Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 9, Verse 33

କିଂ ପୁନର୍ବାହ୍ମଣାଃ ପୁଣ୍ୟା ଭକ୍ତା ରାଜର୍ଷୟସ୍ତଥା ।
ଅନିତ୍ୟମସୁଖଂ ଲୋକମିମଂ ପ୍ରାପ୍ୟ ଭଜସ୍ୱ ମାମ୍ ।।୩୩।।

କିଂ - କ’ଣ; ପୁନଃ - ପୁଣି; ବ୍ରାହ୍ମଣାଃ - ବ୍ରାହ୍ମଣମାନେ; ପୁଣ୍ୟାଃ - ପୁଣ୍ୟବନ୍ତ ଲୋକମାନେ; ଭକ୍ତାଃ - ଭକ୍ତମାନେ; ରାଜର୍ଷୟଃ - ରାଜର୍ଷିମାନେ; ତଥା - ମଧ୍ୟ; ଅନିତ୍ୟମ୍ - ଅସ୍ଥାୟୀ; ଅସୁଖଂ- ଦୁଃଖପୂର୍ଣ୍ଣ; ଲୋକଂ - ଲୋକ; ଇମଂ - ଏହା; ପ୍ରାପ୍ୟ - ପ୍ରାପ୍ତ କରି; ଭଜସ୍ୱ - ଭକ୍ତିରେ ନିୟୋଜିତ; ମାମ୍ - ମୋତେ ।

Translation

BG 9.33: ସେ କ୍ଷେତ୍ରରେ, ପୁଣ୍ୟବନ୍ତ ରାଜା ଏବଂ ସନ୍ଥମାନଙ୍କ ବିଷୟରେ କ’ଣ ବା କୁହାଯିବ? ସୁତରାଂ, ଏହି ଅନିତ୍ୟ ଓ ସୁଖରହିତ ସଂସାରକୁ ଆସି, ମୋର ଭକ୍ତି କର ।

Commentary

ଯଦି ଅତ୍ୟନ୍ତ ପାପୀମାନେ ମଧ୍ୟ ଭକ୍ତି ମାର୍ଗରେ ସଫଳତା ହାସଲ କରିପାରନ୍ତି, ତେବେ ଉନ୍ନତ ଆତ୍ମାମାନଙ୍କର କଲ୍ୟାଣକୁ ନେଇ କୌଣସି ସନ୍ଦେହ ରହିବ କାହିଁକି? ରାଜା ଏବଂ ସନ୍ଥ ମହାପୁରୁଷମାନେ ନିଶ୍ଚିନ୍ତ ରହିବା ଆବଶ୍ୟକ ଯେ ଅନନ୍ୟ ଭକ୍ତି ଦ୍ୱାରା ସେମାନେ ନିଜର ଚରମ ଲକ୍ଷ୍ୟ ନିଶ୍ଚୟ ପ୍ରାପ୍ତ କରିବେ । ଶ୍ରୀକୃଷ୍ଣ ଏହିପରି ଭାବରେ ଅର୍ଜୁନଙ୍କୁ ଇଶାରା କରୁଛନ୍ତି, “ତୁମ ପରି ଜଣେ ପୁଣ୍ୟବନ୍ତ ରାଜାଙ୍କର ଏହି ଜ୍ଞାନ ରହିବା ଉଚିତ ଯେ ଏହି ସଂସାର ଅନିତ୍ୟ ଏବଂ ଦୁଃଖମୟ ଅଟେ । ମୋର ଏକନିଷ୍ଠ ଭକ୍ତି କରି ଅନନ୍ତ ଦିବ୍ୟ ଆନନ୍ଦର ଅଧିକାରୀ ହୁଅ । ପୁଣ୍ୟବାନ ରାଜପରିବାରରେ ଜନ୍ମ ହେବାର ଆଶୀର୍ବାଦ, ଉତ୍ତମ ଶିକ୍ଷା, ଅନୁକୂଳ ସାଂସାରିକ ପରିସ୍ଥିତି ଇତ୍ୟାଦିକୁ ଯଦି ଚରମ ଲକ୍ଷ୍ୟ ପ୍ରାପ୍ତି ଉଦ୍ଦେଶ୍ୟରେ ଉପଯୋଗ କରା ନ ଯାଏ, ତେବେ ସେସବୁ ବ୍ୟର୍ଥ ହୋଇଯିବ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
9. ରାଜବିଦ୍ୟା ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!