Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 9, Verse 30

ଅପି ଚେତ୍‌ସୁଦୁରାଚାରୋ ଭଜତେ ମାମନନ୍ୟଭାକ୍ ।
ସାଧୁରେବ ସ ମନ୍ତବ୍ୟଃ ସମ୍ୟଗ୍‌ବ୍ୟବସିତୋ ହି ସଃ ।।୩୦।।

ଅପି - ଏପରି କି; ଚେତ୍ - ଯଦିଓ; ସୁଦୁରାଚାରଃ - ଅତ୍ୟନ୍ତ ଦୁରାଚାରୀ; ଭଜତେ - ଭଜନ କରେ, ଭକ୍ତିପୂର୍ଣ୍ଣ ସେବାରେ ଲାଗି ରହେ; ମାଂ- ମୋତେ; ଅନନ୍ୟଭାକ୍ - ଐକାନ୍ତିକ ଭାବରେ; ସାଧୁଃ - ସାଧୁ; ଏବ - ନିଶ୍ଚିତଭାବରେ; ସଃ - ସେ; ମନ୍ତବ୍ୟଃ - ବିବେଚିତ ହେବ; ସମ୍ୟକ୍ - ପୂର୍ଣ୍ଣରୂପେ; ବ୍ୟବସିତଃ - ଅବସ୍ଥିତ; ହି - ନିଶ୍ଚିତରୂପେ; ସଃ - ସେ ।

Translation

BG 9.30: ଯଦି ଜଣେ ଅତ୍ୟନ୍ତ ଦୁରାଚାରୀ ବ୍ୟକ୍ତି ଅନନ୍ୟ ଭକ୍ତି ସହକାରେ ମୋର ପୂଜା କରନ୍ତି, ତେବେ ତାଙ୍କୁ ଧାର୍ମିକ ବ୍ୟକ୍ତି ଭାବେ ଗଣନା କରାଯିବ, କାରଣ ସେମାନେ ସଠିକ୍ ନିଷ୍ପତ୍ତି ନେଇଥାନ୍ତି ।

Commentary

ଭଗବାନଙ୍କ ଭକ୍ତିର ପ୍ରଭାବ ଏତେ ବେଶୀ ଯେ ଏହା ଅତ୍ୟନ୍ତ ଦୁରାଚାରୀଙ୍କୁ ମଧ୍ୟ ସଦାଚାରୀ କରିଦେଇପାରେ । ଶାସ୍ତ୍ର ମାନଙ୍କରେ ବର୍ଣ୍ଣିତ ଏହାର ବଳିଷ୍ଠ ଉଦାହରଣ ଗୁଡ଼ିକ ମଧ୍ୟରୁ ଅଜାମିଳ ଓ ବାଲ୍ମିକୀଙ୍କର ଆଖ୍ୟାନ ପ୍ରସିଦ୍ଧ ଅଟେ, ଯାହାର ଗାୟନ ପ୍ରାୟତଃ ସମସ୍ତ ଭାରତୀୟ ଭାଷାରେ କରାଯାଇଥାଏ । ବାଲ୍ମିକୀଙ୍କର ସଞ୍ôଚତ ପାପ ଏତେ ଜଘନ୍ୟ ଥିଲା ଯେ ସେ ପ୍ରଭୁ ରାମଙ୍କର ନାମର ଦୁଇଟି ଅକ୍ଷର ରା...ମ ଉଚ୍ଚାରଣ କରିପାରି ନ ଥିଲେ । ତାଙ୍କର ପାପ ଏହି ଦିବ୍ୟ ନାମର ପ୍ରତିରୋଧ କରୁଥିଲା । ସେଥିପାଇଁ ତାଙ୍କର ଗୁରୁ ତାଙ୍କୁ ଭକ୍ତି ମାର୍ଗରେ ପ୍ରବୃତ୍ତ କରିବା ପାଇଁ ଏକ ଉପାୟ ସ୍ଥିର କରି ତାଙ୍କୁ ସେହି ନାମ ଓଲଟା ଜପ କରିବାକୁ କହିଲେ - ମରା, ମରା, ମରା, ଯାହା ଆପେ ଆପେ “ରାମ ରାମ ରାମ......” ଶବ୍ଦ ସୃଷ୍ଟି କରିବ । ଫଳ ସ୍ୱରୂପ, ବାଲ୍ମିକୀଙ୍କ ପରି ମହାପାପୀ ଅନନ୍ୟ ଭକ୍ତି ଦ୍ୱାରା ବିଶୁଦ୍ଧ ହୋଇ ଏକ ମହାନ ସନ୍ଥରେ ପରିଣତ ହେଲେ ।

ଉଲଟା ନାମୁ ଜପତ ଜଗ ଜାନା, ବାଲ୍ମୀକି ଭଏ ବ୍ରହ୍ମ ସମାନା । (ରାମାୟଣ)

“ସମଗ୍ର ବିଶ୍ୱରେ ଏହା ବିଦିତ ଯେ ପ୍ରଭୁଙ୍କର ଓଲଟା ନାମ ଜପ କରି, ବାଲ୍ମିକୀ ମହାପୁରୁଷ ହୋଇଥିଲେ ।” ତେଣୁ ପାପୀ ମାନଙ୍କୁ ସବୁବେଳେ ନିନ୍ଦା କରିବା ଉଚିତ ନୁହେଁ । ଭକ୍ତିର ଏହି ସୁଧାର କରିବା ଶକ୍ତିକୁ ଦୃଷ୍ଟିରେ ରଖି ଶ୍ରୀକୃଷ୍ଣ ଘୋଷଣା କରୁଛନ୍ତି ଯେ ଯଦି ଜଣେ ଘୋର ପାପାତ୍ମା ମଧ୍ୟ ଅନନ୍ୟ ଭାବରେ ଭଗବାନଙ୍କର ଭକ୍ତି କରେ, ତେବେ ତାକୁ ପାପୀ ରୂପେ ପରିଗଣିତ କରାଯିବ ନାହିଁ । ସେମାନଙ୍କର ଶୁଦ୍ଧ ସଂକଳ୍ପ ଏବଂ ଭବ୍ୟ ଆଧ୍ୟାତ୍ମିକ ଉଦ୍ଦେଶ୍ୟ ନିମନ୍ତେ ସେମାନଙ୍କୁ ଧର୍ମାତ୍ମା ଭାବେ ଗଣନା କରାଯିବା ଉଚିତ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
9. ରାଜବିଦ୍ୟା ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!