ଅଶ୍ରଦ୍ଦଧାନାଃ ପୁରୁଷା ଧର୍ମସ୍ୟାସ୍ୟ ପରନ୍ତପ ।
ଅପ୍ରାପ୍ୟ ମାଂ ନିବର୍ତନ୍ତେ ମୃତ୍ୟୁସଂସାରବର୍ତ୍ମନି ।।୩।।
ଅଶ୍ରଦ୍ଦଧାନାଃ - ଶ୍ରଦ୍ଧାହୀନ ; ପୁରୁଷାଃ - ବ୍ୟକ୍ତିମାନେ ; ଧର୍ମସ୍ୟ - ଧର୍ମନୀତିର ; ଅସ୍ୟ - ଏହି ; ପରନ୍ତପ - ହେ ଶତ୍ରୁଜୟୀ ; ଅପ୍ରାପ୍ୟ - ପ୍ରାପ୍ତ ନ ହୋଇ; ମାମ୍ - ମୋତେ ; ନିବର୍ତନ୍ତେ - ଫେରି ଆସନ୍ତି ; ମୃତ୍ୟୁ - ମୃତ୍ୟୁ ; ସଂସାର - ଭୌତିକ ସଂସାର ; ବର୍ତ୍ମନି - ପଥରେ ।
BG 9.3: ହେ ଶତ୍ରୁଜୟୀ! ଯେଉଁମାନଙ୍କର ଏହି ଧର୍ମରେ ଶ୍ରଦ୍ଧା ନାହିଁ, ସେମାନେ ମୋତେ ପ୍ରାପ୍ତ କରି ପାରନ୍ତି ନାହିଁ । ସେମାନେ ଜନ୍ମ ମୃତ୍ୟୁର ଚକ୍ରରେ ବାରମ୍ବାର ଏହି ସଂସାରକୁ ଫେରିଆସନ୍ତି ।
ଅଶ୍ରଦ୍ଦଧାନାଃ ପୁରୁଷା ଧର୍ମସ୍ୟାସ୍ୟ ପରନ୍ତପ ।
ଅପ୍ରାପ୍ୟ ମାଂ ନିବର୍ତନ୍ତେ ମୃତ୍ୟୁସଂସାରବର୍ତ୍ମନି ।।୩।।
ହେ ଶତ୍ରୁଜୟୀ! ଯେଉଁମାନଙ୍କର ଏହି ଧର୍ମରେ ଶ୍ରଦ୍ଧା ନାହିଁ, ସେମାନେ ମୋତେ ପ୍ରାପ୍ତ କରି ପାରନ୍ତି ନାହିଁ । ସେମାନେ ଜନ୍ମ ମୃତ୍ୟୁର ଚକ୍ରରେ ବାରମ୍ବାର ଏହି …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ପୂର୍ବବର୍ତ୍ତୀ ଦୁଇଟି ଶ୍ଲୋକରେ, ଶ୍ରୀକୃଷ୍ଣ ଜ୍ଞାନର ମହାତ୍ମ୍ୟ ବର୍ଣ୍ଣନା କଲେ ଏବଂ ତାର ଆଠଗୋଟି ଗୁଣର ଅବତାରଣା କଲେ । ଏଠାରେ ଉଲ୍ଲେଖ ହୋଇଛି ଯେ, “ଏହି ଧର୍ମ” ବା ଭଗବାନଙ୍କ ପ୍ରତି ଶ୍ରଦ୍ଧାଯୁକ୍ତ ଭକ୍ତିର ମାର୍ଗ ।
ଜ୍ଞାନ ଯେତେ ସୁନ୍ଦର ବା ମାର୍ଗ ଯେତେ ଫଳପ୍ରଦ ହେଉନା କାହିଁକି, ଯଦି ଜଣେ ତାହା ଅନୁସରଣ କରିବାକୁ ଇଚ୍ଛା ନ କରିବ, ତେବେ ତାହା ବୃଥା ଅଟେ । ପୂର୍ବ ଶ୍ଲୋକରେ କୁହାଯାଇଛି ଯେ ଭଗବାନଙ୍କର ପ୍ରତ୍ୟକ୍ଷ ଅନୁଭୂତି ପରେ ହେବ; କିନ୍ତୁ ପ୍ରଥମେ ସେଥିପାଇଁ ଦୃଢ଼ ବିଶ୍ୱାସ ଆବଶ୍ୟକ । ଭକ୍ତି ରସାମୃତ ସିନ୍ଧୁ (୧.୪.୧୫)ଅନୁଯାୟୀ, “ଆଦୌ ଶ୍ରଦ୍ଧା ତତଃ ସାଧୁସଙ୍ଗୋଽଥ ଭଜନ କ୍ରିୟା”, ଭଗବତ ପ୍ରାପ୍ତିର ପ୍ରଥମ ସୋପାନ ହେଉଛି ଶ୍ରଦ୍ଧା ବା ବିଶ୍ୱାସ । ତାପରେ ଜଣେ ସତ୍ସଙ୍ଗ (ଆଧ୍ୟାତ୍ମିକ କାର୍ଯ୍ୟକ୍ରମ)ରେ ଅଂଶଗ୍ରହଣ କରିଥାଏ । ଏହା ବ୍ୟକ୍ତିକୁ ଭକ୍ତି କରିବା ଦିଗରେ ପ୍ରେରିତ କରେ ।
ପ୍ରାୟତଃ ଲୋକେ କହନ୍ତି, ସେମାନେ ପ୍ରତ୍ୟକ୍ଷ ରୂପେ ଯାହା ଅନୁଭବ କରିବେ, ତାହା ହିଁ ବିଶ୍ୱାସ କରିବେ । ଭଗବାନ ଯେହେତୁ ପ୍ରତ୍ୟକ୍ଷ ଅନୁଭୂତ ନୁହଁନ୍ତି, ସେମାନେ ତାଙ୍କୁ ବିଶ୍ୱାସ କରନ୍ତି ନାହିଁ । କିନ୍ତୁ ବାସ୍ତବରେ ସଂସାରରେ ମଧ୍ୟ ଏପରି ଅନେକ ଦୃଷ୍ଟାନ୍ତ ରହିଛି ଯେଉଁଠି ଆମେ ପ୍ରତ୍ୟକ୍ଷ ଅନୁଭୂତି ବିନା ବିଶ୍ୱାସ କରିଥାଏ । ଜଣେ ଜର୍ଜ୍ ରାୟ ଶୁଣାଇବାକୁ ଯାଇ ବହୁ ବର୍ଷ ପୂର୍ବେ ଘଟିଥିବା କୌଣସି ଘଟଣାର ତର୍ଜମା କରି ଥାଆନ୍ତି । ଜର୍ଜ୍ ଜଣଙ୍କ ଯଦି ପ୍ରତ୍ୟକ୍ଷ ଅନୁଭବର ସିଦ୍ଧାନ୍ତକୁ ନେଇ ଚାଲନ୍ତେ, ତେବେ ସମ୍ପୂର୍ଣ୍ଣ ନ୍ୟାୟ ପ୍ରଣାଳୀ ଭୂଷୁଡ଼ି ଯାଆ଼ନ୍ତା । ଜଣେ ରାଷ୍ଟ୍ରପତି ଦେଶର ସମସ୍ତ ଭାଗରୁ ଆସୁଥିବା ଖବରକୁ ଆଧାର କରି ଦେଶ ଶାସନ କରନ୍ତି । ତାଙ୍କର ଶାସନାଧୀନ ସମସ୍ତ ଗ୍ରାମ ଓ ସହରକୁ ପରିଦର୍ଶନ କରିବା ତାଙ୍କ ପକ୍ଷରେ ଅସମ୍ଭବ ଅଟେ । ପ୍ରତ୍ୟକ୍ଷ ଅନୁଭବ ନଥିବା ଯୋଗୁଁ ସେ ଯଦି ସେହି ସବୁ ଖବରକୁ ବିଶ୍ୱାସ ନ କରିବେ, ତେବେ ସେ ସମଗ୍ର ଦେଶକୁ ଶାସନ କରିବେ କିପରି? ତେଣୁ ସାଂସାରିକ କ୍ଷେତ୍ରରେ ମଧ୍ୟ ପ୍ରତି ପଦକ୍ଷେପରେ ବିଶ୍ୱାସର ଆବଶ୍ୟକତା ରହିଛି । ବାଇବେଲ ଏହାକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛି; “ଆମେ ବିଶ୍ୱାସ ଦ୍ୱାରା ଚାଲୁ ଦୃଷ୍ଟି ଦ୍ୱାରା ନୁହେଁ ।” (୨ ଉକ୍ଟକ୍ସସଦ୍ଭଗ୍ଧଷସବଦ୍ଭଗ୍ଦ ୫:୭)
ଭଗବାନଙ୍କର ପ୍ରତ୍ୟକ୍ଷ ଅନୁଭୂତିକୁ ନେଇ ଗୋଟିଏ ସୁନ୍ଦର ଗଳ୍ପ ଅଛି । ଥରେ ଜଣେ ରାଜା ଜଣେ ସାଧୁଙ୍କୁ ଆକ୍ଷେପ କରି କହିଲେ, “ମୁଁ ଭଗବାନଙ୍କୁ ଦେଖିପାରୁ ନାହିଁ, ସେଥିପାଇଁ ମୁଁ ତାଙ୍କୁ ବିଶ୍ୱାସ କରେ ନାହିଁ ।” ସାଧୁ ଜଣକ ରାଜାଙ୍କ ଦରବାରକୁ ଗାଈଟିଏ ଆଣିବାକୁ କହିଲେ । ରାଜା ଏଥିରେ ରାଜି ହୋଇ ତାଙ୍କ ଭୃତ୍ୟ ମାନଙ୍କୁ ଗାଈଟିଏ ଆଣିବାକୁ ଆଦେଶ ଦେଲେ । ତାପରେ ସାଧୁ ସେ ଗାଈଟିକୁ ଦୁହିଁବାକୁ ଅନୁରୋଧ କଲେ । ରାଜା ପୁଣି ତାଙ୍କ ଭୃତ୍ୟମାନଙ୍କୁ ସାଧୁ ଯାହା ଚାହୁଁଛନ୍ତି ତାହା କରିବାକୁ ନିର୍ଦ୍ଦେଶ ଦେଲେ । ସାଧୁ ରାଜାଙ୍କୁ ପଚାରିଲେ, “ହେ ରାଜା! ଗାଈଠାରୁ ବାହାରିଥିବା ଏହି କ୍ଷୀରରେ ଲହୁଣୀ ଅଛି, ଏକଥା କ’ଣ ଆପଣ ବିଶ୍ୱାସ କରୁଛନ୍ତି ?” ରାଜା କହିଲେ ତାଙ୍କର ପୂର୍ଣ୍ଣ ବିଶ୍ୱାସ ଅଛି ଯେ, ଏଥିରେ ଲହୁଣି ଅବଶ୍ୟ ଅଛି । ସାଧୁ କହିଲେ, “ଆପଣ କ୍ଷୀରରେ ଲହୁଣୀକୁ ଦେଖି ପାରୁନାହାଁନ୍ତି, ତେଣୁ ଆପଣ ତାହା ବିଶ୍ୱାସ କରୁଛନ୍ତି କିପରି? ରାଜା ଉତ୍ତର ଦେଲେ “ଆମେ ଲହୁଣୀକୁ ଦେଖିପାରେ ନାହିଁ କାରଣ ତାହା କ୍ଷୀରରେ ବ୍ୟାପ୍ତ ଥାଏ । କିନ୍ତୁ ତାକୁ ଦେଖିବାର ଏକ ଉପାୟ ଅଛି । ଆମେ ଯଦି କ୍ଷୀରକୁ ଦହିରେ ପରିଣତ କରି, ସେହି ଦହିକୁ ମନ୍ଥନ କରିବା, ତେବେ ଲହୁଣୀ ଦୃଷ୍ଟିଗୋଚର ହେବ ।” ସାଧୁ କହିଲେ, ଲହୁଣୀ କ୍ଷୀରରେ ଥିବା ପରି ଭଗବାନ ଏହି ସଂସାରରେ ସର୍ବତ୍ର ବ୍ୟାପ୍ତ । ଯଦି ଆମେ ତତ୍କ୍ଷଣାତ୍ ଭଗବାନଙ୍କୁ ଦେଖି ପାରୁନାହୁଁ, ତେବେ ଆମ୍ଭେମାନେ ହଠାତ୍ ଏପରି ନିଷ୍ପତ୍ତି ନେବା ଉଚିତ ନୁହେଁ ଯେ ଭଗବାନ ନାହାଁନ୍ତି । ତାଙ୍କୁ ଉପଲବ୍ଧି କରିବାର ଏକ ପ୍ରକ୍ରିୟା ରହିଛି । ଯଦି ଆମେ ବିଶ୍ୱାସର ସହିତ ସେହି ପ୍ରକ୍ରିୟାକୁ ଅନୁସରଣ କରିବା, ଆମେ ଭଗବାନଙ୍କୁ ପ୍ରତ୍ୟକ୍ଷ ଅନୁଭବ କରିପାରିବା ଏବଂ ଭଗବତ୍ ପ୍ରାପ୍ତି କରିପାରିବା ।
ଭଗବାନଙ୍କୁ ବିଶ୍ୱାସ କରିବା ଏକ ସ୍ୱାଭାବିକ ପ୍ରକ୍ରିୟା ନୁହେଁ, ଯାହାକୁ ଆମେ ଆପେ ଆପେ କରି ପାରିବା । ଆମେ ନିଜ ବୁଦ୍ଧିରେ ସ୍ୱାଧୀନ ଭାବେ ବିଚାର କରି ଭଗବାନଙ୍କ ଉପରେ ବିଶ୍ୱାସ କରିବା ଉଚିତ୍ । କୌରବ ସଭାରେ ଯେତେବେଳେ ଦୁଃଶାସନ ଦ୍ରୌପଦୀଙ୍କର ବସ୍ତ୍ରହରଣ କରିବାକୁ ଉଦ୍ୟମ କଲେ, ସେତେବେଳେ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କ ବସ୍ତ୍ରକୁ ଲମ୍ବାଇ ଦେଇ ତାଙ୍କୁ ସେହି ଲଜ୍ଜାରୁ ରକ୍ଷା କଲେ । ସେଠାରେ ଉପସ୍ଥିତ ଥିବା ସମସ୍ତ କୌରବ ଏହି ଚମତ୍କାର ଦେଖିଲେ, ତଥାପି ସେମାନେ ସର୍ବଶକ୍ତିମାନ ଶ୍ରୀକୃଷ୍ଣଙ୍କ ଉପରେ ବିଶ୍ୱାସ କରିବାକୁ ଇଚ୍ଛା କଲେ ନାହିଁ ବା ତାଙ୍କର ସଦ୍ବୁଦ୍ଧି ଜାତ ହେଲା ନାହିଁ । ଭଗବାନ ଏହି ଶ୍ଲୋକରେ କହୁଛନ୍ତି, ଯେଉଁମାନେ ଆଧ୍ୟାତ୍ମିକ ମାର୍ଗରେ ବିଶ୍ୱାସ କରିବାକୁ ଅନିଚ୍ଛା ପ୍ରକାଶ କରନ୍ତି, ସେମାନେ ଦିବ୍ୟ ଜ୍ଞାନରୁ ବଞ୍ôଚତ ରହନ୍ତି ଏବଂ ଜନ୍ମ ମୃତ୍ୟୁର ଚକ୍ରରେ ଘୂରିବୁଲୁଥାନ୍ତି ।