Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 1, Verse 41

ଅଧର୍ମାଭିଭବାତ୍‌କୃଷ୍ଣ ପ୍ରଦୁଷ୍ୟନ୍ତି କୁଳସ୍ତ୍ରିୟଃ ।
ସ୍ତ୍ରୀଷୁ ଦୁଷ୍ଟାସୁ ବାର୍ଷ୍ଣେୟ ଜାୟତେ ବର୍ଣ୍ଣସଙ୍କରଃ । ।।୪୧।।

ଅଧର୍ମ-ଅଧର୍ମ; ଅଭିଭବାତ୍‌-ବଳବତ୍ତର ହେଲେ (ପ୍ରବଳ ହେଲେ); କୃଷ୍ଣ-ହେ କୃଷ୍ଣ; ପ୍ରଦୁଷ୍ୟନ୍ତି-ଦୂଷିତ ହୋଇଯାନ୍ତି; କୁଳସ୍ତ୍ରିୟଃ-କୁଳ ସ୍ତ୍ରୀମାନେ; ସ୍ତ୍ରୀଷୁ-ସ୍ତ୍ରୀଲୋକମାନଙ୍କର (ସତୀତ୍ୱ); ଦୁଷ୍ଟାସୁ-ଏପରି ନଷ୍ଟ ହେଲେ; ବାର୍ଷ୍ଣେୟ-ହେ ବୃଷ୍ଣିବଂଶଜ; ଜାୟତେ-ଜନ୍ମ ହୁଅନ୍ତି; ବର୍ଣ୍ଣ ସଙ୍କରଃ-ବର୍ଣ୍ଣ ସଙ୍କର (ଜାରଜ ସନ୍ତାନ) ।

Translation

BG 1.41: ହେ କୃଷ୍ଣ! ହେ ବୃଷ୍ଣି ବଂଶଜ! ପରିବାରରେ ଅଧର୍ମର ପ୍ରଧାନ୍ୟ ହେତୁ କୁଳ ସ୍ତ୍ରୀମାନେ ଚରିତ୍ରହୀନ ହୋଇଯାଆନ୍ତି ଏବଂ ସେମାନଙ୍କର ସତୀତ୍ୱ ନଷ୍ଟ ହେବା ଦ୍ୱାରା ବର୍ଣ୍ଣସଙ୍କର ଜାତ ହୁଅନ୍ତି ।

Commentary

ବୈଦିକ ସଂସ୍କୃତି ନାରୀମାନଙ୍କୁ ସମାଜରେ ଅତି ଉଚ୍ଚସ୍ଥାନ ଦେଇଥାଏ ଏବଂ ନାରୀମାନଙ୍କଠାରେ ସଦ୍‌ଗୁଣର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥାଏ । ମନୁ ସ୍ମୃତି କହେ: ଯତ୍ର ନାର‌୍ୟାସ୍ତୁ ପୁଜ୍ୟନ୍ତେ ରମନ୍ତେ ତତ୍ର ଦେବତାଃ ।(୩.୫୬) “ଯେଉଁଠାରେ ନାରୀମାନେ ସତୀତ୍ୱପୂର୍ଣ୍ଣ ଓ ଧର୍ମପରାୟଣ ଜୀବନ ଯାପନ କରନ୍ତି ଏବଂ ତାଙ୍କର ପବିତ୍ରତା ପାଇଁ ସମାଜ ତାଙ୍କୁ ପୂଜା କରେ, ସେଠାରେ ସ୍ୱର୍ଗର ଦେବତା ଗଣ ଆନନ୍ଦିତ ହୁଅନ୍ତି ।” କିନ୍ତୁ ଯେତେବେଳେ ସ୍ତ୍ରୀମାନେ ଚରିତ୍ରହୀନ ହୋଇଯାଆ଼ନ୍ତି, ଅନୈତିକ ପୁରୁଷମାନେ ତା’ର ଲାଭ ଉଠାଇ ବ୍ୟଭିଚାରରେ ଲିପ୍ତ ହୁଅନ୍ତି, ଯଦ୍ୱାରା ଜାରଜ ସନ୍ତାନ ଜନ୍ମ ଲାଭ କରନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
1. ଅର୍ଜୁନ ବିଷାଦଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!