ଅହଂ ହି ସର୍ବଯଜ୍ଞାନାଂ ଭୋକ୍ତା ଚ ପ୍ରଭୁରେବ ଚ ।
ନ ତୁ ମାମଭିଜାନନ୍ତି ତତ୍ତ୍ୱେନାତଶ୍ଚ୍ୟବନ୍ତି ତେ ।।୨୪।।
ଅହଂ-ମୁଁ; ହି - ନିଶ୍ଚୟ; ସର୍ବ - ସମସ୍ତ; ଯଜ୍ଞାନାଂ - ଯଜ୍ଞମାନଙ୍କର; ଭୋକ୍ତା - ଉପଭୋଗକାରୀ; ଚ - ଏବଂ; ପ୍ରଭୁଃ-ସ୍ୱାମୀ; ଏବ - ମଧ୍ୟ; ଚ - ଏବଂ; ନ - ନୁହେଁ; ତୁ - କିନ୍ତୁ; ମାଂ - ମୋତେ; ଅଭିଜାନନ୍ତି - ଜାଣନ୍ତି; ତତ୍ତ୍ୱେନ - ତତ୍ତ୍ୱରେ, ବାସ୍ତବରେ; ଅତଃ - ଏଣୁ; ଚ୍ୟବନ୍ତି - ଅଧୋପତିତ ହୁଅନ୍ତି; ତେ - ସେମାନେ ।
BG 9.24: ମୁଁ ହିଁ ସମସ୍ତ ଯଜ୍ଞର ଅଧିଷ୍ଠାତା ଏବଂ ଉପଭୋକ୍ତା ଅଟେ । କିନ୍ତୁ ଯେଉଁମାନେ ମୋର ଦିବ୍ୟ ସ୍ୱରୂପକୁ ଜାଣନ୍ତି ନାହିଁ, ସେମାନେ ପୁନର୍ଜନ୍ମକୁ୍ମ ପ୍ରାପ୍ତ ହୁଅନ୍ତି ।
ଅହଂ ହି ସର୍ବଯଜ୍ଞାନାଂ ଭୋକ୍ତା ଚ ପ୍ରଭୁରେବ ଚ ।
ନ ତୁ ମାମଭିଜାନନ୍ତି ତତ୍ତ୍ୱେନାତଶ୍ଚ୍ୟବନ୍ତି ତେ ।।୨୪।।
ମୁଁ ହିଁ ସମସ୍ତ ଯଜ୍ଞର ଅଧିଷ୍ଠାତା ଏବଂ ଉପଭୋକ୍ତା ଅଟେ । କିନ୍ତୁ ଯେଉଁମାନେ ମୋର ଦିବ୍ୟ ସ୍ୱରୂପକୁ ଜାଣନ୍ତି ନାହିଁ, ସେମାନେ ପୁନର୍ଜନ୍ମକୁ୍ମ ପ୍ରାପ୍ତ ହୁଅନ୍ତି …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଶ୍ରୀକୃଷ୍ଣ ବର୍ତ୍ତମାନ ସ୍ୱର୍ଗର ଦେବତାମାନଙ୍କୁ ଉପାସନା କରିବାରେ ହେଉଥିବା ହାନି ସମ୍ପର୍କରେ ବର୍ଣ୍ଣନା କରୁଛନ୍ତି । ଦେବତାମାନେ ଭଗବାନଙ୍କ ପ୍ରଦତ୍ତ ଶକ୍ତି ଦ୍ୱାରା ହିଁ ସାଂସାରିକ ବୈଭବ ଆଦି ପ୍ରଦାନ କରିବାକୁ ସକ୍ଷମ ହୋଇଥାନ୍ତି । କିନ୍ତୁ ସେମାନେ ତାଙ୍କର ଶରଣାପନ୍ନ ହୋଇଥିବା ବ୍ୟକ୍ତିଙ୍କୁ ଜନ୍ମମୃତ୍ୟୁର ଚକ୍ରରୁ ମୁକ୍ତି ଦେଇ ପାରନ୍ତି ନାହିଁ । ସେମାନେ କେବଳ ସେତିକି ହିଁ ଦେଇ ପାରିବେ ଯେତିକି ତାଙ୍କ ପାଖରେ ଅଛି । ସ୍ୱର୍ଗର ଦେବତା ମାନେ ନିଜେ ସଂସାରରୁ ମୁକ୍ତ ନୁହଁନ୍ତି, ତେଣୁ ସେମାନେ ତାଙ୍କର ଉପାସକମାନଙ୍କୁ ମୁକ୍ତ କରିବେ କିପରି? ଅପର ପକ୍ଷରେ, ଯେଉଁମାନଙ୍କର ବୁଦ୍ଧି ସଠିକ୍ ଜ୍ଞାନଯୁକ୍ତ, ସେମାନେ ନିଜର ଭକ୍ତିପୂତ ଅର୍ଘ୍ୟ ଭଗବାନଙ୍କ ପାଦପଦ୍ମରେ ଅର୍ପଣ କରନ୍ତି ଓ ଭକ୍ତି ପରିପୂର୍ଣ୍ଣ ଅବସ୍ଥାରେ ପହଂଚିବା ପରେ, ସେମାନେ ମୃତ୍ୟୁଲୋକରୁ ଦିବ୍ୟଲୋକକୁ ଗମନ କରିଥାନ୍ତି ।