Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 14, Verse 24-25

ସମଦୁଃଖସୁଖଃ ସ୍ୱସ୍ଥଃ ସମଲୋଷ୍ଟାଶ୍ମକାଞ୍ଚନଃ ।
ତୁଲ୍ୟପ୍ରିୟାପ୍ରିୟୋ ଧୀରସ୍ତୁଲ୍ୟନିନ୍ଦାତ୍ମସଂସ୍ତୁତିଃ ।।୨୪।।
ମାନାପମାନୟୋସ୍ତୁଲ୍ୟସ୍ତୁଲ୍ୟୋ ମିତ୍ରାରିପକ୍ଷୟୋଃ ।
ସର୍ବାରମ୍ଭପରିତ୍ୟାଗୀ ଗୁଣାତୀତଃ ସ ଉଚ୍ୟତେ ।।୨୫।।

ସମ-ସମାନ; ଦୁଃଖ-ଦୁଃଖରେ; ସୁଖଃ-ସୁଖରେ; ସ୍ୱସ୍ଥଃ- ଆତ୍ମାରେ ଅବସ୍ଥାନ କରି; ସମ-ସମାନଭାବରେ; ଲୋଷ୍ଟ-ମାଟି; ଅଶ୍ମ-ପଥର; କାଞ୍ଚନଃ-ସୁନା; ତୁଲ୍ୟ -ସମାନ; ପ୍ରିୟ-ପ୍ରିୟ; ଅପ୍ରିୟଃ-ଅପ୍ରିୟ; ଧୀରଃ-ସ୍ଥିର; ତୁଲ୍ୟ-ସମାନ; ନିନ୍ଦା-ନିନ୍ଦାରେ; ଆତ୍ମସଂସ୍ତୁତି- ଆତ୍ମପ୍ରଶଂସାରେ; ମାନ-ସମ୍ମାନ; ଅପମାନୟୋଃ- ଅପମାନ; ତୁଲ୍ୟଃ-ସମାନ; ତୁଲ୍ୟଃ-ସମ ଭାବରେ; ମିତ୍ର-ବନ୍ଧୁ; ଅରି-ଶତ୍ରୁ; ପକ୍ଷୟୋଃ-ପକ୍ଷକୁ; ସର୍ବ-ସମସ୍ତ; ଆରମ୍ଭଃ-ପ୍ରଚେଷ୍ଟା; ପରିତ୍ୟାଗୀ- ପରିତ୍ୟାଗୀ; ଗୁଣ ଅତୀତଃ- ପ୍ରକୃତିର ତ୍ରିଗୁଣକୁ ଅତିକ୍ରମ କରିଥିବା; ସଃ-ସେ; ଉଚ୍ୟତେ- କୁହାଯାଏ ।

Translation

BG 14.24-25: ସୁଖ ଓ ଦୁଃଖରେ ଯେଉଁମାନେ ସମାନ ରହନ୍ତି; ଯେଉଁମାନେ ଆତ୍ମାରେ ସ୍ଥିତ; ଯେଉଁମାନେ ଏକ ମାଟି, ପଥର ଏବଂ ସୁବର୍ଣ୍ଣ ଖଣ୍ଡକୁ ସମାନ ମୂଲ୍ୟାଙ୍କନ କରନ୍ତି; ଯେଉଁମାନେ ସୁଖଦ ଏବଂ ଅପ୍ରୀତିକର ପରିସ୍ଥିତିରେ ସମଭାବ ରହନ୍ତି; ଯେଉଁମାନେ ବୁଦ୍ଧିମାନ, ଯେଉଁମାନେ ନିନ୍ଦା ଓ ପ୍ରଶଂସାକୁ ସମଭାବାପନ୍ନ ପୂର୍ବକ ଗ୍ରହଣ କରନ୍ତି; ଯେଉଁମାନେ ସମ୍ମାନ ଓ ଅସମ୍ମାନରେ ସମାନ ରହନ୍ତି; ଯିଏ ଉଭୟ ମିତ୍ର ଓ ଶତ୍ରୁଙ୍କୁ ସମାନ ରୂପରେ ବ୍ୟବହାର କରନ୍ତି ଏବଂ ଯେଉଁମାନେ ସମସ୍ତ ଉଦ୍ୟମ ପରିତ୍ୟାଗ କରିଥାଆନ୍ତି- ସେମାନଙ୍କୁ ତ୍ରିଗୁଣାତୀତ କୁହାଯିବ ।

Commentary

ଭଗବାନଙ୍କ ପରି ଆତ୍ମା ମଧ୍ୟ ତ୍ରିଗୁଣର ଊର୍ଦ୍ଧ୍ୱରେ । ଶାରୀରିକ ଚେତନାରେ ଆମେ ନିଜକୁ ଦୁଃଖ ବା ସୁଖରେ ସମ୍ମିଳିତ କରେ ଏବଂ ଶେଷରେ ଉଲ୍ଲାସ ଓ ହତାଶ ମଧ୍ୟରେ ଦୋଳାୟିତ ହୋଇଥାଏ । କିନ୍ତୁ ଯେଉଁମାନେ ଦିବ୍ୟ ସୋପାନରେ ସ୍ଥିତ, ସେମାନେ ଶରୀରର ସୁଖ ବା ଦୁଃଖ ସହିତ ତାଦାତ୍ମ୍ୟ କରନ୍ତି ନାହିଁ । ଏପରି ଆତ୍ମ-ଜ୍ଞାନୀ ସାଧୁଗଣ ସଂସାରର ଦ୍ୱୈତକୁ ଉପଲବ୍ôଧ କରି ତଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ । ଅତଏବ, ସେମାନେ ନିର୍ଗୁଣ ହୋଇଯାଆନ୍ତି । ଏହା ସେମାନଙ୍କୁ ସମଦର୍ଶୀ କରାଇଥାଏ, ଯଦ୍ୱାରା ସେମାନେ ଗୋଟିଏ ପଥର ଖଣ୍ଡ, ଗୋଟିଏ ମାଟି ଗୋଳା ଓ ସୁବର୍ଣ୍ଣ, ଅନୁକୂଳ ଓ ପ୍ରତିକୂଳ ପରିସ୍ଥିତି, ନିନ୍ଦା ଓ ପ୍ରଶଂସାକୁ ସମାନ ଦୃଷ୍ଟିରେ ଦେଖିଥାନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
14. ଗୁଣତ୍ରୟ ବିଭାଗ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!