ଯାନ୍ତି ଦେବବ୍ରତା ଦେବାନ୍ ପିତୃନ୍ ଯାନ୍ତି ପିତୃବ୍ରତାଃ ।
ଭୂତାନି ଯାନ୍ତି ଭୂତେଜ୍ୟା ଯାନ୍ତି ମଦ୍ୟାଜିନୋଽପି ମାମ୍ ।।୨୫।।
ଯାନ୍ତି- ପ୍ରାପ୍ତ ହୁଅନ୍ତି; ଦେବ ବ୍ରତାଃ - ଦେବତାମାନଙ୍କର ଉପାସକ; ଦେବାନ୍ - ଦେବତା, ପିତୃନ୍ - ପିତୃପୁରୁଷ; ଯାନ୍ତି - ଯା’ନ୍ତି; ପିତୃବ୍ରତାଃ - ପିତୃପୁରୁଷଙ୍କର ଉପାସକ; ଭୂତାନି - ଭୂତ ପ୍ରେତ; ଯାନ୍ତି -ଗମନ କରନ୍ତି; ଭୂତେଜ୍ୟାଃ - ଭୂତ ପ୍ରେତଙ୍କର ଉପାସକ; ଯାନ୍ତି - ଗମନ କରନ୍ତି; ମତ୍ - ମୋର; ୟାଜିନଃ - ଭକ୍ତଗଣ; ଅପି - ମଧ୍ୟ; ମାମ୍ - ମୋତେ ।
BG 9.25: ସ୍ୱର୍ଗର ଦେବତା ମାନଙ୍କୁ ପୂଜା କରୁଥିବା ବ୍ୟକ୍ତି, ସ୍ୱର୍ଗର ଦେବତା ମାନଙ୍କ ମଧ୍ୟରେ ଜନ୍ମଗ୍ରହଣ କରନ୍ତି । ପିତୃ ପୁରୁଷଙ୍କୁ ପୂଜା କରୁଥିବା ବ୍ୟକ୍ତି ପିତୃଲୋକକୁ ଯାଆନ୍ତି । ଭୂତ ପ୍ରେତଙ୍କୁ ପୂଜା କରୁଥିବା ବ୍ୟକ୍ତି ସେହିମାନଙ୍କ ଗହଣରେ ଜନ୍ମ ନିଅନ୍ତି । କେବଳ ମୋର ଭକ୍ତମାନେ ମୋ ପାଖକୁ ଆସନ୍ତି ।
ଯାନ୍ତି ଦେବବ୍ରତା ଦେବାନ୍ ପିତୃନ୍ ଯାନ୍ତି ପିତୃବ୍ରତାଃ ।
ଭୂତାନି ଯାନ୍ତି ଭୂତେଜ୍ୟା ଯାନ୍ତି ମଦ୍ୟାଜିନୋଽପି ମାମ୍ ।।୨୫।।
ସ୍ୱର୍ଗର ଦେବତା ମାନଙ୍କୁ ପୂଜା କରୁଥିବା ବ୍ୟକ୍ତି, ସ୍ୱର୍ଗର ଦେବତା ମାନଙ୍କ ମଧ୍ୟରେ ଜନ୍ମଗ୍ରହଣ କରନ୍ତି । ପିତୃ ପୁରୁଷଙ୍କୁ ପୂଜା କରୁଥିବା ବ୍ୟକ୍ତି ପିତୃଲୋକକୁ ଯାଆନ୍ତି …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ସାଧକ କେବଳ ତା’ର ଇଷ୍ଟର ସ୍ତର ପର୍ଯ୍ୟନ୍ତ ନିଜକୁ ଉନ୍ନୀତ କରିପାରେ, ଯେପରି ଗୋଟିଏ ପାଣି ପାଇପ୍ କେବଳ ସେତିକି ଉଚ୍ଚକୁ ପାଣି ଉଠାଇ ପାରେ, ଯେତିକି ଉଚ୍ଚତା ତାହା ସଂଯୋଗ ହୋଇଥିବା ଜଳଭଣ୍ଡାରର ହୋଇଥାଏ । ଏହି ଶ୍ଲୋକରେ ଶ୍ରୀକୃଷ୍ଣ ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱଙ୍କୁ ପୂଜା କରିବାର ଫଳ-ସ୍ୱରୂପ ପ୍ରାପ୍ତ ହେଉଥିବା ଗତି ବିଷୟରେ ବର୍ଣ୍ଣନା କରିଛନ୍ତି । ଏହି ଜ୍ଞାନ ଦେଇ ସେ ଆମକୁ ନିର୍ଣ୍ଣୟ କରିବାରେ ସାହାଯ୍ୟ କରିଛନ୍ତି ଯେ ଚରମ ଆଧ୍ୟାତ୍ମିକ ଉନ୍ନତି ପାଇଁ ଆମେ ଭଗବାନଙ୍କର ହିଁ ଉପାସନା କରିବା ।
ଇନ୍ଦ୍ର, ସୂର୍ଯ୍ୟ, କୁବେର, ଅଗ୍ନି ଇତ୍ୟାଦି ଦେବତାମାନଙ୍କର ଉପାସନା କରୁଥିବା ବ୍ୟକ୍ତି ସ୍ୱର୍ଗକୁ ଯାଆନ୍ତି, ଯେଉଁଠାରୁ ପୁଣ୍ୟକର୍ମ ସମାପ୍ତ ହୋଇଯିବା ପରେ, ତାଙ୍କୁ ଫେରିବାକୁ ପଡିଥାଏ । ପିତୃଗଣ ଆମର ପୂର୍ବଜ ଅଟନ୍ତି । ସେମାନଙ୍କ ପ୍ରତି ଆମ୍ଭେମାନେ କୃତଜ୍ଞ ରହିବା ଉଚିତ୍, କିନ୍ତୁ ସେମାନଙ୍କର କଲ୍ୟାଣ ପାଇଁ ଅତିବେଶୀ ଚିନ୍ତିତ ହେବା କ୍ଷତିକାରକ ଅଟେ । ଯେଉଁମାନେ ପିତୃପୁରୁଷଙ୍କ ପୂଜାରେ ନିମଗ୍ନ ରହନ୍ତି, ମୃତ୍ୟୁପରେ ସେମାନେ ପିତୃଲୋକକୁ ଗମନ କରନ୍ତି ।
ଅଜ୍ଞାନ-ବଶୀଭୂତ ବ୍ୟକ୍ତି ଭୂତ ଓ ପ୍ରେତଙ୍କୁ ପୂଜା କରନ୍ତି । ପାଶ୍ଚାତ୍ୟ ଦେଶରେ ଡ଼ାହାଣୀ ବିଦ୍ୟା, ଆଫ୍ରିକାରେ କଳାଯାଦୁ ଏବଂ ଭାରତରେ ବାମମାର୍ଗୀ ତାନ୍ତ୍ରିକ ମାନେ ଭୂତ ଓ ପ୍ରେତଙ୍କୁ ଆହ୍ୱାନ କରିଥାନ୍ତି । ଶ୍ରୀକୃଷ୍ଣ କହୁଛନ୍ତି ଯେଉଁମାନେ ଏପରି କାର୍ଯ୍ୟରେ ଲିପ୍ତ ରହନ୍ତି, ସେମାନେ ପରବର୍ତ୍ତୀ ଜନ୍ମରେ ଭୂତ ଓ ପ୍ରେତ ମାନଙ୍କ ଗହଣରେ ଜନ୍ମ ନିଅନ୍ତି ।
ଯେଉଁମାନେ ମନକୁ ସର୍ବୋଚ୍ଚ ଦିବ୍ୟ ତତ୍ତ୍ୱରେ ଲଗାଇ ରଖିଥାଆନ୍ତି, ସେମାନେ ହିଁ ଶ୍ରେଷ୍ଠ ସାଧକ ଅଟନ୍ତି । ବ୍ରତ ଶବ୍ଦର ଅର୍ଥ ହୃଦୟଙ୍ଗମ କରିବା ଓ ପାଳନ କରିବା । ଯେଉଁମାନେ ଦୃଢ଼ତାର ସହ, ଭଗବାନଙ୍କର ଉପାସନା କରିବାର ସଙ୍କଳ୍ପ ନେଇ, ନିରବଚ୍ଛିନ୍ନ ଭାବେ ତାଙ୍କ ଭକ୍ତିରେ ନିମଗ୍ନ ରହନ୍ତି, ସେହି ସୌଭାଗ୍ୟଶାଳୀ ଜୀବ ମୃତ୍ୟୁପରେ ଭଗବାନଙ୍କର ଦିବ୍ୟ ଲୋକକୁ ଗମନ କରନ୍ତି ।