ଆଶାପାଶଶତୈର୍ବଦ୍ଧାଃ କାମକ୍ରୋଧପରାୟଣାଃ ।
ଈହନ୍ତେ କାମଭୋଗାର୍ଥମନ୍ୟାୟେନାର୍ଥସଞ୍ଚୟାନ୍ ।।୧୨।।
ଆଶା-ପାଶ- କାମନା ପାଶରେ; ଶତୈଃ -ଶହ ଶହ; ବଦ୍ଧାଃ -ବାନ୍ଧିହୋଇ; କାମ -କାମ; କ୍ରୋଧ -କ୍ରୋଧ; ପରାୟଣାଃ -ସର୍ବଦା ନିୟତ; ଈହନ୍ତେ- ପ୍ରୟାସ କରନ୍ତି; କାମ-କାମ; ଭୋଗ-ଇନ୍ଦ୍ରିୟ ସୁଖଭୋଗ; ଅର୍ଥଂ -ଉଦ୍ଦେଶ୍ୟରେ; ଅନ୍ୟାୟେନ -ଅନ୍ୟାୟ ଉପାୟରେ; ଅର୍ଥ-ଧନ; ସଞ୍ଚୟାନ୍- ସଞ୍ଚୟ କରିବା ।
BG 16.12: ଶତାଧିକ କାମନାର ଦାସ ହୋଇ, କାମ ଏବଂ କ୍ରୋଧ ଦ୍ୱାରା ପ୍ରେରିତ ହୋଇ, ସେମାନେ ଅସାଧୁ ଉପାୟରେ ସମ୍ପତ୍ତି ଏକତ୍ର କରିବାରେ ଚେଷ୍ଟାରତ ରହନ୍ତି, ଯାହା କେବଳ ତାଙ୍କର ଇନ୍ଦ୍ରିୟମାନଙ୍କର ସନ୍ତୋଷ ବିଧାନ ପାଇଁ ହୋଇଥାଏ ।
ଆଶାପାଶଶତୈର୍ବଦ୍ଧାଃ କାମକ୍ରୋଧପରାୟଣାଃ ।
ଈହନ୍ତେ କାମଭୋଗାର୍ଥମନ୍ୟାୟେନାର୍ଥସଞ୍ଚୟାନ୍ ।।୧୨।।
ଶତାଧିକ କାମନାର ଦାସ ହୋଇ, କାମ ଏବଂ କ୍ରୋଧ ଦ୍ୱାରା ପ୍ରେରିତ ହୋଇ, ସେମାନେ ଅସାଧୁ ଉପାୟରେ ସମ୍ପତ୍ତି ଏକତ୍ର କରିବାରେ ଚେଷ୍ଟାରତ ରହନ୍ତି, ଯାହା କେବଳ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ସଂସାର ଭୋଗ କରିବା ପାଇଁ ଧନ ମାଧ୍ୟମ ଅଟେ । ସେଥିପାଇଁ ବସ୍ତୁବାଦୀ ବ୍ୟକ୍ତି, ତାଙ୍କର ଅତୃପ୍ତ କାମନା ଦ୍ୱାରା ପ୍ରେରିତ ହୋଇ, ଜୀବନରେ କେବଳ ଧନ ସଂଗ୍ରହକୁ ପ୍ରାଥମିକତା ଦେଇଥାନ୍ତି । ସେଥିପାଇଁ ସେମାନେ ଅନୈତିକ ଉପାୟ ଅବଲମ୍ବନ କରିବାକୁ ମଧ୍ୟ କୁଣ୍ଠାବୋଧ କରନ୍ତି ନାହିଁ । ସେହି ଅନୈତିକ ଆଚରଣ ପାଇଁ ତାଙ୍କୁ ଦ୍ୱିଗୁଣିତ ଦଣ୍ଡ ଅପେକ୍ଷା କରିଥାଏ । ଭାଗବତ କହେ:
ଯାବଦ୍ ଭ୍ରିୟେତ ଜଠରଂ ତାବତ୍ ସ୍ୱତ୍ୱଂ ହି ଦେହିନାମ୍
ଅଧିକଂ ଯୋଽଭିମନ୍ୟେତ ସ ସ୍ତେନୋ ଦଣ୍ଡମ୍ ଅର୍ହତି (୭.୧୪.୮)
“ଜଣେ ବ୍ୟକ୍ତି ନିଜର ପରିପୋଷଣ ପାଇଁ ଯେତିକି ଧନ ଆବଶ୍ୟକ, ସେତିକି ଧନର ଅଧିକାରୀ ଅଟନ୍ତି (ଅଧିକ ଧନ ସେ ଦାନ କରିପାରନ୍ତି) । ଯିଏ ଆବଶ୍ୟକତାରୁ ଅଧିକ ଧନ ସଞ୍ଚୟ କରେ, ସେ ଭଗବାନଙ୍କ ଦୃଷ୍ଟିରେ ଚୋର ଅଟେ ଏବଂ ସେଥିପାଇଁ ସେ ଦଣ୍ଡିତ ହେବ ।” ଦଣ୍ଡ କ’ଣ? ପ୍ରଥମତଃ, ମୃତ୍ୟୁ ସମୟରେ ସଞ୍ôଚତ ଧନ ତାଙ୍କ ସାଙ୍ଗରେ ଯିବ ନାହିଁ - ଏହା ଛଡ଼ାଇ ନିଆଯିବ । ଦ୍ୱିତୀୟତଃ, କର୍ମର ନିୟମ ଅନୁସାରେ, ବ୍ୟକ୍ତି ଧନ ଅର୍ଜନ ପାଇଁ କରୁଥିବା ପାପ ପାଇଁ ଦଣ୍ଡିତ ହେବ, ଯେପରି ଜଣେ ଚୋରାବେପାରୀ ଧରାପଡ଼ିଲେ ତା’ର ଧନ ଜବତ ହେବା ସହିତ ସେ ଆଇନ ଉଲ୍ଲଙ୍ଘନ କରିଥିବା ଯୋଗୁଁ ଦଣ୍ଡିତ ହୋଇଥାଏ ।