Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 9, Verse 4

ମୟା ତତମିଦଂ ସର୍ବଂ ଜଗଦବ୍ୟକ୍ତମୂର୍ତିନା ।
ମତ୍‌ସ୍ଥାନି ସର୍ବଭୂତାନି ନ ଚାହଂ ତେଷ୍ୱବସ୍ଥିତଃ ।।୪।।

ମୟା - ମୋ’ ଦ୍ୱାରା ; ତତମ୍ - ବିସ୍ତୃତ ; ଇଦଂ - ଏହି; ସର୍ବଂ - ସମସ୍ତ ; ଜଗତ୍ - ଭୌତିକ ପରିପ୍ରକାଶ ; ଅବ୍ୟକ୍ତ ମୂର୍ତିନା - ଅବ୍ୟକ୍ତ ରୂପ ; ମତ୍‌ସ୍ଥାନି - ମୋ’ଠାରେ ; ସର୍ବଭୂତାନି - ସମସ୍ତ ଜୀବ ; ନ - ନୁହେଁ; ଚ - ମଧ୍ୟ ; ଅହଂ - ମୁଁ ; ତେଷୁ - ସେମାନଙ୍କଠାରେ ; ଅବସ୍ଥିତଃ - ରହେ

Translation

BG 9.4: ସମସ୍ତ ଭୌତିକ ପରିପ୍ରକାଶରେ ମୁଁ ଅବ୍ୟକ୍ତ ରୂପରେ ବ୍ୟାପ୍ତ ଅଛି । ସମସ୍ତ ଜୀବ ମୋ ଠାରେ ନିବାସ କରନ୍ତି, ମୁଁ ତାଙ୍କ ଠାରେ ନିବାସ କରେ ନାହିଁ ।

Commentary

ବୈଦିକ ମତବାଦ ଏହା ସ୍ୱୀକାର କରେ ନାହିଁ ଯେ ସଂସାର ସୃଷ୍ଟି କଲା ପରେ ଭଗବାନ ସପ୍ତମ ସ୍ୱର୍ଗରେ ଥାଇ, ତାଙ୍କ ସଂସାର ଠିକ୍‌ରେ ଚାଲୁଛି କି ନାହିଁ, ନିରୀକ୍ଷଣ କରୁଥାଆନ୍ତି । ବେଦ ବାରମ୍ବାର ଏହା ଘୋଷଣା କରିଥାଏ ଯେ ଭଗବାନ ସଂସାରରେ ସର୍ବତ୍ର ବ୍ୟାପ୍ତ ଅଟନ୍ତି ।

ଏକ ଦେବଃ ସର୍ବଭୂତେଷୁ ଗୂଢ଼ଃ ସର୍ବବ୍ୟାପି । (ଶ୍ୱେତାଶ୍ୱତର ଉପନିଷଦ, ୬.୧୧)

“ଗୋଟିଏ ହିଁ ବ୍ରହ୍ମ ଅଛନ୍ତି, ସେ ସମସ୍ତଙ୍କ ହୃଦୟରେ ନିବାସ କରନ୍ତି ଏବଂ ସଂସାରରେ ସର୍ବତ୍ର ବିଦ୍ୟମାନ ଅଛନ୍ତି ।”

ଈଶାବାସ୍ୟଂ ଇଦଂ ସର୍ବଂ ଯତ୍ କିଞ୍ଚ ଜଗତ୍ୟାଂ ଜଗତ୍ । (ଈଶୋପନିଷଦ ୧)

“ଭଗବାନ ସଂସାରରେ ସର୍ବତ୍ର ଅଛନ୍ତି ।”

ପୁରୁଷ ଇବେଦଂ ସର୍ବଂ ଯଦ୍ ଭୂତଂ ଯଚ୍ଚ ଭାବ୍ୟମ୍ । (ପୁରୁଷ ସୂକ୍ତମ୍‌)

“ସଂସାରରେ ଯାହା ରହିଛି ଏବଂ ରହିବ, ଭଗବାନ ସର୍ବତ୍ର ବ୍ୟାପ୍ତ ଅଟନ୍ତି ।”

ଭଗବାନଙ୍କର ଏହି ସର୍ବବ୍ୟାପକତ୍ୱର ସମୀକ୍ଷା ବ୍ୟକ୍ତିଗତ ଦୃଷ୍ଟିକୋଣରୁ କରାଯାଇଥାଏ । କେତେକ ପ୍ରାଚ୍ୟ ଦାର୍ଶନିକ ମତପ୍ରକାଶ କରନ୍ତି ଯେ ସଂସାର ଭଗବାନଙ୍କର ପରିଣାମ ଅଟେ । ଉଦାହରଣ ସ୍ୱରୂପ, କ୍ଷୀର ଅମିଶ୍ର ସାମଗ୍ରୀ ଅଟେ । ଏହା ଅମ୍ଳର ସଂସ୍ପର୍ଶରେ ଆସି ଦହିରେ ପରିଣତ ହୁଏ । ଅତଏବ, ଦହି କ୍ଷୀରର ରୂପାନ୍ତରିତ ପରିଣାମ ଅଟେ । ସେହିପରି ପରିଣାମ ବାଦର ପ୍ରଚାରକମାନେ କହନ୍ତି ଯେ, ଭଗବାନ ସଂସାରରେ ରୂପାନ୍ତରିତ ହୋଇ ଯାଇଛନ୍ତି ।

ଅନ୍ୟ ଦାର୍ଶନିକମାନେ ଦାବି କରନ୍ତି ଯେ ସଂସାର ବିବର୍ତ୍ତ (ଗୋଟିଏ ବସ୍ତୁକୁ ଅନ୍ୟ ଏକ ବସ୍ତୁ ଭାବି ଭ୍ରମିତ ହେବା) ଅଟେ । ଉଦାହରଣ ସ୍ୱରୂପ, ଅନ୍ଧାରରେ ଭ୍ରମବଶତଃ ଗୋଟିଏ ଦଉଡିକୁ ସର୍ପ ମନେ କରିବା; ଚନ୍ଦ୍ର ଆଲୋକରେ ଚମକୁଥିବା ଏକ ଶାମୁକାକୁ ରୂପା ଭାବିବାର ଭୁଲ କରିବା । ସେହିପରି ସେମାନେ କହନ୍ତି, କେବଳ ଭଗବାନ ଅଛନ୍ତି ଏବଂ କୌଣସି ସଂସାର ନାହିଁ । ଆମେ ଯାହାକୁ ସଂସାର ମନେ କରିଥାଏ, ତାହା ବାସ୍ତବରେ ବ୍ରହ୍ମ ଅଟନ୍ତି ।

କିନ୍ତୁ ଶ୍ଲୋକ ୭.୪ ଏବଂ ୭.୫ ଅନୁଯାୟୀ, ଏହି ସଂସାର ପରିଣାମ ବା ବିବର୍ତ୍ତ ନୁହେଁ । ଏହା ଭଗବାନଙ୍କର ମାୟା ଶକ୍ତି ଦ୍ୱାରା ସୃଷ୍ଟି ହୋଇଛି । ଜୀବ ମଧ୍ୟ ଭଗବାନଙ୍କର ଶକ୍ତି ଅଟେ, କିନ୍ତୁ ତାହା ଉନ୍ନତ ଶକ୍ତି ଅଟେ, ଯାହାକୁ ଜୀବ ଶକ୍ତି କୁହାଯାଏ । ଅତଏବ, ଏହି ସଂସାର ଏବଂ ଏଥିରେ ଥିବା ସମସ୍ତ ଜୀବ ଭଗବାନଙ୍କର ଶକ୍ତି ଅଟନ୍ତି ଏବଂ ତାଙ୍କର ସ୍ୱରୂପ ଅନ୍ତର୍ଗତ ଅଟନ୍ତି ।  ଶ୍ରୀକୃଷ୍ଣ ଏକଥା ମଧ୍ୟ କହୁଛନ୍ତି ଯେ ସେ ସେମାନଙ୍କ ମଧ୍ୟରେ ନାହାଁନ୍ତି । ଅନନ୍ତ ସୀମିତ ମଧ୍ୟରେ ରହିପାରିବ ନାହିଁ । ଭଗବାନ ଏହି ଦୁଇଟି ଶକ୍ତିର ସମ୍ମିଶ୍ରଣ ଠାରୁ ଯଥେଷ୍ଟ ଅଧିକ ଅଟନ୍ତି । ସମୁଦ୍ରରୁ ଅନେକ ତରଙ୍ଗ ଉଠିଥାଏ ଏବଂ ସେମାନେ ସମସ୍ତେ ସମୁଦ୍ରର ଅଂଶ ଅଟନ୍ତି, କିନ୍ତୁ ସମୁଦ୍ର ଏହି ତରଙ୍ଗର ସମଷ୍ଟି ଠାରୁ ବହୁତ ଅଧିକ ଅଟେ । ସେହିପରି ଜୀବ ଏବଂ ମାୟା, ଭଗବାନଙ୍କ ସ୍ୱରୂପରେ ସ୍ଥିତ, ତଥାପି ସେ ସେମାନଙ୍କ ଠାରୁ ବହୁ ଉର୍ଦ୍ଧ୍ୱରେ । 

Bookmark this Verse

Sign in to save your favorite verses.

Add a Note
Swami Mukundananda
9. ରାଜବିଦ୍ୟା ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!