ସତ୍ତ୍ୱାନୁରୂପା ସର୍ବସ୍ୟ ଶ୍ରଦ୍ଧା ଭବତି ଭାରତ ।
ଶ୍ରଦ୍ଧାମୟୋଽୟଂ ପୁରୁଷୋ ଯୋ ଯଚ୍ଛ୍ରଦ୍ଧଃ ସ ଏବ ସଃ ।।୩।।
ସତ୍ତ୍ୱ-ଅନୁରୂପା - ମନର ପ୍ରକୃତି ଅନୁଯାୟୀ; ସର୍ବସ୍ୟ -ପ୍ରତ୍ୟେକଙ୍କର; ଶ୍ରଦ୍ଧା- ଶ୍ରଦ୍ଧା; ଭବତି -ହୁଏ; ଭାରତ -ହେ ଭରତଶ୍ରେଷ୍ଠ; ଶ୍ରଦ୍ଧାମୟ- ଶ୍ରଦ୍ଧାଯୁକ୍ତ; ଅୟଂ- ସେହି; ପୁରୁଷଃ - ଜୀବ; ଯଃ - ଯିଏ; ଯତ୍-ଶ୍ରଦ୍ଧାଃ -ଯେପରି ବିଶ୍ୱାସ; ସଃ- ସେମାନଙ୍କର; ଏବ- ନିଶ୍ଚିତଭାବେ; ସଃ -ସେମାନେ ।
BG 17.3: ପ୍ରତ୍ୟେକ ମନୁଷ୍ୟର ବିଶ୍ୱାସ ତାଙ୍କ ମନର ସ୍ୱଭାବ ଅନୁରୂପ ହୋଇଥାଏ । ଶ୍ରଦ୍ଧା ସମସ୍ତଙ୍କର ଥାଏ ଏବଂ ଯାହାର ଶ୍ରଦ୍ଧା ଯେପରି ହୋଇଥାଏ, ସେମାନେ ବାସ୍ତବରେ ସେହିପରି ଅଟନ୍ତି ।
ସତ୍ତ୍ୱାନୁରୂପା ସର୍ବସ୍ୟ ଶ୍ରଦ୍ଧା ଭବତି ଭାରତ ।
ଶ୍ରଦ୍ଧାମୟୋଽୟଂ ପୁରୁଷୋ ଯୋ ଯଚ୍ଛ୍ରଦ୍ଧଃ ସ ଏବ ସଃ ।।୩।।
ପ୍ରତ୍ୟେକ ମନୁଷ୍ୟର ବିଶ୍ୱାସ ତାଙ୍କ ମନର ସ୍ୱଭାବ ଅନୁରୂପ ହୋଇଥାଏ । ଶ୍ରଦ୍ଧା ସମସ୍ତଙ୍କର ଥାଏ ଏବଂ ଯାହାର ଶ୍ରଦ୍ଧା ଯେପରି ହୋଇଥାଏ, ସେମାନେ ବାସ୍ତବରେ ସେହିପରି …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ପୂର୍ବ ଶ୍ଲୋକରେ ବର୍ଣ୍ଣନା କରାଯାଇଥିଲା ଯେ ଆମେ କୌଣସି ନା କୌଣସିଠାରେ ଆମର ବିଶ୍ୱାସ ପ୍ରତିସ୍ଥାପିତ କରିଥାଏ । ଯେଉଁଠାରେ ଆମେ ବିଶ୍ୱାସ ସ୍ଥାପନ କରିବାକୁ ଚାହୁଁ ଏବଂ ଯାହା ବିଶ୍ୱାସ କରିବାକୁ ନିର୍ଣ୍ଣୟ ନେଉ, ବାସ୍ତବରେ ତାହା ଆମର ଜୀବନର ଦିଗ ନିର୍ଣ୍ଣ ୟ କରିଥାଏ । ଯେଉଁମାନେ ବିଶ୍ୱାସ କରନ୍ତି ଯେ ଜୀବନରେ ଅର୍ଥ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଅଟେ, ସେମାନେ ତାହା ସଂଗ୍ରହ କରିବାରେ ସାରା ଜୀବନ ଅତିବାହିତ କରିଦିଅନ୍ତି । ଯେଉଁମାନେ ଯଶକୁ ଅଧିକ ମହତ୍ୱପୂର୍ଣ୍ଣ ବିଶ୍ୱାସ କରନ୍ତି, ସେମାନେ ତାଙ୍କର ସମସ୍ତ ସମୟ ଓ ଶକ୍ତି, ରାଜନୈତିକ ପଦବୀ ଏବଂ ସାମାଜିକ ପ୍ରତିଷ୍ଠା ପାଇଁ ବ୍ୟତୀତ କରିଥାନ୍ତି । ଯେଉଁମାନେ ନୈତିକ ମୂଲ୍ୟବୋଧକୁ ଉଚ୍ଚସ୍ଥାନ ଦିଅନ୍ତି, ସେମାନେ ତାକୁ ବଜାୟ ରଖିବାକୁ ସବୁକିଛି ତ୍ୟାଗ କରିଥାନ୍ତି । ମହାତ୍ମା ଗାନ୍ଧୀଙ୍କର ସତ୍ୟ ଏବଂ ଅହିଂସା ଉପରେ ଅଗାଧ ବିଶ୍ୱାସ ଥିଲା ଏବଂ ସେହି ବିଶ୍ୱାସର ଶକ୍ତି ବଳରେ ସେ ଅହିଂସା ଆନ୍ଦୋଳନ ଆରମ୍ଭ କରିଥିଲେ, ଯଦ୍ୱାରା ସେ ପୃଥିବୀର ଶ୍ରେଷ୍ଠ ଶକ୍ତିଶାଳୀ ସାମ୍ରାଜ୍ୟକୁ ଭାରତରୁ ହଟାଇବାରେ ସଫଳ ହୋଇଥିଲେ । ଯେଉଁମାନେ ଭଗବତ୍ ପ୍ରାପ୍ତିର ଗୁରୁତ୍ୱ ଉପରେ ଦୃଢ଼ ବିଶ୍ୱାସ କରନ୍ତି, ସେମାନେ ତାହାର ଅନୁସନ୍ଧାନରେ ଭୌତିକ ଜଗତ ତ୍ୟାଗ କରିଥାନ୍ତି । ତେଣୁ ଶ୍ରୀକୃଷ୍ଣ କହୁଛନ୍ତି ଯେ ଆମ ବିଶ୍ୱାସର ଗୁଣବତ୍ତା ଆମ ଜୀବନର ଦିଗ ନିରୂପଣ କରେ । ପ୍ରତିପକ୍ଷରେ, ମନର ସ୍ୱଭାବ ଦ୍ୱାରା ଆମ ବିଶ୍ୱାସର ଗୁଣବତ୍ତା ନିରୂପିତ ହୋଇଥାଏ । ଅତଏବ, ଅର୍ଜୁନଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀକୃଷ୍ଣ ବିଭିନ୍ନ ପ୍ରକାରର ବିଶ୍ୱାସ ବିଷୟରେ ବ୍ୟାଖ୍ୟା ଆରମ୍ଭ କରୁଛନ୍ତି ।