ଯଃ ଶାସ୍ତ୍ରବିଧିମୁତ୍ସୃଜ୍ୟ ବର୍ତତେ କାମକାରତଃ ।
ନ ସ ସିଦ୍ଧିମବାପ୍ନୋତି ନ ସୁଖଂ ନ ପରାଂ ଗତିମ୍ ।।୨୩।।
ଯଃ- ଯିଏ; ଶାସ୍ତ୍ର-ବିଧିଂ- ଶାସ୍ତ୍ର ନିର୍ଦ୍ଦେଶ; ଉତ୍ସୃଜ୍୍ୟ- ତ୍ୟାଗ କରି; ବର୍ତତେ - କାର୍ଯ୍ୟ କରେ; କାମ-କାରତଃ - କାମନାର ବଶବର୍ତ୍ତୀ ହୋଇ ; ନ -କେବେ ନୁହେଁ; ସଃ -ସେ; ସିଦ୍ଧିଂ- ସିଦ୍ଧି (ପୂର୍ଣ୍ଣତା); ଅବାପ୍ନୋତି-ପ୍ରାପ୍ତହୁଏ; ନ-ନୁହେଁ; ସୁଖଂ-ସୁଖ; ନ -ନୁହେଁ; ପରାଂ-ପରମ; ଗତିମ୍ -ଲକ୍ଷ୍ୟ ।
BG 16.23: ଯେଉଁମାନେ କାମନାର ପ୍ରେରଣାରେ କର୍ମ କରନ୍ତି ତଥା ଶାସ୍ତ୍ରର ନିର୍ଦ୍ଦେଶକୁ ଅବଜ୍ଞା କରନ୍ତି, ଜୀବନରେ ସେମାନେ କୌଣସି ସିଦ୍ଧି, ସୁଖ କିମ୍ବା ନିଜର ଚରମ ଲକ୍ଷ୍ୟକୁ ପ୍ରାପ୍ତ କରି ପାରନ୍ତି ନାହିଁ ।
ଯଃ ଶାସ୍ତ୍ରବିଧିମୁତ୍ସୃଜ୍ୟ ବର୍ତତେ କାମକାରତଃ ।
ନ ସ ସିଦ୍ଧିମବାପ୍ନୋତି ନ ସୁଖଂ ନ ପରାଂ ଗତିମ୍ ।।୨୩।।
ଯେଉଁମାନେ କାମନାର ପ୍ରେରଣାରେ କର୍ମ କରନ୍ତି ତଥା ଶାସ୍ତ୍ରର ନିର୍ଦ୍ଦେଶକୁ ଅବଜ୍ଞା କରନ୍ତି, ଜୀବନରେ ସେମାନେ କୌଣସି ସିଦ୍ଧି, ସୁଖ କିମ୍ବା ନିଜର ଚରମ ଲକ୍ଷ୍ୟକୁ ପ୍ରାପ୍ତ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଭଗବତ୍ ପ୍ରାପ୍ତିର ଯାତ୍ରାପଥରେ, ଶାସ୍ତ୍ରମାନେ ମନୁଷ୍ୟର ମାର୍ଗ ଦର୍ଶକ ଅଟନ୍ତି । ସେମାନେ ଆମକୁ ଜ୍ଞାନ ଏବଂ ବୁଦ୍ଧି ଦେଇଥାନ୍ତି । ଆମେ କ’ଣ କରିବା ଉଚିତ୍ ଏବଂ କ’ଣ ଉଚିତ୍ ନୁହେଁ, ତାହାର ନିର୍ଦ୍ଦେଶ ଦେଇଥାନ୍ତି । ଏହି ନିର୍ଦ୍ଦେଶ ଦୁଇ ପ୍ରକାରର ଅଟେ - ବିଧି ଏବଂ ନିଷେଧ । କେତେଗୁଡିଏ କର୍ମ କରିବା ପାଇଁ ଯେଉଁ ନିର୍ଦ୍ଦେଶ ଦିଆଯାଇ ଥାଏ, ତାହା ବିଧି ଅଟେ । ଅନ୍ୟ କେତେକ କର୍ମ ନ କରିବା ପାଇଁ ଯେଉଁ ନିର୍ଦ୍ଦେଶ ଦିଆଯାଇ ଥାଏ, ତାହା ନିଷେଧ ଅଟେ । ଏହି ଦୁଇ ପ୍ରକାରର ନିର୍ଦ୍ଦେଶକୁ ବିଶ୍ୱାସର ସହିତ ପାଳନ କଲେ, ମନୁଷ୍ୟ ପରିପୂର୍ଣ୍ଣତା ଦିଗରେ ଅଗ୍ରସର ହୋଇପାରିବ । କିନ୍ତୁ ଆସୁରିକ ବ୍ୟକ୍ତିମାନଙ୍କର ମାର୍ଗ, ଶାସ୍ତ୍ର ନିର୍ଦ୍ଦେଶର ବିପରୀତ ହୋଇଥାଏ । ସେମାନେ ନିଷିଦ୍ଧ କର୍ମରେ ଲିପ୍ତ ରହନ୍ତି ଏବଂ ବିହିତ କର୍ମ ଠାରୁ ଦୂରରେ ରହନ୍ତି । ଏହିପରି ବ୍ୟକ୍ତିମାନଙ୍କୁ ଲକ୍ଷ୍ୟ କରି ଶ୍ରୀକୃଷ୍ଣ ଘୋଷଣା କରୁଛନ୍ତି ଯେ ଯେଉଁ ବ୍ୟକ୍ତି ନିର୍ଦ୍ଦେଶିତ ମାର୍ଗ ତ୍ୟାଗ କରି, ସ୍ୱେଚ୍ଛାପୂର୍ବକ କାମନା ଦ୍ୱାରା ପ୍ରେରିତ ହୋଇ କର୍ମ କରନ୍ତି, ସେମାନେ ପ୍ରକୃତ ଜ୍ଞାନ, ପରିପୂର୍ଣ୍ଣ ଆନନ୍ଦ କିମ୍ବା ଭୌତିକ ବନ୍ଧନରୁ ମୁକ୍ତି ଲାଭ କରନ୍ତି ନାହିଁ ।