Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 11, Verse 32

ଶ୍ରୀ ଭଗବାନୁବାଚ
କାଳୋଽସ୍ମି ଲୋକକ୍ଷୟକୃତ୍‌ପ୍ରବୃଦ୍ଧୋ
ଲୋକାନ୍‌ସମାହର୍ତୁମିହ ପ୍ରବୃତ୍ତଃ ।
ଋତେଽପି ତ୍ୱାଂ ନ ଭବିଷ୍ୟନ୍ତି ସର୍ବେ
ଯେଽବସ୍ଥିତାଃ ପ୍ରତ୍ୟନୀକେଷୁ ଯୋଧାଃ ।।୩୨।।

ଶ୍ରୀ ଭଗବାନ ଉବାଚ - ଶ୍ରୀ ଭଗବାନ କହିଲେ; କାଳଃ - କାଳ (ସମୟ); ଅସ୍ମି - ଅଟେ; ଲୋକ -ଜଗତ; କ୍ଷୟ-କୃତ୍ -କ୍ଷୟକାରୀ; ପ୍ରବୃଦ୍ଧଃ - ଶକ୍ତିଶାଳୀ; ଲୋକାନ୍ - ସମସ୍ତ ଲୋକ; ସମାହର୍ତୁମ୍ - ବିନାଶ; ଇହ - ଏହି ପୃଥିବୀରେ; ପ୍ରବୃତ୍ତଃ - ନିଯୁକ୍ତ କରିବାକୁ; ଋତେ -ବ୍ୟତିତ;ଅପି -ମଧ୍ୟ; ତ୍ୱାଂ - ତୁମକୁ; ନ- ନାହିଁ; ଭବିଷ୍ୟନ୍ତି - ରହିବେ; ସର୍ବେ - ସମସ୍ତେ; ଯେ - ଯେଉଁମାନେ; ଅବସ୍ଥିତାଃ - ଅବସ୍ଥିତ; ପ୍ରତ୍ୟନୀକେଷୁ - ଅପରପକ୍ଷରେ; ଯୋଧାଃ - ଯୋଦ୍ଧୃବୃନ୍ଦ ।

Translation

BG 11.32: ଶ୍ରୀଭଗବାନ କହିଲେ, ମୁଁ ସର୍ବଶକ୍ତିମାନ କାଳ ଅଟେ । ସଂସାରର ବିଲୟ କରିବା ହେତୁ ବିନାଶକାରୀ ଶକ୍ତିର ଉତ୍ସ ଅଟେ । ତୁମେ ଯୁଦ୍ଧରେ ଅଂଶଗ୍ରହଣ ନ କଲେ ସୁଦ୍ଧା, ବିରୋଧୀ ସେନାର ଯୋଦ୍ଧାମାନେ ଜୀବିତ ରହିବେ ନାହିଁ ।

Commentary

ସେ କିଏ? ଅର୍ଜୁନଙ୍କର ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ, ଶ୍ରୀକୃଷ୍ଣ ପ୍ରକାଶ କରୁଛନ୍ତି ଯେ, ସେ ସର୍ବଶକ୍ତିମାନ କାଳ ଏବଂ ସଂସାରର ବିନାଶକାରୀ ଅଟନ୍ତି । କାଳ ଶବ୍ଦର ଉତ୍ପତ୍ତି କଳୟତି ଶବ୍ଦରୁ ହୋଇଛି, ଯାହାର ସମାର୍ଥକ ଶବ୍ଦ ଗଣୟତି ଅଟେ, ଅର୍ଥାତ୍ ‘ହିସାବ ରଖିବା’ । ପ୍ରକୃତିର ସବୁକିଛି ସମୟ କ୍ରମେ ନଷ୍ଟ ହୋଇଯାଏ । ପ୍ରଥମ ପରମାଣୁ ବୋମା ପ୍ରକଳ୍ପର ଜଣେ ଅଧିକାରୀ ଓପେନହିମର, ହିରୋସୀମା ଓ ନାଗାସାକିର ଧ୍ୱଂସଲୀଳା ଦେଖି, ଶ୍ରୀକୃଷ୍ଣଙ୍କର ଏହି ଶ୍ଲୋକକୁ ସେ ନିମ୍ନ ମତେ ଉଦ୍ଧାର କରିଥିଲେ: “କାଳ ....ମୁଁ ଏ ସଂସାରର ବିଧ୍ୱଂସକ ଅଟେ ।” ସମସ୍ତ ପ୍ରାଣୀଙ୍କର ଜୀବନକାଳର ହିସାବ ଓ ନିୟନ୍ତ୍ରଣ ସମୟ କରିଥାଏ । ଭୀଷ୍ମ, ଦ୍ରୋଣାଚାର୍ଯ୍ୟ ଏବଂ କର୍ଣ୍ଣଙ୍କ ପରି ବିଖ୍ୟାତ ଯୋଦ୍ଧାମାନେ କେତେବେଳେ ତାଙ୍କର ଗତି ପ୍ରାପ୍ତ ହେବେ, ତାହା ସମୟ ହିଁ ନିର୍ଦ୍ଧାରଣ କରିବ । ଅର୍ଜୁନ ଯୁଦ୍ଧରେ ଅଂଶଗ୍ରହଣ ନକଲେ ସୁଦ୍ଧା, ଯୁଦ୍ଧକ୍ଷେତ୍ରରେ ସଜ୍ଜିତ ବିରୋଧୀ ସେନାକୁ କାଳ ନାଶ କରିବ, କାରଣ ସୃଷ୍ଟି ବ୍ୟାପାରର ବିଶାଳ ଯୋଜନା ଅନ୍ତର୍ଗତ ତାହା ଭଗବାନଙ୍କର ଇଚ୍ଛା ଅଟେ । ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ଯୋଦ୍ଧାମାନେ ଯଦି ଆଗରୁ ମୃତ, ତେବେ ଅର୍ଜୁନ ଯୁଦ୍ଧ କରିବେ କାହିଁକି? ପରବର୍ତ୍ତୀ ଶ୍ଲୋକରେ ଶ୍ରୀକୃଷ୍ଣ ତାହା ସ୍ପଷ୍ଟ କରୁଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
11. ବିଶ୍ୱରୂପ ଦର୍ଶନ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!