ମାଂ ହି ପାର୍ଥ ବ୍ୟପାଶ୍ରିତ୍ୟ ଯେଽପି ସ୍ୟୁଃ ପାପଯୋନୟଃ ।
ସ୍ତ୍ରିୟୋ ବୈଶ୍ୟସ୍ତଥା ଶୂଦ୍ରାସ୍ତେଽପି ଯାନ୍ତି ପରାଂ ଗତିମ୍ ।।୩୨।।
ମାଂ- ମୋତେ; ହି - ନିଶ୍ଚିତଭାବେ; ପାର୍ଥ - ହେ ପୃଥାପୁତ୍ର; ବ୍ୟପାଶ୍ରିତ୍ୟ - ବିଶେଷ ଭାବରେ ଆଶ୍ରୟ ନେଇ; ଯେ - ଯିଏ କେହି; ଅପି - ମଧ୍ୟ; ସ୍ୟୁଃ - ହୁଏ; ପାପ-ଯୋନୟଃ - ନୀଚ କୁଳରେ ଜାତ; ସ୍ତ୍ରୀୟଃ - ସ୍ତ୍ରୀ ଲୋକମାନେ; ବୈଶ୍ୟାଃ - ବୈଶ୍ୟମାନେ; ତଥା - ମଧ୍ୟ; ଶୁଦ୍ରାଃ -ଶୂଦ୍ରମାନେ; ତେ ଅପି - ସେମାନେ ମଧ୍ୟ; ଯାନ୍ତି - ଯା’ନ୍ତି; ପରାଂ - ପରମ; ଗତିଂ - ଗତି ।
BG 9.32: ଯେଉଁମାନେ ମୋର ଆଶ୍ରିତ ହୁଅନ୍ତି, ତାଙ୍କର ଜନ୍ମ, କୁଳ, ଲିଙ୍ଗ ବା ଜାତି ଯାହା ହେଇଥାଉନା କାହିଁକି, ଏପରିକି ସମାଜର ନିନ୍ଦିତ ଶ୍ରେଣୀର ବ୍ୟକ୍ତି ମଧ୍ୟ ପରମ ଚରମ ଲକ୍ଷ୍ୟ ପ୍ରାପ୍ତି କରିଥାଆନ୍ତି ।
ମାଂ ହି ପାର୍ଥ ବ୍ୟପାଶ୍ରିତ୍ୟ ଯେଽପି ସ୍ୟୁଃ ପାପଯୋନୟଃ ।
ସ୍ତ୍ରିୟୋ ବୈଶ୍ୟସ୍ତଥା ଶୂଦ୍ରାସ୍ତେଽପି ଯାନ୍ତି ପରାଂ ଗତିମ୍ ।।୩୨।।
ଯେଉଁମାନେ ମୋର ଆଶ୍ରିତ ହୁଅନ୍ତି, ତାଙ୍କର ଜନ୍ମ, କୁଳ, ଲିଙ୍ଗ ବା ଜାତି ଯାହା ହେଇଥାଉନା କାହିଁକି, ଏପରିକି ସମାଜର ନିନ୍ଦିତ ଶ୍ରେଣୀର ବ୍ୟକ୍ତି ମଧ୍ୟ ପରମ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ସଂସାରରେ ଏପରି ବ୍ୟକ୍ତି ଅଛନ୍ତି, ଯେଉଁମାନେ ସୌଭାଗ୍ୟବଶତଃ ଧାର୍ମିକ ପରିବାରରେ ଜନ୍ମ ଗ୍ରହଣ କରିଥାଆନ୍ତି, ଯେଉଁଠାରେ ବାଲ୍ୟକାଳରୁ ସେମାନଙ୍କୁ ଉଚ୍ଚ ମୂଲ୍ୟବୋଧ ଏବଂ ଧର୍ମ ସଂସ୍କାରର ଶିକ୍ଷା ପ୍ରାପ୍ତ ହୋଇଥାଏ । ଏହା ସେମାନଙ୍କର ପୂର୍ବଜନ୍ମର ଭଲ କର୍ମର ଫଳ ଅଟେ । ପୁଣି ଏପରି ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନେ ଦୁର୍ଭାଗ୍ୟବଶତଃ ମଦ୍ୟପ, ଅପରାଧି, ଜୁଆଡ଼ି ଓ ନାସ୍ତିକ ପରିବାରରେ ଜନ୍ମ ଗ୍ରହଣ କରିଥାଆନ୍ତି । ଏହା ମଧ୍ୟ ସେମାନଙ୍କର ପୂର୍ବ ଜନ୍ମରେ କରିଥିବା ପାପର ଫଳ ଅଟେ ।
ଶ୍ରୀକୃଷ୍ଣ ଏଠାରେ ସ୍ପଷ୍ଟ କରିଦେଉଛନ୍ତି ଯେ, ଜନ୍ମ, ଲିଙ୍ଗ, ଜାତି ବା କୁଳ ନିର୍ବିଶେଷରେ ଯିଏବି ମୋର ପୂର୍ଣ୍ଣ ଶରଣାଗତ ହୁଏ, ସେ ଚରମ ଲକ୍ଷ୍ୟ ପ୍ରାପ୍ତ କରିବ । ଭକ୍ତି ମାର୍ଗର ମହାନତା ଏହା ଯେ ସମସ୍ତେ ଏହାର ଅଧିକାରୀ ଅଟନ୍ତି । ଅନ୍ୟ ମାର୍ଗର ଅଧିକାରୀ ହେବା ପାଇଁ କଠିନ ନିୟମ ରହିଛି ।
ଜ୍ଞାନ ମାର୍ଗର ଅଧିକାରୀତ୍ୱ ବିଷୟରେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ କହୁଛନ୍ତି:
ବିବେକିନୋ ବିରକ୍ତସ୍ୟ ଶମାଦିଗୁଣ ଶାଳିନଃ
ମୁମୁକ୍ଷୋରୌବ ହି ବ୍ରହ୍ମ ଜିଜ୍ଞାସା ଯୋଗ୍ୟତା ମତାଃ ।।
ବିବେକ, ବୈରାଗ୍ୟ, ସଂଯତ ମନ ଓ ଇନ୍ଦ୍ରିୟ ଏବଂ ମୁମୁକ୍ଷତ୍ୱ (ମୁକ୍ତି ପାଇଁ ତୀବ୍ର ଇଚ୍ଛା) ଆଦି ଚାରି ଗୁଣ ସମ୍ପନ୍ନ ବ୍ୟକ୍ତି ହିଁ ଜ୍ଞାନ ମାର୍ଗୀୟ ସାଧନା କରିବାର ଅଧିକାରୀ ଅଟନ୍ତି ।
କର୍ମ କାଣ୍ଡ (ବୈଦିକ ବିଧି) ମାର୍ଗରେ ଛଅ ଗୋଟି ଶର୍ତ୍ତ ପୂରଣ କରିବା ଆବଶ୍ୟକ:
ଦେଶେ କାଲେ ଉପାୟେନ ଦ୍ରବ୍ୟଂ ଶ୍ରଦ୍ଧା ସମନ୍ୱିତମ୍ ।
ପାତ୍ରେ ପ୍ରଦୀୟତେ ଯତ୍ତତ୍ ସକଳଂ ଧର୍ମ ଲକ୍ଷଣମ୍ ।।
ଯଜ୍ଞାଦିକ କର୍ମର ଫଳପ୍ରାପ୍ତି ପାଇଁ ଛଅଗୋଟି ନିୟମ ପୂରଣ କରିବା ନିହାତି ଆବଶ୍ୟକ ଅଟେ - ଉପଯୁକ୍ତ ସ୍ଥାନ, ଠିକ୍ ସମୟ, ସଠିକ୍ ବିଧିବିଧାନ, ଠିକ୍ ମନ୍ତ୍ର ଉଚ୍ଚାରଣ, ଶୁଦ୍ଧ ଦ୍ରବ୍ୟ, ଯଜ୍ଞ ଅନୁଷ୍ଠାନ କରୁଥିବା ସୁଯୋଗ୍ୟ ବ୍ରାହ୍ମଣ ଏବଂ ଯଜ୍ଞର ପ୍ରଭାବ ପ୍ରତି ଦୃଢ଼ ବିଶ୍ୱାସ ।”
ଅଷ୍ଟାଙ୍ଗ ଯୋଗମାର୍ଗରେ ମଧ୍ୟ କଠିନ ନିୟମ ରହିଛି:
ଶୁଚୌ ଦେଶେ ପ୍ରତିଷ୍ଠାପ୍ୟ (ଭାଗବତମ୍ ୩.୨୮.୮)
“ହଠ ଯୋଗ ଏକ ପବିତ୍ର ସ୍ଥାନରେ, ନିଶ୍ଚଳ ଭାବେ ସଠିକ୍ ଆସନରେ ବସି କରିବା ଆବଶ୍ୟକ” ।
ଅନ୍ୟ ପକ୍ଷରେ, ଭକ୍ତିଯୋଗ ଏପରି ଅଟେ ଯାହା ଯେ କୌଣସି ବ୍ୟକ୍ତି, ସ୍ଥାନ, ପରିସ୍ଥିତି ଏବଂ ଦ୍ରବ୍ୟ ଦ୍ୱାରା କରାଯାଇ ପାରିବ ।
ନ ଦେଶ ନିୟମସ୍ତସ୍ମିନ୍ ନ କାଳ ନିୟମସ୍ଥଥା (ପଦ୍ମପୁରାଣ)
ଏହି ଶ୍ଲୋକ ଅନୁଯାୟୀ, ଆମେ କେଉଁ ସମୟରେ ବା କେଉଁ ସ୍ଥାନରେ ଭକ୍ତି କରୁଛୁ, ଭଗବାନ ତାହାକୁ ଧ୍ୟାନ ଦିଅନ୍ତି ନାହିଁ । ସେ କେବଳ ଆମ ହୃଦୟରେ ଥିବା ସ୍ନେହକୁ ଦେଖନ୍ତି । ସମସ୍ତ ଜୀବ ଭଗବାନଙ୍କର ସନ୍ତାନ ଅଟନ୍ତି ଏବଂ ଯଦି ସେମାନେ ପ୍ରକୃତ ଭକ୍ତି ଭାବନାରେ ତାଙ୍କର ସମୀପସ୍ଥ ହୁଅନ୍ତି, ତା’ହେଲେ ସେ ବାହୁ ପ୍ରସାରିତ କରି ସମସ୍ତଙ୍କୁ ଆପଣାର କରି ନିଅନ୍ତି ।