ଶୁଭାଶୁଭଫଳୈରେବଂ ମୋକ୍ଷସେ କର୍ମବନ୍ଧନୈଃ ।
ସନ୍ୟାସଯୋଗଯୁକ୍ତାତ୍ମା ବିମୁକ୍ତୋ ମାମୁପୈଷ୍ୟସି ।।୨୮।।
ଶୁଭ - ମଙ୍ଗଳମୟ; ଅଶୁଭ - ଅମଙ୍ଗଳକର; ଫଳୈଃ - ଫଳ; ଏବଂ - ଏହି ପ୍ରକାରେ; ମୋକ୍ଷ୍ୟସେ - ମୁକ୍ତ କରେ; କର୍ମ - କର୍ମ; ବନ୍ଧନୈଃ - ବନ୍ଧନରୁ; ସନ୍ୟାସ - ତ୍ୟାଗ; ଯୋଗ - ଯୋଗ; ଯୁକ୍ତତ୍ମା - ଦୃଢ଼ଭାବରେ ଲଗାଇ ରଖି; ବିମୁକ୍ତଃ - ମୁକ୍ତ; ମାଂ - ମୋତେ; ଉପୈଷ୍ୟସି - ପ୍ରାପ୍ତ କରିବ ।
BG 9.28: ତୁମର ସମସ୍ତ କର୍ମକୁ ମୋତେ ସମର୍ପଣ କରି, ତୁମେ ଉଭୟ ଶୁଭାଶୁଭ କର୍ମ ବନ୍ଧନରୁ ମୁକ୍ତ ହୋଇଯିବ । ତ୍ୟାଗଯୁକ୍ତ ମନକୁ ମୋ ଠାରେ ଆସକ୍ତ କରି, ତୁମେ ମୁକ୍ତ ହୋଇଯିବ ଏବଂ ମୋତେ ପ୍ରାପ୍ତ କରିବ ।
ଶୁଭାଶୁଭଫଳୈରେବଂ ମୋକ୍ଷସେ କର୍ମବନ୍ଧନୈଃ ।
ସନ୍ୟାସଯୋଗଯୁକ୍ତାତ୍ମା ବିମୁକ୍ତୋ ମାମୁପୈଷ୍ୟସି ।।୨୮।।
ତୁମର ସମସ୍ତ କର୍ମକୁ ମୋତେ ସମର୍ପଣ କରି, ତୁମେ ଉଭୟ ଶୁଭାଶୁଭ କର୍ମ ବନ୍ଧନରୁ ମୁକ୍ତ ହୋଇଯିବ । ତ୍ୟାଗଯୁକ୍ତ ମନକୁ ମୋ ଠାରେ ଆସକ୍ତ କରି, …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଅଗ୍ନିଶିଖା ଉପରିସ୍ଥ ଧୂମ ଆବରଣ ପରି ପ୍ରତ୍ୟେକ କର୍ମର କିଛି ତ୍ରୁଟି ରହିଛି । ଆମେ ପୃଥିବୀ ଉପରେ ଚାଲିବା ବେଳେ, ଅଜାଣତରେ ଆମ ପାଦ ତଳେ ଚାପି ହୋଇ ଲକ୍ଷ ଲକ୍ଷ କ୍ଷୁଦ୍ର ଜୀବ ମରିଯାଇ ଥାଆନ୍ତି । କର୍ମକ୍ଷେତ୍ରରେ ନିଜର କର୍ତ୍ତବ୍ୟ ପାଳନ କରିବାକୁ ଯାଇ, ଆମେ ଯେତେ ସାବଧାନ ରହିଲେ ମଧ୍ୟ, ପରିବେଶର କ୍ଷତି କରିଥାଏ ଏବଂ ଅନ୍ୟକୁ ଆଘାତ ଦେଇଥାଏ । ଗୋଟିଏ କପ୍ ଦହି ଖାଇଲେ, ସେଥିରେ ଥିବା ଅସଂଖ୍ୟ କ୍ଷୁଦ୍ରଜୀବମାନଙ୍କୁ ହତ୍ୟା କରିବାର ପାପ କରିଥାଏ । କେତେକ ଧର୍ମରେ, ଏପରି ଅନିଚ୍ଛାକୃତ ହତ୍ୟା କମ୍ କରିବା ପାଇଁ ମୁହଁକୁ କପଡ଼ାରେ ଆବୃତ କରିବାର ନିୟମ ରହିଛି । କିନ୍ତୁ ଏହାଦ୍ୱାରା ମଧ୍ୟ ଶ୍ୱାସକ୍ରିୟା ମାଧ୍ୟମରେ ଜୀବହତ୍ୟାର ଦୋଷକୁ ସମ୍ପୂର୍ଣ୍ଣ ଭାବରେ ଏଡ଼ାଇ ଦିଆଯାଇ ପାରେ ନାହିଁ ।
ଜ୍ଞାତସାରରେ ହେଉ ଅଥବା ଅଜ୍ଞାତସାରରେ ହେଉ, ନିଜ ସ୍ୱାର୍ଥ ପୂର୍ତ୍ତି ଉଦ୍ଦେଶ୍ୟରେ କର୍ମ କରିବାକୁ ଯାଇ ଆମେ ଯେଉଁ ପାପ କରିଥାଏ, ସେଥିପାଇଁ ଆମେ ଦାୟୀ । କର୍ମର ବିଧାନ ଅନୁସାରେ, ଆମକୁ କର୍ମଫଳ ଭୋଗ କରିବାକୁ ପଡ଼ିବ । ଶୁଭକାର୍ଯ୍ୟ ମଧ୍ୟ ବନ୍ଧନ କାରକ ଅଟେ କାରଣ ଏହାର ଫଳ ଭୋଗ କରିବାକୁ ଆତ୍ମାକୁ ସ୍ୱର୍ଗକୁ ଯିବାକୁ ପଡ଼ିଥାଏ । ଅତଏବ, ଶୁଭ ଏବଂ ଅଶୁଭ ଉଭୟ କର୍ମର ଫଳ ଜନ୍ମ-ମୃତ୍ୟୁର ବନ୍ଧନ ଅଟେ । ଶ୍ରୀକୃଷ୍ଣ ଏହି ଶ୍ଲୋକରେ କର୍ମଫଳରୁ ମୁକ୍ତ ହେବା ପାଇଁ ଏକ ସହଜ ସମାଧାନ ନିର୍ଦ୍ଦେଶ କରିଛନ୍ତି । ସେ ସନ୍ୟାସଯୋଗ କଥା କହୁଛନ୍ତି, ଅର୍ଥାତ୍ ସ୍ୱାର୍ଥର ପରିତ୍ୟାଗ । ସେ କହୁଛନ୍ତି ଯେ କର୍ମକୁ ଭଗବାନଙ୍କ ସୁଖ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଦ୍ୱାରା ଆମେ ଉଭୟ ଭଲ ଓ ମନ୍ଦ କର୍ମର ଶୃଙ୍ଖଳରୁ ମୁକ୍ତ ହୋଇଯାଏ ।
ଏହିପରି ଚେତନାରେ ସ୍ଥିତ ବ୍ୟକ୍ତିଙ୍କୁ ଯୋଗ ଯୁକ୍ତାତ୍ମା (ଭଗବାନଙ୍କ ସହିତ ଯୋଗ ପ୍ରାପ୍ତ) କୁହାଯାଏ । ଏହିପରି ଯୋଗୀମାନେ ଏହି ଶରୀରରେ ହିଁ ଜୀବନ୍ମୁକ୍ତ ହୋଇଯାଆନ୍ତି ଏବଂ ମର ଶରୀର ତ୍ୟାଗ କରିବା ପରେ, ଦିବ୍ୟ ଶରୀର ଯୁକ୍ତ ହୋଇ ସେମାନେ ଭଗବାନଙ୍କ ଲୋକରେ ତାଙ୍କର ଚିରନ୍ତନ ସେବା ପ୍ରାପ୍ତ କରିଥାନ୍ତି ।