ରାଗୀ କର୍ମଫଳପ୍ରେପ୍ସୁର୍ଲୁବ୍ଧୋ ହିଂସାତ୍ମକୋଽଶୁଚିଃ ।
ହର୍ଷଶୋକାନ୍ୱିତଃ କର୍ତା ରାଜସଃ ପରିକୀର୍ତିତଃ ।।୨୭।।
ରାଗୀ -ଅତ୍ୟନ୍ତ ଆସକ୍ତ; କର୍ମଫଳ-କର୍ମଫଳ; ପ୍ରେପ୍ସୁଃ-କାମନା କରି; ଲୁବ୍ଧଃ-ଲୋଭୀ; ହିଂସା ଆତ୍ମକଃ -ପ୍ରତିହିଂସା ପରାୟଣ; ଅଶୁଚିଃ-ଅପବିତ୍ର; ହର୍ଷ-ଶୋକ ଅନ୍ୱିତଃ -ହର୍ଷ ବିଷାଦ ଗ୍ରସ୍ତ; କର୍ତା -କର୍ତ୍ତା; ରାଜସଃ-ରାଜସିକ; ପରିକୀର୍ତିତଃ- କୁହାଯାଏ ।
BG 18.27: ଯେତେବେଳେ କର୍ତ୍ତା, କର୍ମଫଳ ପ୍ରତି ଲାଳାୟୀତ ହୋଇ, ଈର୍ଷା ପରାୟଣ, ହିଂସ୍ର ସ୍ୱଭାବଯୁକ୍ତ, ଅଶୁଦ୍ଧ ଏବଂ ହର୍ଷ-ବିଷାଦରେ ମୋହିତ ହୋଇଥାନ୍ତି, ସେ ରାଜସିକ ଗୁଣଯୁକ୍ତ ବିବେଚିତ ହୁଅନ୍ତି ।
ରାଗୀ କର୍ମଫଳପ୍ରେପ୍ସୁର୍ଲୁବ୍ଧୋ ହିଂସାତ୍ମକୋଽଶୁଚିଃ ।
ହର୍ଷଶୋକାନ୍ୱିତଃ କର୍ତା ରାଜସଃ ପରିକୀର୍ତିତଃ ।।୨୭।।
ଯେତେବେଳେ କର୍ତ୍ତା, କର୍ମଫଳ ପ୍ରତି ଲାଳାୟୀତ ହୋଇ, ଈର୍ଷା ପରାୟଣ, ହିଂସ୍ର ସ୍ୱଭାବଯୁକ୍ତ, ଅଶୁଦ୍ଧ ଏବଂ ହର୍ଷ-ବିଷାଦରେ ମୋହିତ ହୋଇଥାନ୍ତି, ସେ ରାଜସିକ ଗୁଣଯୁକ୍ତ ବିବେଚିତ ହୁଅନ୍ତି …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ରାଜସିକ କର୍ତ୍ତାମାନଙ୍କ ବିଷୟରେ ଏଠାରେ ବର୍ଣ୍ଣନା କରାଯାଇଛି । ସାତ୍ତ୍ୱିକ କର୍ତ୍ତା ଆଧ୍ୟାତ୍ମିକ ଉନ୍ନତି ଚାହୁଁଥିବା ବେଳେ, ରାଜସିକ କର୍ତ୍ତା ଭୌତିକ ପ୍ରଗତି ପାଇଁ ଅତ୍ୟଧିକ ଆଗ୍ରହୀ ହୋଇଥାନ୍ତି । ସେମାନେ ହୃଦ୍ବୋଧ କରିପାରନ୍ତି ନାହିଁ ଯେ ସଂସାରର ସମସ୍ତ ବସ୍ତୁ ଅସ୍ଥାୟୀ ଏବଂ ଦିନେ ସେ ସବୁକୁ ଛାଡ଼ି ଚାଲିଯିବାକୁ ହେବ । ଅତିଶୟ ରାଗ (ମନ ଓ ଇନ୍ଦ୍ରିୟଙ୍କର କାମନା) ଦ୍ୱାରା ଉତ୍କ୍ଷିପ୍ତ ହୋଇ ସେମାନେ ନିଜ ଉଦ୍ଦେଶ୍ୟର ଶୁଦ୍ଧତା ହରାଇ ବସନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ ତାଙ୍କର ଇପ୍ସିତ ସୁଖ ସଂସାରରେ ଅଛି । ତେଣୁ, ତାଙ୍କୁ ଯେତେ ବେଶୀ ସଂସାର ପ୍ରାପ୍ତ ହେଲେ ମଧ୍ୟ ସେଥିରେ ସେମାନେ ସନ୍ତୁଷ୍ଟ ନ ହୋଇ ଅଧିକ ଲୁବ୍ଧ (ଲୋଭଗ୍ରସ୍ଥ) ହୋଇଥାନ୍ତି । ଅନ୍ୟମାନେ ତାଙ୍କଠାରୁ ଅଧିକ ସଫଳ କିମ୍ବା ଅଧିକ ଉପଭୋଗ କରୁଥିବାର ଦେଖି ସେମାନେ ହିଂସାତ୍ମକ (ହିଂସା ପରାୟଣ) ହୋଇ ଉଠନ୍ତି । ଉଦ୍ଦେଶ୍ୟ ପୂରଣ ପାଇଁ ସେମାନେ ବେଳେ ବେଳେ ନିଜର ନୈତିକତାକୁ ଜଳାଞ୍ଜଳି ଦେଇ ଅଶୁଚିଃ (ଅଶୁଦ୍ଧ) ହୋଇଯାଆନ୍ତି । କାମନା ପୂର୍ଣ୍ଣ ହେଲେ ସେମାନେ ଉତ୍ଫୁଲ୍ଲିତ ହୋଇ ଉଠନ୍ତି ଏବଂ କାମନା ପୂର୍ଣ୍ଣ ନ ହେଲେ ନିରାଶ ହୋଇପଡ଼ନ୍ତି । ଏହିପରି ଭାବରେ ସେମାନଙ୍କର ଜୀବନ ହର୍ଷ ଶୋକ ଅନ୍ୱିତଃ (ସୁଖ ଓ ଦୁଃଖର ମିଶ୍ରଣ) ହୋଇଯାଏ ।