ସର୍ବଭୂତାନି କୌନ୍ତେୟ ପ୍ରକୃତିଂ ଯାନ୍ତି ମାମିକାମ୍ ।
କଳ୍ପକ୍ଷୟେ ପୁନସ୍ଥାନି କଳ୍ପାଦୌ ବିସୃଜାମ୍ୟହମ୍ ।।୭।।
ପ୍ରକୃତିଂ ସ୍ୱାମବଷ୍ଟଭ୍ୟ ବିସୃଜାମି ପୁନଃ ପୁନଃ ।
ଭୂତଗ୍ରାମମିମଂ କୃତ୍ସ୍ନମବଶଂ ପ୍ରକୃତେର୍ବଶାତ୍ ।।୮।।
ସର୍ବଭୂତାନି - ସମସ୍ତ ସୃଷ୍ଟ ଜୀବ; କୌନ୍ତେୟ - ହେ କୁନ୍ତିପୁତ୍ର!; ପ୍ରକୃତିଂ - ପ୍ରକୃତି; ଯାନ୍ତି - ପ୍ରବେଶ କରନ୍ତି; ମାମିକାମ୍ - ମୋ’ଠାରେ; କଳ୍ପକ୍ଷୟେ - କଳ୍ପ ଶେଷରେ; ପୁନଃ - ପୁନର୍ବାର; ତାନି - ସେ ସବୁ; କଳ୍ପ-ଆଦୌ - କଳ୍ପ ଆରମ୍ଭରେ; ବିସୃଜାମି -ସୃଷ୍ଟିକରେ; ଅହମ୍ - ମୁଁ; ପ୍ରକୃତିଂ -ଭୂତ ପ୍ରକୃତି; ସ୍ୱାମ୍ - ମୋର ନିଜର; ଅବଷ୍ଟଭ୍ୟ - ପ୍ରବେଶ କରେ; ବିସୃଜାମି - ସୃଷ୍ଟି କରେ; ପୁନଃ-ପୁନଃ - ବାରମ୍ବାର; ଭୂତଗ୍ରାମଂ - ଏ ସମସ୍ତ ଦୃଶ୍ୟଜଗତ; ଇମଂ - ଏହାକୁ; କୃତ୍ସ୍ନଂ - ସମଗ୍ର; ଅବଶଂ - ଆପେ ଆପେ; ପ୍ରକୃତେଃ - ପ୍ରାକୃତିକ ଶକ୍ତି ଦ୍ୱାରା; ବଶାତ୍ - ବାଧ୍ୟହୋଇ ।
BG 9.7-8: କଳ୍ପର ଅନ୍ତରେ, ସମସ୍ତ ପ୍ରାଣୀ ମୋର ଅନାଦି ମାୟାଶକ୍ତିରେ ଲୀନ ହୋଇଯାଆନ୍ତି । ହେ କୁନ୍ତି ପୁତ୍ର! ପରବର୍ତ୍ତୀ ସୃଷ୍ଟିର ପ୍ରାରମ୍ଭରେ ମୁଁ ପୁଣି ସେମାନଙ୍କୁ ପ୍ରକଟିତ କରିଥାଏ । ମାୟାଶକ୍ତିର ଅଧ୍ୟକ୍ଷ ଭାବରେ, ସେମାନଙ୍କର ପ୍ରକୃତିଗତ ଗୁଣ ଅନୁଯାୟୀ ମୁଁ ଅସଂଖ୍ୟ ପ୍ରକାରର ପ୍ରାଣୀ ସୃଷ୍ଟି କରେ ।
ସର୍ବଭୂତାନି କୌନ୍ତେୟ ପ୍ରକୃତିଂ ଯାନ୍ତି ମାମିକାମ୍ ।
କଳ୍ପକ୍ଷୟେ ପୁନସ୍ଥାନି କଳ୍ପାଦୌ ବିସୃଜାମ୍ୟହମ୍ ।।୭।।
ପ୍ରକୃତିଂ ସ୍ୱାମବଷ୍ଟଭ୍ୟ ବିସୃଜାମି ପୁନଃ ପୁନଃ ।
ଭୂତଗ୍ରାମମିମଂ କୃତ୍ସ୍ନମବଶଂ ପ୍ରକୃତେର୍ବଶାତ୍ ।।୮।।
କଳ୍ପର ଅନ୍ତରେ, ସମସ୍ତ ପ୍ରାଣୀ ମୋର ଅନାଦି ମାୟାଶକ୍ତିରେ ଲୀନ ହୋଇଯାଆନ୍ତି । ହେ କୁନ୍ତି ପୁତ୍ର! ପରବର୍ତ୍ତୀ ସୃଷ୍ଟିର ପ୍ରାରମ୍ଭରେ ମୁଁ ପୁଣି ସେମାନଙ୍କୁ ପ୍ରକଟିତ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ପୂର୍ବ ଦୁଇଟି ଶ୍ଲୋକରେ ଶ୍ରୀକୃଷ୍ଣ କହିଲେ ସମସ୍ତ ପ୍ରାଣୀ ତାଙ୍କଠାରେ ନିବାସ କରନ୍ତି । ତାଙ୍କର ଏହି ବକ୍ତବ୍ୟ ମନରେ କେତୋଟି ପ୍ରଶ୍ନ ଉଦ୍ରେକ କରିଥାଏ; “ମହାପ୍ରଳୟରେ ଯେତେବେଳେ ସମଗ୍ର ସଂସାରର ବିଲୟ ଘଟେ, ସେତେବେଳେ ଏହିସବୁ ଜୀବ କୁଆଡ଼େ ଯାଆନ୍ତି?” ସେହି ପ୍ରଶ୍ନର ଉତ୍ତର ଏହି ଶ୍ଲୋକରେ ଦିଆଯାଇଅଛି ।
ପୂର୍ବ ଅଧ୍ୟାୟ ଶ୍ଲୋକ ୮.୧୬ ଠାରୁ ୮.୧୯ ପର୍ଯ୍ୟନ୍ତ ଶ୍ରୀକୃଷ୍ଣ ବର୍ଣ୍ଣନା କଲେ କିପରି ସୃଷ୍ଟି, ପାଳନ ଏବଂ ବିଲୟ ଚକ୍ରର ପୁନରାବୃତ୍ତି ହେଉଅଛି । ଏଠାରେ କଳ୍ପ-କ୍ଷୟ ଶବ୍ଦର ଅର୍ଥ ହେଉଛି “ବ୍ରହ୍ମାଙ୍କ ଆୟୁର ସମାପ୍ତି । ବ୍ରହ୍ମାଙ୍କର ୧୦୦ବର୍ଷ ଆୟୁ ପୂର୍ଣ୍ଣ ହେଲେ, ଯାହାକି ୩୧୧ ଖର୍ବ ୪୦ ଅର୍ବ ପୃଥିବୀ ବର୍ଷ ସହିତ ସାମନ, ସମସ୍ତ ପରିପ୍ରକାଶ ବ୍ରହ୍ମାଣ୍ଡ ଲୀନ ହୋଇଯାଇ ଏକ ସ୍ଥାଣୁ ଅବସ୍ଥାକୁ ପ୍ରାପ୍ତ ହୋଇଥାଏ । ପଂଚ ମହାଭୂତ, ପଂଚ ତନ୍ମାତ୍ରାରେ ବିଲୟ ହୋଇଯାଏ, ପଂଚ ତନ୍ମାତ୍ରା ଅହଂକାରରେ, ଅହଂକାର ମହାନରେ, ମହାନ ପ୍ରକୃତିରେ ବିଲୟ ହୁଏ । ପ୍ରକୃତି ଅନାଦି ମାୟିକ ଶକ୍ତି ଅଟେ ଏବଂ ପ୍ରକୃତି ପରଂବ୍ରହ୍ମ ମହାବିଷ୍ଣୁଙ୍କର ଦିବ୍ୟ ଶରୀରରେ ଆଶ୍ରୟ ନିଏ ।
ସେହି ସମୟରେ, ସଂସାରର ସମସ୍ତ ଜୀବ ଭଗବାନଙ୍କ ଶରୀରରେ ସୁପ୍ତ ଅବସ୍ଥାରେ ଆଶ୍ରୟ ନିଅନ୍ତି । ସେମାନଙ୍କର ସ୍ଥୁଳ ଏବଂ ସୂକ୍ଷ୍ମ ଶରୀର ତାଙ୍କ ଉତ୍ପତ୍ତିର ଉତ୍ସ ମାୟାରେ ଲୀନ ହୋଇଯାଏ । କିନ୍ତୁ କାରଣ ଶରୀର ତଥାପି ମଧ୍ୟ ରହିଥାଏ । (ତିନି ପ୍ରକାରର ଶରୀର ବିଷୟରେ ଶ୍ଲୋକ ୨/୨୮ର ବ୍ୟାଖ୍ୟାରେ ବର୍ଣ୍ଣନା କରାଯାଇଛି) । ବିଲୟ ପରେ ଯେତେବେଳେ ଭଗବାନ ପୁୁଣି ସୃଷ୍ଟି କରନ୍ତି, ମାୟା ଶକ୍ତି ବିପରୀତ ପର୍ଯ୍ୟାୟ କ୍ରମେ ପ୍ରକୃତି - ମହାନ - ଅହଂକାର -ପଂଚ ତନ୍ମାତ୍ରା - ପଂଚ ମହାଭୂତ ରୂପରେ ନିଜକୁ ବିମୋଚିତ କରିଥାଏ । ତା ପରେ, କେବଳ ‘କାରଣ ଶରୀର’ରେ ସୁପ୍ତ ଅବସ୍ଥାରେ ଥିବା ଜୀବ ସମୁଦାୟ ପୁନର୍ବାର ସଂସାରରେ ସ୍ଥାପିତ ହୁଅନ୍ତି । କାରଣ ଶରୀର ଅନୁସାରେ ସେମାନେ ସ୍ଥୁଳ ଏବଂ ସୂକ୍ଷ୍ମ ଶରୀର ପ୍ରାପ୍ତ କରନ୍ତି ଏବଂ ସଂସାରରେ ଭିନ୍ନ ଭିନ୍ନ ପ୍ରକାର ଜୀବଙ୍କର ସୃଷ୍ଟି ହୋଇଥାଏ । ନିଜ ନିଜର ଲୋକ ଅନୁଯାୟୀ, ସେମାନଙ୍କର ସ୍ୱରୂପରେ ଭେଦ ପରିଲକ୍ଷିତ ହୋଇଥାଏ । କେତେକ ଲୋକରେ ଅଗ୍ନି ଶରୀରର ପ୍ରମୁଖ ତତ୍ତ୍ୱ ଅଟେ, ପୃଥିବୀ ଲୋକରେ ଶରୀରର ମୁଖ୍ୟ ତତ୍ତ୍ୱ ପୃଥିବୀ ଏବଂ ଜଳ ଅଟେ । ସୁତରାଂ, ଶରୀରର ସୂକ୍ଷ୍ମତା ଏବଂ କାର୍ଯ୍ୟକାରିତାକୁ ନେଇ ସେମାନଙ୍କ ମଧ୍ୟରେ ପ୍ରଭେଦ ରହିଥାଏ । ସେଥିପାଇଁ ଶ୍ରୀକୃଷ୍ଣ ଅସଂଖ୍ୟ ପ୍ରକାରର ଜୀବ ଯୋନି କହୁଛନ୍ତି ।