କିରୀଟିନଂ ଗଦିନଂ ଚକ୍ରିଣଂ ଚ
ତେଜୋରାଶିଂ ସର୍ବତୋ ଦୀପ୍ତିମନ୍ତମ୍ ।
ପଶ୍ୟାମି ତ୍ୱାଂ ଦୁର୍ନିରୀକ୍ଷ୍ୟଂ ସମନ୍ତାଦ୍
ଦୀପ୍ତାନଳାର୍କଦ୍ୟୁତିମପ୍ରମେୟମ୍ ।।୧୭।।
କିରୀଟିନଂ -ମୁକୁଟ ସହିତ; ଗଦିନଂ - ଗଦା ସହ; ଚକ୍ରିଣଂ - ଚକ୍ର ସହ; ଚ- ଏବଂ; ତେଜୋରାଶିଂ - ଜ୍ୟୋତି;ସର୍ବତଃ - ସବୁଦିଗରେ; ଦୀପ୍ତିମନ୍ତମ୍-ପ୍ରଦୀପ୍ତ; ପଶ୍ୟାମି -ମୁଁ ଦେଖୁଛି; ତ୍ୱାଂ-ଆପଣ; ଦୁର୍ନିରୀକ୍ଷ୍ୟଂ - ଦେଖିବା କଷ୍ଟ; ସମନ୍ତାତ୍ - ପରିବ୍ୟାପ୍ତ; ଦୀପ୍ତ-ଅନଳ -ପ୍ରଦୀପ୍ତ ଅଗ୍ନି; ଅର୍କ- ସୂର୍ଯ୍ୟ; ଦ୍ୟୁତିମ୍ - ସୂର୍ଯ୍ୟରଶ୍ମି; ଅପ୍ରମେୟମ୍ - ଅମାପ (ଅକଳନୀୟ) ।
BG 11.17: ଆପଣଙ୍କର ମସ୍ତକରେ ମୁକୁଟ ସୁସଜ୍ଜିତ, ହସ୍ତରେ ଗଦା ଓ ଚକ୍ର ଧାରଣ କରିଥିବା ଏବଂ ଦୀପ୍ତିର ସ୍ରୋତ ଭାବରେ ସର୍ବଦିଗରେ ଉଦ୍ଭାସିତ ହେଉଥିବା ରୂପକୁ ମୁଁ ଦେଖୁଛି । ଆପଣଙ୍କ ଦୀପ୍ତିର ପ୍ରଜ୍ଜ୍ୱଳିତ ଶିଖା, ଯାହା ସୂର୍ଯ୍ୟଙ୍କ ପରି ସମସ୍ତ ଦିଗରେ ବିକିରଣ ହେଉଛି, ତାହାକୁ ଦେଖିବା ଅତ୍ୟନ୍ତ କଷ୍ଟକର ଅଟେ ।
କିରୀଟିନଂ ଗଦିନଂ ଚକ୍ରିଣଂ ଚ
ତେଜୋରାଶିଂ ସର୍ବତୋ ଦୀପ୍ତିମନ୍ତମ୍ ।
ପଶ୍ୟାମି ତ୍ୱାଂ ଦୁର୍ନିରୀକ୍ଷ୍ୟଂ ସମନ୍ତାଦ୍
ଦୀପ୍ତାନଳାର୍କଦ୍ୟୁତିମପ୍ରମେୟମ୍ ।।୧୭।।
ଆପଣଙ୍କର ମସ୍ତକରେ ମୁକୁଟ ସୁସଜ୍ଜିତ, ହସ୍ତରେ ଗଦା ଓ ଚକ୍ର ଧାରଣ କରିଥିବା ଏବଂ ଦୀପ୍ତିର ସ୍ରୋତ ଭାବରେ ସର୍ବଦିଗରେ ଉଦ୍ଭାସିତ ହେଉଥିବା ରୂପକୁ ମୁଁ ଦେଖୁଛି …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଭୌତିକ ଚକ୍ଷୁ କୌଣସି ଅତ୍ୟୁଜ୍ଜ୍ୱଳ ବସ୍ତୁକୁ ଦେଖି ପାରେନାହିଁ । ଅର୍ଜୁନ ଯେଉଁ ବିଶ୍ୱରୂପର ଦର୍ଶନ କରୁଥିଲେ, ତାହାର ଦୀପ୍ତି ଏକହଜାର ସୂର୍ଯ୍ୟଙ୍କର ଉଜ୍ଜ୍ୱଳତାରୁ ମଧ୍ୟ ଅଧିକ ଉଜ୍ଜ୍ୱଳ ଥିଲା । ସୂର୍ଯ୍ୟ ଚକ୍ଷୁକୁ ଝଲସାଇ ଦେଲା ପରି, ଭଗବାନଙ୍କର ବିଶ୍ୱରୂପ ମଧ୍ୟ ଅତ୍ୟଧିକ ଭାବେ ଦୃଷ୍ଟିକୁ ସ୍ତମ୍ଭୀଭୂତ କରି ଦେଉଥିଲା । ଭଗବାନଙ୍କଠାରୁ ଦିବ୍ୟ ଦୃଷ୍ଟି ପ୍ରାପ୍ତ କରିଥିବା ଯୋଗୁଁ, ସେ ଏହା ଦେଖିବାକୁ ସକ୍ଷମ ହୋଇଥିଲେ ।
ସେହି ବିଶ୍ୱରୂପରେ, ଅର୍ଜୁନ ଚତୁର୍ଭୁଜ ବିଷ୍ଣୁଙ୍କୁ ତାଙ୍କର ଚାରୋଟି ବିଶିଷ୍ଟ ଆୟୁଧ - ଶଙ୍ଖ, ଚକ୍ର, ଗଦା ଏବଂ ପଦ୍ମ ସହିତ ଦେଖିପାରିଲେ ।