Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 9, Verse 21

ତେ ତଂ ଭୁକ୍ତ୍ୱା ସ୍ୱର୍ଗଲୋକଂ ବିଶାଳଂ
କ୍ଷୀଣେ ପୁଣ୍ୟେ ମର୍ତ୍ତ୍ୟଲୋକଂ ବିଶନ୍ତି ।
ଏବଂ ତ୍ରୟୀଧର୍ମମନୁପ୍ରପନ୍ନା
ଗତାଗତଂ କାମକାମା ଲଭନ୍ତେ ।।୨୧।।

ତେ - ସେମାନେ; ତଂ - ତାହା; ଭୁକ୍ତ୍ୱା - ଉପଭୋଗ କରି; ସ୍ୱର୍ଗଲୋକଂ - ସ୍ୱର୍ଗ; ବିଶାଳମ୍ - ବିଶାଳ; କ୍ଷୀଣେ - ଶେଷହେଲେ; ପୁଣ୍ୟେ - ପୁଣ୍ୟକର୍ମ; ମର୍ତ୍ତ୍ୟଲୋକମ୍ - ମୃତ୍ୟୁ ଲୋକ; ବିଶନ୍ତି - ଫେରି ଆସନ୍ତି; ଏବଂ - ଏହିପରି ଭାବରେ; ତ୍ରୟୀଧର୍ମଂ - କର୍ମକାଣ୍ଡ; ଅନୁପ୍ରପନ୍ନା - ଅନୁସରଣ କରି; ଗତ ଅଗତଂ - ମୃତ୍ୟୁ ଏବଂ ଜନ୍ମ; କାମ କାମାଃ - ଇନ୍ଦ୍ରିୟ-ଭୋଗ୍ୟ ବସ୍ତୁ; ଲଭତେ - ଲାଭ କରନ୍ତି ।

Translation

BG 9.21: ସ୍ୱର୍ଗର ଅପରିମିତ ସୁଖ ଭୋଗ କରି ସେମାନଙ୍କର ଗଚ୍ଛିତ ପୁଣ୍ୟ ଯେତେବେଳେ ହ୍ରାସ ପାଇଥାଏ, ସେମାନେ ପୁନର୍ବାର ପୃଥିବୀ ଲୋକକୁ ଫେରି ଆସନ୍ତି । ସୁତରାଂ ଯେଉଁମାନେ ବୈଦିକ କର୍ମକାଣ୍ଡ ଅନୁଷ୍ଠାନ କରି, ଭୋଗ୍ୟବସ୍ତୁର କାମନା କରିଥାଆନ୍ତି, ସେମାନେ ବାରମ୍ବାର ପୃଥିବୀ ଲୋକକୁ ଯିବା ଆସିବା କରିଥାଆନ୍ତି ।

Commentary

ଶ୍ରୀକୃଷ୍ଣ ଏହି ଶ୍ଲୋକରେ ବର୍ଣ୍ଣନା କରିଛନ୍ତି ଯେ ସ୍ୱର୍ଗଲୋକର ସ୍ୱର୍ଗୀୟ ସୁଖ ଅସ୍ଥାୟୀ ଅଟେ । ଯେଉଁ ବ୍ୟକ୍ତିମାନେ ସ୍ୱର୍ଗଲୋକ ପ୍ରାପ୍ତ କରିଥାନ୍ତି, ସେଠାରେ ସେମାନେ ସ୍ୱର୍ଗ ସୁଖକୁ ପୂର୍ଣ୍ଣ ଉପଭୋଗ କରି ସାରିବା ପରେ ସେମାନଙ୍କର ସବୁ ପୁଣ୍ୟ କ୍ଷୟ ହୋଇଯାଏ ଏବଂ ତାପରେ ସେମାନଙ୍କୁ ପୁଣି ପୃଥିବୀ ଲୋକକୁ ପଠାଇ ଦିଆଯାଇ ଥାଏ । ତେଣୁ ସ୍ୱର୍ଗଲୋକର ସ୍ତରକୁ ଉନ୍ନୀତ ହେବା ପରେ ମଧ୍ୟ, ଆତ୍ମାର ଚିରନ୍ତନ ଅନ୍ୱେଷଣ ସମାପ୍ତ ହୁଏ ନାହିଁ । ଅନନ୍ତ ଜନ୍ମରେ ଆମେ ଅନେକ ଥର ସେଠାକୁ ଯାଇଛେ, କିନ୍ତୁ ଆତ୍ମାର ଅନନ୍ତ ଆନନ୍ଦର କ୍ଷୁଧା ଏପର୍ଯ୍ୟନ୍ତ ପରିତୃପ୍ତ ହୋଇନାହିଁ । ସମସ୍ତ ବୈଦିକ ଗ୍ରନ୍ଥ ଏହାକୁ ସମର୍ଥନ କରିଥାଆନ୍ତି । 


ତାବତ୍ ପ୍ରମୋଦତେ ସ୍ୱର୍ଗେ ଯାବତ୍ ପୁଣ୍ୟଂ ସମାପ୍ୟତେ ।
କ୍ଷୀଣ ପୁଣ୍ୟଃ ପତତ୍ୟର୍ବାଗନିଚ୍ଛନ୍ କାଳ-ଚାଳିତଃ । । (ଭାଗବତ ୧୧.୧୦.୨୬)

ସ୍ୱର୍ଗର ବାସିନ୍ଦାଗଣ, ତାଙ୍କର ପୁଣ୍ୟ ଶେଷ ହେବା ପର୍ଯ୍ୟନ୍ତ, ସ୍ୱର୍ଗଲୋକର ସୁଖ ଉପଭୋଗ କରନ୍ତି । ସମୟ କ୍ରମେ ତାଙ୍କର ଅନିଚ୍ଛା ସତ୍ତ୍ୱେ ସେମାନେ ପୁଣି ନିମ୍ନଲୋକକୁ ଫେରିବାକୁ ବାଧ୍ୟ ହୁଅନ୍ତି ।

ସ୍ୱର୍ଗହୁ ସ୍ୱଳ୍ପ ଅନ୍ତ ଦୁଖଦାୟୀ (ରାମାୟଣ)

ସ୍ୱର୍ଗପ୍ରାପ୍ତି କ୍ଷଣିକ ଅଟେ ଏବଂ ତା ପରେ ଦୁଃଖ ଆସିଥାଏ ।

ଫୁଟବଲ୍‌ଟିଏ ଯେପରି ପଡ଼ିଆ ସାରା ସମସ୍ତଙ୍କର ଗୋଇଠାମାଡ଼ ଖାଉଥାଏ, ଭଗବାନଙ୍କୁ ଭୁଲି ଯାଇଥିବା ହେତୁ ଆତ୍ମାକୁ ମଧ୍ୟ ମାୟା ସର୍ବତ୍ର ଗୋଇଠା ମାରି ଚାଲିଥାଏ । କେତେବେଳେ ସେ ନିମ୍ନ ଲୋକକୁ ଯାଏ ତ କେତେବେଳେ ଉଚ୍ଚ ଲୋକକୁ ଯାଇଥାଏ । ସେହି ସମୟରେ ସେ  ଧାରଣ କରୁଥିବା ବିଭିନ୍ନ ଶରୀର ମଧ୍ୟରୁ, କେବଳ ମାନବ ଶରୀର ହିଁ ଭଗବତ୍ ପ୍ରାପ୍ତିର ସୁଯୋଗ ଦେଇଥାଏ । ସେଥିପାଇଁ ଶାସ୍ତ୍ର କହେ,  ସ୍ୱର୍ଗର ଦେବତାମାନେ ମଧ୍ୟ ମନୁଷ୍ୟ ଜନ୍ମ ପାଇଁ ପ୍ରାର୍ଥନା କରିଥାଆନ୍ତି, ଯଦ୍ୱାରା ସେମାନେ ତାଙ୍କର ସ୍ୱର୍ଗଯିବାର ତ୍ରୁଟି ସଂଶୋଧନ କରି ଭଗବତ୍ ପ୍ରାପ୍ତି ପାଇଁ ସାଧନା କରିପାରିବେ ।

“ଦୁର୍ଲଭଂ ମାନୁଷଂ ଜନ୍ମ ପ୍ରାର୍ଥୟତେ ତ୍ରିଦଶୈରପି” (ନାରଦ ପୁରାଣ)

“ମାନବ ଦେହ ଅତ୍ୟନ୍ତ ଦୁର୍ଲଭ ଅଟେ । ସ୍ୱର୍ଗର ଦେବତା ମାନେ ମଧ୍ୟ ଏହାକୁ ପ୍ରାପ୍ତ କରିବାକୁ ପ୍ରାର୍ଥନା କରନ୍ତି ।”ସେଥିପାଇଁ ଭଗବାନ ରାମ ଅଯୋଧ୍ୟାବାସୀଙ୍କୁ ଉପଦେଶ ଦେଇଥିଲେ:

ବଡେଁ ଭାଗ ମାନୁଷ ତନୁ ପାବା,
ସୁର ଦୁର୍ଲଭ ସବ ଗ୍ରନ୍ଥହ୍ନି ଗାବା । (ରାମାୟଣ)

“ହେ ଅଯୋଧ୍ୟାବାସୀଗଣ! ମାନବ ଶରୀର ମିଳିଥିବାରୁ ଆପଣମାନେ ଅତ୍ୟନ୍ତ ଭାଗ୍ୟଶାଳୀ ଅଟନ୍ତି । ଏହା ଅତ୍ୟନ୍ତ ଦୁର୍ଲଭ ଅଟେ,ତେଣୁ ଦେବତାମାନେ ମଧ୍ୟ ଏହା ଇଚ୍ଛା କରିଥାନ୍ତି ।” ସ୍ୱର୍ଗର ଦେବତାଗଣ ମାନବ ଶରୀର ଇଚ୍ଛା କରୁଥିବା ବେଳେ, ଆମେ ମନୁଷ୍ୟମାନେ କାହିଁକି ସ୍ୱର୍ଗଲୋକର କାମନା କରିବା? ବରଂ ଆମେ ପ୍ରଭୁ ଶ୍ରୀରାମଙ୍କର ଭକ୍ତି କରି ଭଗବତ୍ ପ୍ରାପ୍ତି ପାଇଁ ଚେଷ୍ଟା କରିବା ଉଚିତ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
9. ରାଜବିଦ୍ୟା ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!