ଅଦେଶକାଳେ ଯଦ୍ଦାନମପାତ୍ରେଭ୍ୟଶ୍ଚ ଦୀୟତେ ।
ଅସତ୍କୃତମବଜ୍ଞାତଂ ତତ୍ତାମସମୁଦାହୃତମ୍ ।।୨୨।।
ଅଦେଶ -ଅନୁପଯୁକ୍ତ ସ୍ଥାନରେ; କାଳେ - ଅନୁଚିତ୍ ସମୟରେ; ଯତ୍ -ଯାହା; ଦାନଂ-ଦାନ; ଅପାତ୍ରେଭ୍ୟଃ - ଅଯୋଗ୍ୟ ବ୍ୟକ୍ତିକୁ; ଚ-ଏବଂ; ଦୀୟତେ -ଦିଆଯାଏ; ଅସତ୍-କୃତମ୍ -ଅସମ୍ମାନରେ; ଅବଜ୍ଞାତଂ -ଅବଜ୍ଞା ପୂର୍ବକ; ତତ୍ -ତାହା; ତାମସଂ-ତାମସିକ; ଉଦାହୃତମ୍ -କୁହାଯାଏ ।
BG 17.22: ଯେଉଁ ଦାନ ଅନୁପଯୁକ୍ତ ସ୍ଥାନରେ, ଅସମୟରେ, ଅସତ୍ ପ୍ରାତ୍ରରେ ଅସମ୍ମାନ ପ୍ରଦର୍ଶନ ପୂର୍ବକ ବା ଅପମାନ ସୂଚକ ଭାବେ ଦିଆଯାଇଥାଏ, ତାହାକୁ ତାମସିକ ଶ୍ରେଣୀଭୁକ୍ତ କରାଯାଇଛି ।
ଅଦେଶକାଳେ ଯଦ୍ଦାନମପାତ୍ରେଭ୍ୟଶ୍ଚ ଦୀୟତେ ।
ଅସତ୍କୃତମବଜ୍ଞାତଂ ତତ୍ତାମସମୁଦାହୃତମ୍ ।।୨୨।।
ଯେଉଁ ଦାନ ଅନୁପଯୁକ୍ତ ସ୍ଥାନରେ, ଅସମୟରେ, ଅସତ୍ ପ୍ରାତ୍ରରେ ଅସମ୍ମାନ ପ୍ରଦର୍ଶନ ପୂର୍ବକ ବା ଅପମାନ ସୂଚକ ଭାବେ ଦିଆଯାଇଥାଏ, ତାହାକୁ ତାମସିକ ଶ୍ରେଣୀଭୁକ୍ତ କରାଯାଇଛି ।
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଅଜ୍ଞାନର ବଶବର୍ତ୍ତୀ ହୋଇ ଯେଉଁ ଦାନ କରାଯାଇ ଥାଏ, ସେଥିରେ ସ୍ଥାନ, କାଳ ପାତ୍ର, କିମ୍ବା ମନୋଭାବର ବିବେଚନା କରାଯାଇ ନ ଥାଏ । ତଦ୍ୱାରା କୌଣସି ଉପକାର ସାଧିତ ହୋଇ ନ ଥାଏ । ଉଦାହରଣ ସ୍ୱରୂପ, ଦାନ ଯଦି ଜଣେ ମଦ୍ୟପକୁ ଦିଆଯାଏ, ସେ ନିଶାସକ୍ତ ହୋଇ କୌଣସି ହତ୍ୟାକାଣ୍ଡ ଘଟାଇପାରେ । କର୍ମର ନିୟମ ଅନୁସାରେ ସେ ହତ୍ୟାକାରୀ ନିଶ୍ଚିତ ଦଣ୍ଡ ପାଇବ, କିନ୍ତୁ ତାକୁ ଦାନ ଦେଇଥିବା ବ୍ୟକ୍ତି ମଧ୍ୟ ସେହି ଅପରାଧ ପାଇଁ ଦଣ୍ଡିତ ହେବ । ଏହା ଅନ-ଅଧିକାରୀ ବ୍ୟକ୍ତିଙ୍କୁ ଅଜ୍ଞାନତା ବଶତଃ ଦିଆଯାଉଥିବା ଦାନର ଏକ ଉଦାହରଣ ଅଟେ ।