ଅନୁଦ୍ବେଗକରଂ ବାକ୍ୟଂ ସତ୍ୟଂ ପ୍ରିୟହିତଂ ଚ ଯତ୍ ।
ସ୍ୱାଧ୍ୟାୟାଭ୍ୟସନଂ ଚୈବ ବାଙ୍ମୟଂ ତପ ଉଚ୍ୟତେ ।।୧୫।।
ଅନୁଦ୍ବେଗକରଂ - ଯାହା ଉଦ୍ବେଗକାରକ ନୁହେଁ; ବାକ୍ୟଂ - ବାକ୍ୟ ବା କଥା; ସତ୍ୟଂ -ସତ୍ୟ; ପ୍ରିୟ -ପ୍ରିୟ; ହିତଂ -ହିତକର; ଚ- ଏବଂ; ଯତ୍ -ଯାହା; ସ୍ୱାଧ୍ୟାୟ-ଅଭ୍ୟସନଂ- ବେଦଶାସ୍ତ୍ରର ଆବୃତ୍ତି; ଚ -ଏବଂ; ଏବ- ନିଶ୍ଚିତରୂପେ; ବାଙ୍ମୟଂ -ବାଚିକ; ତପଃ - ତପସ୍ୟା; ଉଚ୍ୟତେ - କୁହାଯାଏ ।
BG 17.15: ଯେଉଁ ବାଣୀ ଉଦ୍ବେଗ ଉତ୍ପନ୍ନ କରେ ନାହିଁ, ଯାହା ସତ୍ୟ, ସମ୍ମାନସୂଚକ, ହିତକାରୀ ଏବଂ ଯେଉଁ ବାଣୀ ନିୟମିତ ବେଦଶାସ୍ତ୍ର ଆବୃତ୍ତି କରିଥାଏ - ତାହା ବାଣୀର ସଂଯମ ରୂପେ ବିବେଚିତ ହୋଇଥାଏ ।
ଅନୁଦ୍ବେଗକରଂ ବାକ୍ୟଂ ସତ୍ୟଂ ପ୍ରିୟହିତଂ ଚ ଯତ୍ ।
ସ୍ୱାଧ୍ୟାୟାଭ୍ୟସନଂ ଚୈବ ବାଙ୍ମୟଂ ତପ ଉଚ୍ୟତେ ।।୧୫।।
ଯେଉଁ ବାଣୀ ଉଦ୍ବେଗ ଉତ୍ପନ୍ନ କରେ ନାହିଁ, ଯାହା ସତ୍ୟ, ସମ୍ମାନସୂଚକ, ହିତକାରୀ ଏବଂ ଯେଉଁ ବାଣୀ ନିୟମିତ ବେଦଶାସ୍ତ୍ର ଆବୃତ୍ତି କରିଥାଏ - ତାହା ବାଣୀର …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ବାଣୀର ସଂଯମ ହେଉଛି, ଏପରି ବଚନ କହିବା ଯାହା ସତ୍ୟ, ଅନପକାରୀ, ମଧୁର ଏବଂ ଶ୍ରୋତା ପାଇଁ ହିତକାରୀ ହୋଇଥିବ । ବେଦମନ୍ତ୍ର ଉଚ୍ଚାରଣର ଅଭ୍ୟାସକୁ ମଧ୍ୟ ବାଣୀର ସଂଯମ କୁହାଯାଇଛି । ଆଦିପୁରୁଷ ମନୁ ଲେଖିଛନ୍ତି:
ସତ୍ୟଂ ବ୍ରୂୟାତ୍ ପ୍ରିୟଂବ୍ରୂୟାନ୍ ନ ବ୍ରୂୟାତ୍ ସତ୍ୟଂ ଅପ୍ରିୟମ୍
ପ୍ରିୟଂ ଚ ନାନୃତଂ ବ୍ରୂୟାତ୍ ଏଷ ଧର୍ମଃ ସନାତନଃ ।ା (ମନୁସ୍ମୃତି ୪.୧୩୮)
“ସତ୍ୟକୁ ଏପରି ଭାବରେ କୁହ ଯାହା ଅନ୍ୟମାନଙ୍କ ପାଇଁ ଶୁଣିବାକୁ ମଧୁର ହେଉଥିବ । ଏପରି ସତ୍ୟ କୁହ ନାହିଁ ଯାହା ଅନ୍ୟ ପାଇଁ କ୍ଷତିକାରକ । ମଧୁର ହୋଇଥିଲେ ମଧ୍ୟ ମିଥ୍ୟା କୁହ ନାହିଁ । ଏହା ନୈତିକତା ଏବଂ ଧର୍ମର ଚିରନ୍ତନ ମାର୍ଗ ଅଟେ ।”