ଅର୍ଜୁନ ଉବାଚ
କୈର୍ଲିଙ୍ଗୈସ୍ତ୍ରୀନ୍ଗୁଣାନେତାନତୀତୋ ଭବତି ପ୍ରଭୋ ।
କିମାଚାରଃ କଥଂ ଚୈତାଂସ୍ତ୍ରୀନ୍ଗୁଣାନତିବର୍ତତେ ।।୨୧।।
ଅର୍ଜୁନ ଉବାଚ- ଅର୍ଜୁନ କହିଲେ; କୈଃ- କେଉଁ; ଲିଙ୍ଗୈଃ-ଲକ୍ଷଣଦ୍ୱାରା ;ତ୍ରୀନ୍- ତିନି; ଗୁଣାନ୍-ଗୁଣ; ଏତାନ୍-ଏସବୁ; ଅତୀତଃ-ଅତିକ୍ରମ କରି; ଭବତି- ହୁଏ; ପ୍ରଭୋ- ହେ ପ୍ରଭୁ !; କିଂ -କ’ଣ; ଆଚାରଃ-ଆଚାର ବ୍ୟବହାର; କଥଂ-କିପରି; ଚ-ଏବଂ; ଏତାନ୍-ଏସବୁ; ତ୍ରୀନ୍-ତିନି; ଗୁଣାନ୍-ଗୁଣ; ଅତିବର୍ତତେ-ଅତିକ୍ରମ କରାଯାଏ ।
BG 14.21: ଅର୍ଜୁନ ପ୍ରଶ୍ନ କଲେ: ହେ ପ୍ରଭୁ ! ଯେଉଁମାନେ ତ୍ରିଗୁଣ ଅତିକ୍ରମ କରିଛନ୍ତି, ସେମାନଙ୍କର ଲକ୍ଷଣ କ’ଣ ? ସେମାନେ ଗୁଣଗୁଡ଼ିକର ବନ୍ଧନରୁ ଊର୍ଦ୍ଧ୍ୱକୁ କିପରି ଗଲେ ?
ଅର୍ଜୁନ ଉବାଚ
କୈର୍ଲିଙ୍ଗୈସ୍ତ୍ରୀନ୍ଗୁଣାନେତାନତୀତୋ ଭବତି ପ୍ରଭୋ ।
କିମାଚାରଃ କଥଂ ଚୈତାଂସ୍ତ୍ରୀନ୍ଗୁଣାନତିବର୍ତତେ ।।୨୧।।
ଅର୍ଜୁନ ପ୍ରଶ୍ନ କଲେ: ହେ ପ୍ରଭୁ ! ଯେଉଁମାନେ ତ୍ରିଗୁଣ ଅତିକ୍ରମ କରିଛନ୍ତି, ସେମାନଙ୍କର ଲକ୍ଷଣ କ’ଣ ? ସେମାନେ ଗୁଣଗୁଡ଼ିକର ବନ୍ଧନରୁ ଊର୍ଦ୍ଧ୍ୱକୁ କିପରି ଗଲେ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ତ୍ରିଗୁଣକୁ ଅତିକ୍ରମ କରିବା ବିଷୟରେ ଶ୍ରୀକୃଷ୍ଣଙ୍କ ଠାରୁ ଶୁଣିବା ପରେ, ଅର୍ଜୁନ ବର୍ତ୍ତମାନ ସେହି ବିଷୟରେ ତିନିଗୋଟି ପ୍ରଶ୍ନ କରୁଛନ୍ତି । ଲିଙ୍ଗୈସ୍ ଶବ୍ଦର ଅର୍ଥ ‘ଲକ୍ଷଣ’ । ତାଙ୍କର ପ୍ରଥମ ପ୍ରଶ୍ନ ହେଉଛି: “ଯେଉଁମାନେ ତ୍ରିଗୁଣକୁ ଅତିକ୍ରମ କରିଛନ୍ତି, ତାଙ୍କର ଲକ୍ଷଣ କ’ଣ ?” ଆଚାରଃ ଶବ୍ଦର ଅର୍ଥ ‘ଆଚରଣ’ ଅଟେ । ଅର୍ଜୁନଙ୍କର ଦ୍ୱିତୀୟ ପ୍ରଶ୍ନ ହେଉଛି: “ସେହି ବ୍ୟକ୍ତିମାନେ କିପରି ଆଚରଣ ପ୍ରଦର୍ଶନ କରନ୍ତି ?” ଅତିବର୍ତତେ ଶବ୍ଦର ଅର୍ଥ ହେଉଛି “ଅତିକ୍ରମ” । ସେ ପଚାରୁଥିବା ତୃତୀୟ ପ୍ରଶ୍ନ ହେଉଛି: “ଜଣେ କିପରି ତ୍ରିଗୁଣକୁ ଅତିକ୍ରମ କରିବ ?” ଶ୍ରୀକୃଷ୍ଣ ବ୍ୟବସ୍ଥିତ ଢ଼ଙ୍ଗରେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦେଉଛନ୍ତି ।