Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 14, Verse 19

ନାନ୍ୟଂ ଗୁଣେଭ୍ୟଃ କର୍ତାରଂ ଯଦା ଦ୍ରଷ୍ଟାନୁପଶ୍ୟତି ।
ଗୁଣେଭ୍ୟଶ୍ଚ ପରଂ ବେତ୍ତି ମଦ୍ଭାବଂ ସୋଽଧିଗଚ୍ଛତି ।।୧୯।।

ନ- ନାହିଁ; ଅନ୍ୟଂ-ଅନ୍ୟ କିଛି; ଗୁଣେଭ୍ୟଃ- ଗୁଣମାନଙ୍କର; କର୍ତାରଂ- କର୍ତ୍ତା; ଯଦା-ଯେତେବେଳେ; ଦ୍ରଷ୍ଟା -ଦ୍ରଷ୍ଟା; ଅନୁପଶ୍ୟତି-ଦେଖେ; ଗୁଣେଭ୍ୟଃ ଚ- ପ୍ରକୃତିର ଗୁଣକୁ; ଚ -ଏବଂ; ପରଂ- ଦିବ୍ୟ; ବେତ୍ତି-ଜାଣେ; ମତ୍‌-ଭାବଂ- ମୋର ଦିବ୍ୟ ପ୍ରକୃତିକୁ; ସଃ- ସେ; ଅଧିଗଚ୍ଛତି- ଉନ୍ନୀତ ହୁଏ ।

Translation

BG 14.19: ବିଜ୍ଞବ୍ୟକ୍ତିମାନେ ଯେତେବେଳେ ବୁଝିପାରନ୍ତି, ସମସ୍ତ କର୍ମର କର୍ତ୍ତା ତ୍ରିଗୁଣ ବ୍ୟତିତ ଅନ୍ୟ କେହି ନୁହଁନ୍ତି ଏବଂ ମୋତେ ତ୍ରିଗୁଣାତୀତ ଭାବରେ ଜାଣନ୍ତି, ସେମାନେ ମୋର ଦିବ୍ୟଗୁଣରେ ସମ୍ପନ୍ନ ହୁଅନ୍ତି ।

Commentary

ତ୍ରିଗୁଣର ଜଟିଳ ଗତିବିଧି ବିଷୟରେ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ଗୁଣର ଶୃଙ୍ଖଳକୁ ଛିନ୍ନ କରିବାର ଏକ ସରଳ ଉପାୟ ନିର୍ଦ୍ଦେଶ କରୁଛନ୍ତି । ସଂସାରର ସମସ୍ତ ପ୍ରାଣୀ ତ୍ରିଗୁଣର କବଳିତ ରହିଥାଆନ୍ତି । ସୁତରାଂ, ସଂସାରରେ ଦେଖା ଯାଉଥିବା ସମସ୍ତ କର୍ମର ସକ୍ରିୟ ପ୍ରତିନିଧି ଏହି ତିନିଗୁଣ ଅଟନ୍ତି, କିନ୍ତୁ ଭଗବାନ ଏସବୁର ଉର୍ଦ୍ଧ୍ୱରେ । ସେଥିପାଇଁ ତାଙ୍କୁ ତ୍ରି-ଗୁଣାତୀତ କୁହାଯାଏ । ସେହିପରି, ଭଗବାନଙ୍କର ସମସ୍ତ ବୈଶିଷ୍ଟ୍ୟ - ନାମ, ରୂପ, ଲୀଳା, ଗୁଣ, ଧାମ ଏବଂ ସନ୍ଥ - ମଧ୍ୟ ତ୍ରିଗୁଣାତୀତ ଅଟନ୍ତି ।

ତ୍ରିଗୁଣ ବଳୟ ଅନ୍ତର୍ଗତ କୌଣସି ବ୍ୟକ୍ତି ବା ବସ୍ତୁଠାରେ ଆମେ ଯଦି ମନକୁ ଆସକ୍ତ କରିବା, ତେବେ ସେହି ଗୁଣଗୁଡ଼ିକର ଆଭାସ ଆମ ମନ ଓ ବୁଦ୍ଧିରେ ବୃଦ୍ଧି ପାଇବ । କିନ୍ତୁ, ଯଦି ଆମେ ଆମ ମନକୁ ଦିବ୍ୟ ଜଗତରେ ଲଗାଇବା, ଗୁଣଗୁଡ଼ିକ ପ୍ରତିହତ ହୋଇ ମନ ଦିବ୍ୟ ହୋଇଯିବ । ଏହାକୁ ଜାଣି, ଯେଉଁମାନେ ସାଂସାରିକ ବ୍ୟକ୍ତି ଓ ବସ୍ତୁ ସହିତ ସେମାନଙ୍କର ସମ୍ପର୍କ ଶିଥିଳ କରିବାକୁ ଆରମ୍ଭ କରନ୍ତି ଏବଂ ଭକ୍ତି ଦ୍ୱାରା ହରି ଓ ଗୁରୁଙ୍କ ସହିତ ସମ୍ବନ୍ଧ ସୁଦୃଢ଼ କରନ୍ତି, ଏହା ସେମାନଙ୍କୁ ତ୍ରିଗୁଣକୁ ଅତିକ୍ରମ କରି, ଭଗବାନଙ୍କ ଦିବ୍ୟଗୁଣ ହାସଲ କରିବାରେ ସକ୍ଷମ କରାଏ । ଏହାର ବିସ୍ତୃତ ବର୍ଣ୍ଣନା ଶ୍ଳୋକ ୧୪.୨୬ରେ କରାଯାଇଛି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
14. ଗୁଣତ୍ରୟ ବିଭାଗ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!