ଶ୍ରୀଭଗବାନୁବାଚ
ସୁଦୁର୍ଦର୍ଶମିଦଂ ରୂପଂ ଦୃଷ୍ଟବାନସି ଯନ୍ମମ ।
ଦେବା ଅପ୍ୟସ୍ୟ ରୂପସ୍ୟ ନିତ୍ୟଂ ଦର୍ଶନକାଙ୍କ୍ଷିଣଃ ।ା୫୨।।
ନାହଂ ବୈଦୈର୍ନ ତପସା ନ ଦାନେନ ନ ଚେଜ୍ୟୟା ।
ଶକ୍ୟ ଏବଂବିଧୋ ଦ୍ରଷ୍ଟୁଂ ଦୃଷ୍ଟବାନସି ମାଂ ଯଥା ।।୫୩।।
ଶ୍ରୀଭଗବାନ ଉବାଚ-ଶ୍ରୀ ଭଗବାନ କହିଲେ;ସୁଦୁର୍ଦର୍ଶମ୍- ଦେଖିବା ଅତ୍ୟନ୍ତ କଠିନ; ଇଦଂ- ଏହି; ରୂପଂ-ରୂପ; ଦୃଷ୍ଟବାନ୍ ଅସି- ତୁମେ ଯାହା ଦେଖୁଛ; ଯତ୍-ଯାହା; ମମ-ମୋର; ଦେବାଃ-ଦେବତାମାନେ; ଅପି ଅସ୍ୟ- ଏହା ମଧ୍ୟ; ରୂପସ୍ୟ-ରୂପର; ନିତ୍ୟଂ- ସର୍ବଦା; ଦର୍ଶନ-କାଙ୍କ୍ଷିଣଃ- ଦେଖିବାକୁ ଇଚ୍ଛୁକ; ନ-ନୁହେଁ; ଅହଂ-ମୁଁ; ବେଦୈଃ-ବେଦାଧ୍ୟୟନ ଦ୍ୱାରା; ନ-ନୁହେଁ; ତପସା- କଠିନ ତପସ୍ୟାଦ୍ୱାରା; ନ-ନୁହେଁ; ଦାନେନ-ଦାନଦ୍ୱାରା; ନ-ନୁହେଁ; ଚ-ଏବଂ; ଇଜ୍ୟୟା- ଯଜ୍ଞ ଦ୍ୱାରା; ଶକ୍ୟଃ-ସମ୍ଭବପର; ଏବଂବିଧଃ- ଏ ପ୍ରକାର; ଦ୍ରଷ୍ଟୁଂ-ଦେଖିବାକୁ; ଦୃଷ୍ଟବାନ୍-ଦେଖୁଛ; ଅସି-ତୁମେ; ମାଂ-ମୋତେ; ଯଥା-ଯେପରି ।
BG 11.52-53: ଶ୍ରୀ ଭଗବାନ କହିଲେ: ତୁମେ ଦେଖୁଥିବା ମୋର ଏହି ରୂପକୁ ଦର୍ଶନ କରିବା ଅତ୍ୟନ୍ତ ଦୁର୍ଲଭ ଅଟେ । ସ୍ୱର୍ଗର ଦେବତାମାନେ ମଧ୍ୟ ଏହାକୁ ଦର୍ଶନ କରିବାକୁ ବ୍ୟାକୁଳ ଥାନ୍ତି । ବେଦ ଅଧ୍ୟୟନ ଦ୍ୱାରା ଅଥବା କଠୋର ସାଧନା ଦ୍ୱାରା ନୁହେଁ, ଦାନ କିମ୍ବା ଯଜ୍ଞ ଦ୍ୱାରା ମଧ୍ୟ ନୁହେଁ, ଏ ସବୁ ସାଧନ ଦ୍ୱାରା, ତୁମେ ଯେପରି ମୋତେ ଦେଖୁଛ, ସେପରି କେହି ମଧ୍ୟ ଦେଖିପାରିବେ ନାହିଁ ।
ଶ୍ରୀଭଗବାନୁବାଚ
ସୁଦୁର୍ଦର୍ଶମିଦଂ ରୂପଂ ଦୃଷ୍ଟବାନସି ଯନ୍ମମ ।
ଦେବା ଅପ୍ୟସ୍ୟ ରୂପସ୍ୟ ନିତ୍ୟଂ ଦର୍ଶନକାଙ୍କ୍ଷିଣଃ ।ା୫୨।।
ନାହଂ ବୈଦୈର୍ନ ତପସା ନ ଦାନେନ ନ ଚେଜ୍ୟୟା ।
ଶକ୍ୟ ଏବଂବିଧୋ ଦ୍ରଷ୍ଟୁଂ ଦୃଷ୍ଟବାନସି ମାଂ ଯଥା ।।୫୩।।
ଶ୍ରୀ ଭଗବାନ କହିଲେ: ତୁମେ ଦେଖୁଥିବା ମୋର ଏହି ରୂପକୁ ଦର୍ଶନ କରିବା ଅତ୍ୟନ୍ତ ଦୁର୍ଲଭ ଅଟେ । ସ୍ୱର୍ଗର ଦେବତାମାନେ ମଧ୍ୟ ଏହାକୁ ଦର୍ଶନ କରିବାକୁ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଅର୍ଜୁନଙ୍କୁ ବିଶ୍ୱରୂପ ଦେଖାଇ, ଏବଂ ତାଙ୍କ ବ୍ୟତିତ ଅନ୍ୟ କେହି ଏହା ଦେଖିନାହାଁନ୍ତି କହି ଅର୍ଜୁନଙ୍କର ପ୍ରଶଂସା କରି, ଶ୍ରୀକୃଷ୍ଣ, ତାଙ୍କର ସାକାର ରୂପ ପ୍ରତି ଅର୍ଜୁନଙ୍କର ପ୍ରେମକୁ ହ୍ରାସ କରିବାକୁ ଇଚ୍ଛା କରୁନାହାଁନ୍ତି । ତେଣୁ ସେ କହୁଛନ୍ତି, ଅର୍ଜୁନ ବର୍ତ୍ତମାନ ଯେଉଁ ରୂପର ଦର୍ଶନ କରୁଛନ୍ତି, ସେହି ଦର୍ଶନ ଅତ୍ୟନ୍ତ ଦୁର୍ଲଭ ଅଟେ । ତାଙ୍କର ଏହି ଦ୍ୱିଭୁଜ ବିଶିଷ୍ଟ ସାକାର ରୂପର ଦର୍ଶନ କରିବାକୁ ସ୍ୱର୍ଗର ଦେବତାମାନେ ମଧ୍ୟ ଲାଳାୟିତ ଥାନ୍ତି । ବେଦ ଅଧ୍ୟୟନ, କଠୋର ସାଧନା, କିମ୍ବା ଯଜ୍ଞ ଦ୍ୱାରା ମଧ୍ୟ ଏହାର ଦର୍ଶନ ଅସମ୍ଭବ ଅଟେ । ମୂଳ ଆଧ୍ୟାତ୍ମିକ ସିଦ୍ଧାନ୍ତ ଏହା ଯେ ନିଜ ଉଦ୍ୟମ ଦ୍ୱାରା ଭଗବାନଙ୍କୁ ଜାଣି ହେବନାହିଁ । ଯେଉଁମାନେ ଭଗବାନଙ୍କର ଭକ୍ତି କରନ୍ତି, ସେମାନେ ତାଙ୍କର କୃପା ଲାଭ କରିଥାନ୍ତି ଏବଂ ସେହି କୃପା ବଳରେ, ସେମାନେ ସହଜରେ ତାଙ୍କୁ ଜାଣିପାରନ୍ତି । ମୁଣ୍ଡକୋଉପନିଷଦ କହେ:
ନାୟମାତ୍ମା ପ୍ରବଚନେନ ଲଭ୍ୟୋ ନ ମେଧୟା ନ ବହୁନା ଶ୍ରୁତେନ । (୩.୨.୩)
“ଭଗବାନଙ୍କୁ ଆଧ୍ୟାତ୍ମିକ ପ୍ରବଚନ ଅଥବା ନିଜ ବୁଦ୍ଧି ଦ୍ୱାରା ଜାଣି ହେବନାହିଁ; କିମ୍ବା ଅନେକ ପ୍ରକାରର ଉପଦେଶ ଶ୍ରବଣ କରିବା ଦ୍ୱାରା ମଧ୍ୟ ତାଙ୍କୁ ଜାଣିହେବ ନାହିଁ ।” ଉପରୋକ୍ତ କୌଣସି ସାଧନ ଯଦି ଭଗବାନଙ୍କୁ ସାକାର ରୂପରେ ପ୍ରାପ୍ତ କରିବାରେ ସହାୟକ ହେବେ ନାହିଁ, ତେବେ ଏହି ରୂପର ଦର୍ଶନ କିପରି ପ୍ରାପ୍ତ ହେବ? ସେ ବର୍ତ୍ତମାନ ଏହାର ରହସ୍ୟ ଉନ୍ମୋଚନ କରୁଛନ୍ତି ।