Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 9, Verse 23

ଯେଽପ୍ୟନ୍ୟଦେବତା ଭକ୍ତା ଯଜନ୍ତେ ଶ୍ରଦ୍ଧୟାନ୍ୱିତାଃ ।
ତେଽପି ମାମେବ କୌନ୍ତେୟ ଯଜନ୍ତ୍ୟବିଧିପୂର୍ବକମ୍ ।।୨୩।।

ଯେ - ଯେଉଁମାନେ; ଅପି - ମଧ୍ୟ; ଅନ୍ୟ - ଅନ୍ୟ; ଦେବତା - ଦେବତା; ଭକ୍ତାଃ - ଭକ୍ତମାନେ; ଯଜନ୍ତେ - ପୂଜା କରନ୍ତି; ଶ୍ରଦ୍ଧୟା -ଅନ୍ୱିତାଃ - ଶ୍ରଦ୍ଧା ଓ ବିଶ୍ୱାସ ସହକାରେ; ତେ- ସେମାନେ; ଅପି - ମଧ୍ୟ; ମାମ୍ - ମୋତେ; ଏବ - କେବଳ; କୌନ୍ତେୟ - ହେ କୁନ୍ତି- ପୁତ୍ର; ଯଜନ୍ତି - ଅର୍ପଣ କରନ୍ତି; ଅବିଧିପୂର୍ବକମ୍ - ଏକ ଭ୍ରମାତ୍ମକ ମାର୍ଗରେ ।

Translation

BG 9.23: ହେ କୁନ୍ତି ପୁତ୍ର! ଯେଉଁମାନେ ଶ୍ରଦ୍ଧା ଓ ବିଶ୍ୱାସର ସହିତ ଅନ୍ୟ ଦେବତା ମାନଙ୍କର ଉପାସନା କରନ୍ତି, ସେମାନେ ମଧ୍ୟ ମୋର ହିଁ ଉପାସନା କରନ୍ତି । କିନ୍ତୁ, ଏହା ସେମାନେ ଅବିଧି ପୂର୍ବକ କରିଥାଆନ୍ତି ।

Commentary

ଭଗବାନଙ୍କର ଉପାସନା କରୁଥିବା ବ୍ୟକ୍ତିମାନଙ୍କ ବିଷୟରେ ବର୍ଣ୍ଣନା କରିସାରି, ଶ୍ରୀକୃଷ୍ଣ ବର୍ତ୍ତମାନ, ସାଂସାରିକ ଲାଭ ପାଇବା ପାଇଁ ଦେବତା ମାନଙ୍କୁ ପୂଜା କରୁଥିବା ବ୍ୟକ୍ତିମାନଙ୍କର ସ୍ଥିତି ବିଷୟରେ ବୁଝାଉଛନ୍ତି । ସେମାନେ ଶ୍ରଦ୍ଧାଯୁକ୍ତ ଅଟନ୍ତି ଏବଂ ଦେବତାମାନଙ୍କ ମାଧ୍ୟମରେ ସେମାନଙ୍କର ମନୋକାମନା ମଧ୍ୟ ସ୍ୱର୍ଗର ପୂର୍ଣ୍ଣ ହୋଇଥାଏ । କିନ୍ତୁ ସେମାନଙ୍କର ବିଚାର ଅସମ୍ପୂର୍ଣ୍ଣ ଅଟେ; ସେମାନେ ବୁଝି ପାରନ୍ତି ନାହିଁ ଯେ ଦେବତାମାନେ ମଧ୍ୟ ତାଙ୍କର ଶକ୍ତି ଭଗବାନଙ୍କ ଠାରୁ ହିଁ ପାଇ ଥାଆନ୍ତି । ଅତଏବ, ପରୋକ୍ଷ ଭାବରେ, ସେମାନେ ଭଗବାନଙ୍କୁ ହିଁ ପାଇଥାଆନ୍ତି କିନ୍ତୁ ପରୋକ୍ଷ ଭାବରେ । ଉଦାହରଣ ସ୍ୱରୂପ, ଯଦି ଜଣେ ସରକାରୀ ଅଧିକାରୀ ଜଣେ ନାଗରିକର ସମସ୍ୟା ସମାଧାନ କରନ୍ତି, ତାହେଲେ ତାଙ୍କୁ ଜଣେ ବଦାନ୍ୟ ବ୍ୟକ୍ତି ବୋଲି କୁହାଯିବ ନାହିଁ । ସେ ତ କେବଳ ସରକାରଙ୍କ ଦ୍ୱାରା ନ୍ୟସ୍ତ କରାଯାଇଥିବା ତାଙ୍କ କ୍ଷମତାର ଉପଯୋଗ କରିଥାଆନ୍ତି । ସେହିପରି ଦେବତାମାନଙ୍କୁ ସମସ୍ତ ଶକ୍ତି ଭଗବାନଙ୍କଠାରୁ ହିଁ ମିଳିଥାଏ । ତେଣୁ ବୁଦ୍ଧିମାନ ବ୍ୟକ୍ତି ପରୋକ୍ଷ ପଥରେ ନ ଯାଇ, ସର୍ବଶକ୍ତିର ଆଧାର ଭଗବାନଙ୍କର ହିଁ ଉପାସନା କରିଥାଆନ୍ତି । ଭଗବାନଙ୍କ ଉପାସନାରେ ସମସ୍ତ ସୃଷ୍ଟି ଆପେ ଆପେ ସନ୍ତୁଷ୍ଟ ହୋଇଯାଏ ।

ଯଥା ତରୋର୍‌ମୂଳ-ନିଶେଚନେନ, ତୃପ୍ୟନ୍ତି ତତ୍‌ସ୍କନ୍ଧଭୁଜୋପଶାଖଃ ।

ପ୍ରାଣୋପହାରାଚ୍ଚ ଯଥେନ୍ଦ୍ରିୟାଣାଂ ତଥୈବ ସର୍ବାର୍ହଣଂ ଅଚ୍ୟୁତେଜ୍ୟା ।ା (ଭାଗବତମ ୪.୩୧.୧୪)

ଗଛର ମୂଳରେ ଜଳ ସିଂଚନ କଲେ, ତାହାର ଗଣ୍ଡି, ଶାଖା, ପ୍ରଶାଖା, ପତ୍ର ଓ ପୁଷ୍ପ ସମସ୍ତ ଅଂଶ ପରିପୁଷ୍ଟ ହୁଅନ୍ତି । ପାଟିରେ ଆମେ ଯେଉଁ ଖାଦ୍ୟ ଗ୍ରହଣ କରେ, ତାହା ଆମର ପ୍ରାଣବାୟୁ ଓ ଇନ୍ଦ୍ରିୟ ମାନଙ୍କୁ ସ୍ୱତଃ ପରିପୁଷ୍ଟ କରିଥାଏ । ସେହିପରି ପରମ ପୁରୁଷ ଭଗବାନଙ୍କର ଉପାସନା କରିବା ଦ୍ୱାରା, ଦେବତାମାନଙ୍କ ସହିତ ତାଙ୍କର ଅନ୍ୟ ସମସ୍ତ ଅଂଶ ମଧ୍ୟ ପୂଜିତ ହୋଇଥାଆନ୍ତି । ଯଦି ଆମେ ମୂଳକୁ ଛାଡ଼ି କେବଳ ପତ୍ରମାନଙ୍କୁ ଜଳ ପ୍ରଦାନ କରିବା, ତେବେ ଗଛଟି ମରିଯିବ । ଅତଏବ, ସ୍ୱର୍ଗର ଦେବତାମାନଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଉଥିବା ପୂଜା ନିଶ୍ଚିତ ଭାବରେ ଭଗବାନଙ୍କୁ ପ୍ରାପ୍ତ ହୋଇଥାଏ, କିନ୍ତୁ ଏପରି ଉପାସକମାନେ ଆଧ୍ୟାତ୍ମିକ ଲାଭରୁ ବଞ୍ôଚତ ହୁଅନ୍ତି । ଏହା ପରବର୍ତ୍ତୀ ଶ୍ଲୋକରେ ବିସ୍ତାର ପୂର୍ବକ ବର୍ଣ୍ଣନା କରାଯାଇଅଛି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
9. ରାଜବିଦ୍ୟା ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!