ତତଃ ଶଙ୍ଖାଶ୍ଚ ଭୈର୍ଯ୍ୟଶ୍ଚ ପଣବାନକଗୋମୁଖାଃ ।
ସହସୈବାଭ୍ୟହନ୍ୟନ୍ତ ସ ଶବ୍ଦସ୍ତୁମୁଳୋଽଭବତ୍ ।।୧୩।।
ତତଃ-ତତ୍ପରେ, ଶଙ୍ଖାଃ-ଶଙ୍ଖମାନ; ଚ-ଏବଂ; ଭେର୍ଯ୍ୟାଃ-ଭେରି; ଚ-ଏବଂ; ପଣବ-ଆନକ-ତୁରୀ ଏବଂ ନାଗରା; ଗୋ-ମୁଖ୍ୟାଃ-ଶିଙ୍ଘା; ସହସା-ହଠାତ୍; ଏବ-ନିଶ୍ଚିତଭାବେ; ଅଭ୍ୟହନ୍ୟନ୍ତ-ଏକ ସମୟରେ ବାଜିଉଠି; ସ-ତାହା; ଶବ୍ଦଃ-ଏକତ୍ର ଧ୍ୱନି; ତୁମୁଳଃ-ତୁମୁଳ (ପ୍ରକାଣ୍ଡ); ଅଭବତ୍-ହେଲା ।
BG 1.13: ତା’ପରେ ନାଗରା, ଶଙ୍ଖ, ଭେରୀ, ତୁରୀ ଓ ଶିଙ୍ଘା ଆଦି ହଠାତ୍ ବାଜି ଉଠିଲା ଏବଂ ତାଙ୍କର ଏକତ୍ରିତ ଧ୍ୱନି ଅତି ଉଚ୍ଚ ନାଦ ସୃଷ୍ଟି କଲା ।
ତତଃ ଶଙ୍ଖାଶ୍ଚ ଭୈର୍ଯ୍ୟଶ୍ଚ ପଣବାନକଗୋମୁଖାଃ ।
ସହସୈବାଭ୍ୟହନ୍ୟନ୍ତ ସ ଶବ୍ଦସ୍ତୁମୁଳୋଽଭବତ୍ ।।୧୩।।
ତା’ପରେ ନାଗରା, ଶଙ୍ଖ, ଭେରୀ, ତୁରୀ ଓ ଶିଙ୍ଘା ଆଦି ହଠାତ୍ ବାଜି ଉଠିଲା ଏବଂ ତାଙ୍କର ଏକତ୍ରିତ ଧ୍ୱନି ଅତି ଉଚ୍ଚ ନାଦ ସୃଷ୍ଟି କଲା …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଭୀଷ୍ମଙ୍କର ଯୁଦ୍ଧର ଆଗ୍ରହ ଲକ୍ଷ୍ୟ କରି, କୌରବ ସେନା ମଧ୍ୟ ଆଗ୍ରହୀ ହୋଇ ଉଠିଲେ ଏବଂ ତୀବ୍ର ଧ୍ୱନି ସୃଷ୍ଟି କଲେ । ପଣବ ଅର୍ଥାତ୍ ନାଗରା, ଆନକ ଅର୍ଥାତ୍ ଢ଼ୋଲ ଏବଂ ଗୋମୁଖ ଅର୍ଥାତ୍ ଶିଙ୍ଘା । ଏସବୁ ବାଦ୍ୟ ଯନ୍ତ୍ର ଅଟେ ଏବଂ ତାଙ୍କର ଏକତ୍ରିତ ଧ୍ୱନି ଅତି ଉଚ୍ଚ ଶବ୍ଦ ସୃଷ୍ଟି କଲା ।