Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 13, Verse 21

କାର୍ଯ୍ୟକାରଣକର୍ତୃତ୍ୱେ ହେତୁଃ ପ୍ରକୃତିରୁଚ୍ୟତେ ।
ପୁରୁଷଃ ସୁଖଦୁଃଖାନାଂ ଭୋକ୍ତୃତ୍ୱେ ହେତୁରୁଚ୍ୟତେ ।।୨୧।।

କାର୍ଯ୍ୟ-କାର୍ଯ୍ୟ; କାରଣ -କାରଣ, କର୍ତୃତ୍ୱେ- ସୃଷ୍ଟି ସମ୍ପର୍କରେ; ହେତୁଃ -ମାଧ୍ୟମ; ପ୍ରକୃତିଃ - ଭୂତପ୍ରକୃତି; ଉଚ୍ୟତେ - କୁହାଯାଏ; ପୁରୁଷଃ -ଜୀବ; ସୁଖଦୁଃଖାନାଂ -ସୁଖ ଏବଂ ଦୁଃଖର; ଭୋକ୍ତୃତ୍ୱେ - ଭୋଗ କରିବାରେ; ହେତୁଃ -କାରଣ; ଉଚ୍ୟତେ - କୁହାଯାଏ ।

Translation

BG 13.21: ମାୟାଶକ୍ତି ସୃଷ୍ଟି ସମ୍ବନ୍ଧୀୟ କାରଣ ଓ ପରିଣାମ ପାଇଁ ଦାୟୀ ରହେ । ସୁଖ ଓ ଦୁଃଖର ଅନୁଭୂତି ପାଇଁ ଜୀବାତ୍ମା ଦାୟୀ ବିବେଚିତ ହୁଏ ।

Commentary

ବ୍ରହ୍ମାଙ୍କ ନିର୍ଦ୍ଦେଶରେ ମାୟାଶକ୍ତି ସୃଷ୍ଟିର ବିଭିନ୍ନ ଉପାଦାନ ତଥା ପ୍ରାଣୀ ଜଗତର ସୃଷ୍ଟି କରିଥାଏ । ମହାଯୋଜନା ବ୍ରହ୍ମା ପ୍ରସ୍ତୁତ କରନ୍ତି ଏବଂ ମାୟାଶକ୍ତି ଏହାକୁ କାର୍ଯ୍ୟାନ୍ୱିତ କରେ । ବେଦ କହେ ସଂସାରରେ ୮୪ ଲକ୍ଷ ପ୍ରକାରର ଯୋନି ଅଛନ୍ତି । ଏହିସବୁ ଶାରୀରିକ ରୂପ, ମାୟାଶକ୍ତିର ରୂପାନ୍ତର ଅଟେ, ଏବଂ ମାୟାଶକ୍ତି ସଂସାରର ସମସ୍ତ କାରଣ ଓ ପରିଣାମ ପାଇଁ ଦାୟୀ ଅଟେ ।

ଆତ୍ମା ତାର ପୂର୍ବ କର୍ମ ଅନୁସାରେ ଗୋଟିଏ ଶରୀର ପାଇଥାଏ ଏବଂ ଶରୀର, ମନ ଏବଂ ବୁଦ୍ଧି ସହିତ ତାଦାତ୍ମ୍ୟ ସ୍ଥାପିତ କରିଥାଏ । ତେଣୁ ସେ ଶରୀରସ୍ଥ ଇନ୍ଦ୍ରିୟ ମାନଙ୍କର ସୁଖ ଖୋଜିଥାଏ । ଯେତେବେଳେ ଇନ୍ଦ୍ରିୟ ଗୁଡ଼ିକର ଇନ୍ଦ୍ରିୟ ଭୋଗ୍ୟ ବସ୍ତୁ ସହିତ ସଂଯୋଗ ହୋଇଥାଏ, ମନକୁ ସୁଖଦ ଅନୁଭୂତି ହୋଇଥାଏ, ଯେହେତୁ ଆତ୍ମା ନିଜକୁ ମନ ମନେ କରିଥାଏ ଏବଂ କାଳ୍ପନିକ ଭାବରେ ସେହି ସୁଖଦ ଅନୁଭୂତିକୁ ଉପଭୋଗ କରିଥାଏ । ଆତ୍ମା ଏହିପରି ଭାବରେ ଇନ୍ଦ୍ରିୟ, ମନ ଓ ବୁଦ୍ଧି ମାଧ୍ୟମରେ ସୁଖ ଦୁଃଖର ଅନୁଭବ କରିଥାଏ । ଏହାକୁ ଏକ ସ୍ୱପ୍ନାବସ୍ଥା ସହ ତୁଳନା କରାଯାଇପାରେ:

ଏହି ବିଧି ଜଗ ହରି ଆଶ୍ରିତ ରହଈ, ଯଦପି ଅସତ୍ୟ ଦେତ ଦୁଖ ଅହଈ (ରାମାୟଣ)

ଜ୍ୟୋଁ ସପନେଁ ସିର କାଟଇ କୋଈ, ବିନୁ ଜାଗେଁ ନ ଦୂରି ଦୁଖ ହୋଈ (ରାମାୟଣ)

“ଭଗବାନଙ୍କ ଦ୍ୱାର ସଂସାର ସଂରକ୍ଷିତ ଅଛି । ଏହା ଭ୍ରମ ଉତ୍ପନ୍ନ କରେ, ଯାହା ଅବାସ୍ତବ ହୋଇଥିଲେ ବି ଆତ୍ମାକୁ କଷ୍ଟ ଦେଇଥାଏ । ସ୍ୱପ୍ନରେ କେହି ଜଣେ ଯଦି ଦେଖନ୍ତି ତାଙ୍କର ମୁଣ୍ଡ କଟିଯାଇଛି, ସେ ସ୍ୱପ୍ନ ଦେଖ୍‌ô ଉଠିବା ପର୍ଯ୍ୟନ୍ତ ସେହି କଷ୍ଟ ଅନୁଭବ କରିଥାଆନ୍ତି ।” ନିଜକୁ ଶରୀର ସହିତ ତାଦାତ୍ମ୍ୟ କରିବାର ଏହି ସ୍ୱପ୍ନାବସ୍ଥାରେ, ଆତ୍ମା ନିଜର ଅତୀତ ତଥା ଏହି ଜନ୍ମର କର୍ମ ଅନୁସାରେ ସୁଖ ଓ ଦୁଃଖ ଅନୁଭବ କରେ । ଫଳ ସ୍ୱରୂପ, ଉଭୟ ପ୍ରକାରର ଅନୁଭୂତି ପାଇଁ ସେ ଦାୟୀ ହୋଇଥାଏ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
13. କ୍ଷେତ୍ର କ୍ଷେତ୍ରଜ୍ଞ ବିଭାଗ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!