପାସନା କରିଥାଆନ୍ତି, କିନ୍ତି ସେମାନେ ବୁଝି ନ ଥାନ୍ତି ଯେ ଦେବତାମାନଙ୍କ ମାଧ୍ୟମରେ ସ୍ୱୟଂ ଭଗବାନ ହିଁ ବର ପ୍ରଦାନ କରନ୍ତି । କର୍ମକାଣ୍ଡକୁ ଉତ୍ତମ କର୍ମ ରୂପେ ପରିଗଣିତ କରାଯାଏ, କିନ୍ତୁ ଭକ୍ତି ଭାବରେ ନୁହେଁ । କର୍ମକାଣ୍ଡ ପାଳନ କରୁଥିବା ଲୋକମାନେ ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତ ହୁଅନ୍ତି ନାହିଁ । ସେମାନେ ସ୍ୱର୍ଗ ସମ୍ରାଟ ଇନ୍ଦ୍ରଙ୍କର ଲୋକ ପରି, ମାୟିକ ଜଗତ ଅନ୍ତର୍ଭୁକ୍ତ ଉଚ୍ଚତର ଲୋକକୁ ଗମନ କରନ୍ତି । ସେଠାରେ ସେମାନେ ସ୍ୱର୍ଗୀୟ ସୁଖ ପ୍ରାପ୍ତ କରନ୍ତି, ଯାହା ପୃଥିବୀ ଲୋକର ସୁଖ ଠାରୁ ହଜାର ଗୁଣରେ ଅଧିକ ଅଟେ । ପରବର୍ତ୍ତୀ ଶ୍ଲୋକରେ ଶ୍ରୀକୃଷ୍ଣ ସ୍ୱର୍ଗସୁଖର ଦୋଷ ବର୍ଣ୍ଣନା କରୁଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
9. ରାଜବିଦ୍ୟା ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!