Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 16, Verse 22

ଏତୈର୍ବିମୁକ୍ତଃ କୌନ୍ତେୟ ତମୋଦ୍ୱାରୈସ୍ତ୍ରିଭିର୍ନରଃ ।
ଆଚରତ୍ୟାତ୍ମନଃ ଶ୍ରେୟସ୍ତତୋ ଯାତି ପରାଂ ଗତିମ୍ ।।୨୨।।

ଏତୈଃ - ଏଗୁଡ଼ିକରୁ; ବିମୁକ୍ତଃ -ମୁକ୍ତହୋଇ; କୌନ୍ତେୟ -ହେ କୁନ୍ତିପୁତ୍ର; ତମୋ ଦ୍ୱାରୈଃ - ଅଜ୍ଞାନ ଦ୍ୱାର; ତ୍ରିଭିଃ - ତିନିପ୍ରକାର; ନରଃ -ବ୍ୟକ୍ତି; ଆଚରତି - ପ୍ରୟାସ କରେ; ଆତ୍ମନଃ -ଜୀବ; ଶ୍ରେୟଃ- କଲ୍ୟାଣ; ତତଃ -ତତ୍ପରେ; ଯାତି -ପ୍ରାପ୍ତ ହୁଏ; ପରାଂ-ଶ୍ରେଷ୍ଠ; ଗତିମ୍ - ଗତି ।

Translation

BG 16.22: ଯେଉଁମାନେ ଅନ୍ଧକାରର ଏହି ତିନୋଟି ଦ୍ୱାରରୁ ମୁକ୍ତ ହୋଇଯାଆନ୍ତି, ସେମାନେ ଆତ୍ମାର କଲ୍ୟାଣ ପାଇଁ ଉଦ୍ୟମ କରନ୍ତି ଏବଂ ତଦ୍ୱାରା ଚରମ ଲକ୍ଷ୍ୟ ପ୍ରାପ୍ତ କରନ୍ତି ।

Commentary

ଏହି ଶ୍ଲୋକରେ ଶ୍ରୀକୃଷ୍ଣ କାମ, କ୍ରୋଧ ଓ ଲୋଭ ପରିତ୍ୟାଗ କରିବାର ସୁଫଳ ବର୍ଣ୍ଣନା କରିଛନ୍ତି । ଏଗୁଡ଼ିକ ରହିଥିବା ପର୍ଯ୍ୟନ୍ତ, ବ୍ୟକ୍ତି ପ୍ରେୟ ବା ସେହି ସୁଖ ପ୍ରତି ଆକର୍ଷିତ ହୋଇଥାଏ, ଯାହା ବର୍ତ୍ତମାନ ସମୟରେ ମଧୁର ମନେ ହୁଏ କିନ୍ତୁ ଶେଷରେ ତିକ୍ତ ସିଦ୍ଧ ହୋଇଥାଏ । କିନ୍ତୁ ଯେତେବେଳେ ଭୌତିକ ଲାଳସା ହ୍ରାସ ପାଏ, ବୁଦ୍ଧି, ଭୌତିକ ଆସକ୍ତିରୁ ମୁକ୍ତ ହୋଇ, ପ୍ରେୟ ପଥରେ ପ୍ରୟାସ କରିବାର ଅଦୂରଦର୍ଶିତା ହୃଦୟଙ୍ଗମ କରିଥାଏ । ତାପରେ ବ୍ୟକ୍ତି ଶ୍ରେୟ ପ୍ରତି ଆକୃଷ୍ଟ ହୋଇଥାଏ ଯାହା ପ୍ରାରମ୍ଭରେ ଅରୁଚିକର ମନେ ହେଉଥିଲେ ସୁଦ୍ଧା ଅନ୍ତତଃ ସୁଖଦ ହୋଇଥାଏ । ଶ୍ରେୟ ପ୍ରତି ଆକର୍ଷିତ ହେଉଥିବା ବ୍ୟକ୍ତିଙ୍କ ପାଇଁ ଜ୍ଞାନପ୍ରାପ୍ତିର ପଥ ଉନ୍ମୁକ୍ତ ହୋଇଯାଏ । ଆତ୍ମାର କଲ୍ୟାଣ ପାଇଁ ଉଦ୍ୟମ ଆରମ୍ଭ କରି ସେମାନେ ନିଜ ଚରମ ଲକ୍ଷ୍ୟ ଅଭିମୁଖରେ ଅଗ୍ରସର ହୁଅନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
16. ଦୈବାସୁର ସମ୍ପଦ ବିଭାଗ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!