Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 9, Verse 5

ନ ଚ ମତ୍‌ସ୍ଥାନି ଭୂତାନି ପଶ୍ୟ ମେ ଯୋଗମୈଶ୍ୱରମ୍ ।
ଭୂତଭୃନ୍ନ ଚ ଭୂତସ୍ଥୋ ମମାତ୍ମା ଭୂତଭାବନଃ ।।୫।।

ନ- ନୁହେଁ; ଚ- ମଧ୍ୟ; ମତ୍‌-ସ୍ଥାନି- ମୋ’ଠାରେ ଅବସ୍ଥିତ; ଭୂତାନି - ସମସ୍ତ ସୃଷ୍ଟି; ପଶ୍ୟ-ଦେଖ; ମେ-ମୋର; ଯୋଗମ୍ ଐଶ୍ୱରମ୍ - ଅଚିନ୍ତ୍ୟ ଯୋଗଶକ୍ତି; ଭୂତ-ଭୃତ୍‌- ସମସ୍ତ ଜୀବର ଧାରଣ ଓ ପୋଷଣ କର୍ତ୍ତା; ନ- ନୁହେଁ; ଚ- ମଧ୍ୟ; ଭୂତସ୍ଥଃ- ଦୃଶ୍ୟମାନ ଜଗତରେ; ମମ-ମୋର; ଆତ୍ମା- ଆତ୍ମା; ଭୂତ-ଭାବନଃ - ସୃଷ୍ଟିକର୍ତ୍ତା ।

Translation

BG 9.5: ତଥାପି ସମସ୍ତ ଜୀବ ମୋ ଭିତରେ ନ ଥା’ନ୍ତି । ମୋର ଦିବ୍ୟ ଶକ୍ତିର ରହସ୍ୟକୁ ଦେଖ! ସମସ୍ତ ଜୀବଙ୍କର ସୃଷ୍ଟିକର୍ତ୍ତା ଓ ପାଳନ କର୍ତ୍ତା ହୋଇ ମଧ୍ୟ ମୁଁ ସେମାନଙ୍କ ଦ୍ୱାରା ଅଥବା ମାୟିକ ସୃଷ୍ଟି ଦ୍ୱାରା ପ୍ରଭାବିତ ହୁଏ ନାହିଁ ।

Commentary

ପୂର୍ବ ଶ୍ଲୋକରେ ବର୍ଣ୍ଣିତ ଦୁଇ ଶକ୍ତି - ମାୟା ଶକ୍ତି ଏବଂ ଜୀବ ଶକ୍ତି ବ୍ୟତିତ ଭଗବାନଙ୍କର ଏକ ତୃତୀୟ ଦିବ୍ୟ ଶକ୍ତି ରହିଛି, ଯାହାକୁ ଯୋଗମାୟା ଶକ୍ତି କୁହାଯାଏ । ଯୋଗମାୟା ଭଗବାନଙ୍କର ସର୍ବଶକ୍ତିସମ୍ପନ୍ନ କ୍ଷମତା ଅଟେ । ଏହା ‘କତୁଂ-ଅର୍କତୁଂ ସମର୍ଥଃ’ ବା ‘ଯାହା ଅସମ୍ଭବକୁ ସମ୍ଭବ କରିପାରେ’ । ଭଗବାନଙ୍କ ସ୍ୱରୂପର ଅନେକ ବିସ୍ମୟକର ବୈଶିଷ୍ଟ୍ୟକୁ ଏହା ପ୍ରତିପାଦିତ କରିଥାଏ । ଉଦାହରଣ ସ୍ୱରୂପ,ଭଗବାନ ଆମ ହୃଦୟରେ ଅଛନ୍ତି କିନ୍ତୁ ଆମେ ତାଙ୍କୁ ଅନୁଭବ କରିପାରୁନାହୁଁ । ଏହାର କାରଣ ତାଙ୍କର ଦିିବ୍ୟ ଯୋଗମାୟା ଶକ୍ତି ଆମକୁ ତାଙ୍କଠାରୁ ଦୂରେଇ ରଖିଥାଏ ।

ସେହିପରି, ଭଗବାନ ମଧ୍ୟ ତଦ୍ୱାରା ନିଜକୁ ମାୟାର ପ୍ରଭାବରୁ ଦୂରେଇ ରଖନ୍ତି । ଭାଗବତ ମହାପୁରାଣରେ ଦେବଗଣ ଭଗବାନଙ୍କର ଯଶୋଗାନ କରୁଛନ୍ତି:

“ବିଲଜ୍ଜମାନୟା ଯସ୍ୟ ସ୍ଥାତୁମୀକ୍ଷା-ପଥେଽମୁୟା”(୨.୫.୧୩)

“ମାୟା ଭଗବାନଙ୍କ ସମ୍ମୁଖରେ ଛିଡ଼ା ହେବା ପାଇଁ କୁଣ୍ଠବୋଧ କରେ” । ଏହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଭଗବାନ ଜଡ ଶକ୍ତି ମାୟାରେ ବ୍ୟାପ୍ତ ରହି ମଧ୍ୟ ତା’ଠାରୁ ପୃଥକ୍ ରହନ୍ତି । ଏହା ମଧ୍ୟ ଯୋଗମାୟା ର ଚମତ୍କାର ଅଟେ ।

ସଂସାର ଯଦି ଭଗବାନଙ୍କୁ ପ୍ରଭାବିତ କରୁଥାନ୍ତା ତେବେ ସଂସାରର କ୍ଷୟ ବା ନାଶରେ, ଭଗବାନଙ୍କର ଗୁଣ ଓ ବ୍ୟକ୍ତିତ୍ୱରେ  ଅବକ୍ଷୟ ପରିଲକ୍ଷିତ ହୁଅନ୍ତା । ସଂସାରର ବିଭିନ୍ନ ରୂପାନ୍ତର ହେଉଥିବା ସତ୍ତ୍ୱେ, ଭଗବାନ ତାଙ୍କ ସ୍ୱରୂପରେ ସ୍ଥିତ ରହନ୍ତି । ସେଥିପାଇଁ ବେଦ ଭଗବାନଙ୍କୁ ‘ଦଶାଙ୍ଗୁଳି’ ବା ଦଶ ଆଙ୍ଗୁଠି କହିଥାଏ । ସେ ସଂସାରରେ ଥାଆନ୍ତି କିନ୍ତୁ ତା’ଠାରୁ ଦଶ ଆଙ୍ଗୁଠି ଦୂରରେ ଥାଆନ୍ତି - ଅସ୍ପୃଷ୍ଟ ଥାଆନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
9. ରାଜବିଦ୍ୟା ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!