Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 9, Verse 22

ଅନନ୍ୟାଶ୍ଚିନ୍ତୟନ୍ତୋ ମାଂ ଯେ ଜନାଃ ପର୍ଯ୍ୟୁପାସତେ ।
ତେଷାଂ ନିତ୍ୟାଭିଯୁକ୍ତାନାଂ ଯୋଗକ୍ଷେମଂ ବହାମ୍ୟହମ୍ ।।୨୨।।

ଅନନ୍ୟଃ - ଅନନ୍ୟ ଭାବରେ; ଚିନ୍ତୟନ୍ତଃ - ଚିନ୍ତାକରି, ଧ୍ୟାନକରି; ମାଂ- ମୋତେ; ଯେ - ଯେଉଁମାନେ; ଜନାଃ - ଲୋକମାନେ; ପର୍ଯ୍ୟୁପାସତେ - ଅନନ୍ୟ ଉପାସନା କରନ୍ତି; ତେଷାମ୍ - ସେମାନଙ୍କର; ନିତ୍ୟ - ସର୍ବଦା; ଅଭିଯୁକ୍ତାନାମ୍ - ଭକ୍ତିରେ ସ୍ଥିର; ଯୋଗ - ଆଧ୍ୟାତ୍ମିକ ସଂପଦ ଦେବା; କ୍ଷେମ - ଆଧ୍ୟାତ୍ମିକ ସଂପଦର ସୁରକ୍ଷା;ବହାମି - ବହନ କରେ; ଅହମ୍ - ମୁଁ ।

Translation

BG 9.22: ଯେଉଁମାନେ ସର୍ବଦା, ଅନନ୍ୟ ଭକ୍ତି ଯୁକ୍ତ ହୋଇ ମୋର ଧ୍ୟାନରେ ନିମଗ୍ନ ରୁହନ୍ତି, ଯାହାର ମନ ସର୍ବଦା ମୋ ଚିନ୍ତନରେ ବୁଡ଼ି ରହିଥାଏ, ମୁଁ ସେମାନଙ୍କ ପାଖରେ ଯାହା ନ ଥାଏ, ତାହା ପ୍ରଦାନ କରେ ଏବଂ ଯାହା ଥାଏ, ତାର ରକ୍ଷା କରେ ।

Commentary

ଜଣେ ମା, ତା’ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ, ଅସହାୟ ନବଜାତ ଶିଶୁକୁ, ତ୍ୟାଗ କରିବା କଥା କେବେ ବି ଚିନ୍ତା କରି ନ ଥାଏ । ଭଗବାନ ଆତ୍ମାର ଶାଶ୍ୱତ ମା’ ଅଟନ୍ତି । ଏହି ଶ୍ଲୋକରେ ଭଗବାନ, ତାଙ୍କ ପ୍ରତି ଅନନ୍ୟ ଭାବରେ ଶରଣାଗତ ଜୀବକୁ ମାତୃସୁଲଭ ଆଶ୍ୱାସନା ପ୍ରଦାନ କରିଛନ୍ତି । ଶ୍ଲୋକରେ ବ୍ୟବହୃତ ବହାମ୍ୟହମ୍ ଶବ୍ଦର ଅର୍ଥ, “ମୁଁ ନିଜେ ମୋ ଭକ୍ତର ପୋଷଣ ଦାୟୀତ୍ୱ ବହନ କରିଥାଏ”, ଯେପରି ଜଣେ ବିବାହିତ ପୁରୁଷ ତାଙ୍କ ସ୍ତ୍ରୀ ଏବଂ ସନ୍ତାନମାନଙ୍କର ଦାୟୀତ୍ୱ ବହନ କରିଥାଆନ୍ତି । ଭଗବାନ ଦୁଇଟି ପ୍ରତିଜ୍ଞା କରିଛନ୍ତି । ପ୍ରଥମଟି ହେଲା, ଯୋଗ - ଭକ୍ତଙ୍କ ପାଖରେ ନଥିବା ଆଧ୍ୟାତ୍ମିକ ସମ୍ପତ୍ତି ପ୍ରଦାନ କରିବା । ଦ୍ୱିତୀୟଟି ହେଲା, କ୍ଷେମ - ଭକ୍ତମାନଙ୍କ ପାଖରେ ଯାହା ବି ଆଧ୍ୟାତ୍ମିକ ସମ୍ପତ୍ତି ଅଛି, ତା’ର ରକ୍ଷା କରିବା ।

କିନ୍ତୁ ଏଥିପାଇଁ ସେ ରଖିଥିବା ସର୍ତ୍ତଟି ହେଲା ଅନନ୍ୟ ଭକ୍ତି ।  ମା’ ଓ ଶିଶୁର ଉପମା ମାଧ୍ୟମରେ ଏ ସମ୍ପର୍କରେ ଧାରଣା କରାଯାଇ ପାରେ । ଏକ ନବଜାତ ଶିଶୁ ତା’ର ମା ପ୍ରତି ପୂର୍ଣ୍ଣ ଶରଣାଗତ ଥାଏ, ଯିଏ କି ଶିଶୁର ସମସ୍ତ ଯତ୍ନ ନିଏ । ଶିଶୁଟିର ଯାହା କିଛି ବି ଆବଶ୍ୟକ ହୁଏ, ସେ କେବଳ କାନ୍ଦି ଥାଏ ଏବଂ ମା’ ତାର ଆବଶ୍ୟକତା ପୂର୍ଣ୍ଣ କରିଥାଏ । ସେ ତାକୁ ସଫା କରେ, ଖାଇବାକୁ ଦିଏ, ଗାଧୋଇ ଦିଏ ଇତ୍ୟାଦି । ଯେତେବେଳେ ପିଲାଟି ୫ବର୍ଷର ହୋଇଯାଏ, ସେ ନିଜର କିଛି କିଛି କାମ କରିବାକୁ ଆରମ୍ଭ କରେ ଏବଂ ମା’ ସେତିକି ପରିମାଣର ଦାୟୀତ୍ୱ କମ୍ କରିଦିଏ । ଶିଶୁଟି ଯେତେବେଳ ଯୁବକ ହୋଇଯାଏ ଏବଂ ନିଜର ସମସ୍ତ ଦାୟୀତ୍ୱ ନେବାରେ ଲାଗେ, ମା ତାର କର୍ତ୍ତବ୍ୟ ଆହୁରି କମ୍ କରିଦିଏ । ବର୍ତ୍ତମାନ ଯେତେବେଳ ବାପା ପଚାରନ୍ତି, “ପୁଅ କୁଆଡେ ଅଛି?” ମା ଉତ୍ତର ଦିଏ “ସେ ସ୍କୁଲ୍‌ରୁ ଫେରିନାହିଁ, ସାଙ୍ଗମାନଙ୍କ ସହିତ ସିନେମା ଦେଖିବାକୁ ଯାଇଥିବ ।” ବର୍ତ୍ତମାନ ପୁଅ ପ୍ରତି ମାର ଦୃଷ୍ଟିକୋଣ ପ୍ରାୟତଃ ଉଦାସୀନ ରହେ । କିନ୍ତୁ ସେହି ପିଲାଟି ଯେତେବେଳେ ପାଂଚ ବର୍ଷର ଥିଲା ଏବଂ ବିଦ୍ୟାଳୟରୁ ଫେରିବାରେ ଦଶ ମିନିଟ୍ ବିଳମ୍ବ ହୋଇଯାଉଥିଲା, “କ’ଣ ହେଲା? ବିଦ୍ୟାଳୟକୁ ଫୋନ୍ କରି ବୁଝିବା” ଭାବି ଉଭୟ ପିତାମାତା ବ୍ୟସ୍ତ ହୋଇ ଯାଉଥିଲେ - “ଛୋଟ ପିଲା । ରାସ୍ତାରେ କାଳେ କିଛି ଦୁର୍ଘଟଣା ହୋଇ ଥିବ କି?”

ଏହିପରି ଭାବରେ ଯେତିକି ମାତ୍ରାରେ ପିଲାଟି ତା’ର ନିଜ କାର୍ଯ୍ୟ କରିବାକୁ ଆରମ୍ଭ କରେ, ମା’ର ଦାୟୀତ୍ୱ ସେତିକି ମାତ୍ରାରେ କମ ହେଇଯାଏ । ଭଗବାନଙ୍କର ନିୟମ ଠିକ୍ ଏହିପରି । ଯେତେବେଳେ ଆମେ ନିଜ ବୁଦ୍ଧି ଅନୁସାରେ, ନିଜକୁ ନିଜ କାର୍ଯ୍ୟର କର୍ତ୍ତା ଭାବୁ ଏବଂ ନିଜର ଶକ୍ତି ଓ ଦକ୍ଷତା ଉପରେ ନିର୍ଭର କରୁ, ଭଗବାନ ତାଙ୍କ କୃପା ପ୍ରଦାନ କରନ୍ତି ନାହିଁ । ସେ କେବଳ ଆମ କର୍ମର ହିସାବ ରଖନ୍ତି ଏବଂ ତାର ଫଳ ଦିଅନ୍ତି । ଆମେ ଯେତେବେଳେ ଆଂଶିକ ଭାବେ ତାଙ୍କର ଶରଣାଗତ ହୋଇଥାଏ ଓ ଆଂଶିକ ଭାବେ ସଂସାର ଉପରେ ନିର୍ଭର କରିଥାଏ, ଭଗବାନ ମଧ୍ୟ ଆଂଶିକ ଭାବେ କୃପା ପ୍ରଦାନ କରନ୍ତି । ଆମେ ଯେତେବେଳେ ପୂର୍ଣ୍ଣତଃ ନିଜକୁ ଭଗବାନଙ୍କଠାରେ ସମର୍ପିତ କରିଦିଏ - “ମାମେକଂ ଶରଣଂ ବ୍ରଜ”, ଭଗବାନ ତାଙ୍କର ପୂର୍ଣ୍ଣ କୃପା ଆମକୁ ପ୍ରଦାନ କରନ୍ତି । ଆମ ପାଖରେ ଯାହା ଥାଏ, ତା’ର ରକ୍ଷା କରନ୍ତି ଏବଂ ଯାହା ଆମ ପାଖରେ ନ ଥାଏ, ତାହା ପ୍ରଦାନ କରନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
9. ରାଜବିଦ୍ୟା ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!