ନ ତଦସ୍ତି ପୃଥିବ୍ୟାଂ ବା ଦିବି ଦେବେଷୁ ବା ପୁନଃ ।
ସତ୍ତ୍ୱଂ ପ୍ରକୃତିଜୈର୍ମୁକ୍ତଂ ଯଦେଭିଃ ସ୍ୟାତ୍ତ୍ରିଭିର୍ଗୁଣୈଃ ।।୪୦।।
BG 18.40: ମାୟିକ ଜଗତ ଅନ୍ତର୍ଗତ, ଧରାପୃଷ୍ଠର କିମ୍ବା ଉଚ୍ଚତର ସ୍ୱର୍ଗଲୋକର କୌଣସି ଜୀବ, ପ୍ରକୃତିର ଏହି ତିନିଗୁଣର ପ୍ରଭାବରୁ ମୁକ୍ତ ନୁହଁନ୍ତି ।
ନ ତଦସ୍ତି ପୃଥିବ୍ୟାଂ ବା ଦିବି ଦେବେଷୁ ବା ପୁନଃ ।
ସତ୍ତ୍ୱଂ ପ୍ରକୃତିଜୈର୍ମୁକ୍ତଂ ଯଦେଭିଃ ସ୍ୟାତ୍ତ୍ରିଭିର୍ଗୁଣୈଃ ।।୪୦।।
ମାୟିକ ଜଗତ ଅନ୍ତର୍ଗତ, ଧରାପୃଷ୍ଠର କିମ୍ବା ଉଚ୍ଚତର ସ୍ୱର୍ଗଲୋକର କୌଣସି ଜୀବ, ପ୍ରକୃତିର ଏହି ତିନିଗୁଣର ପ୍ରଭାବରୁ ମୁକ୍ତ ନୁହଁନ୍ତି ।
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ଶ୍ୱେତାଶ୍ୱତର ଉପନିଷଦ କହେ, ଭୌତିକ ଶକ୍ତି ମାୟା ତ୍ରିରଙ୍ଗ ବିଶିଷ୍ଟ ଅଟେ:
ଅଜାମେକାଂ ଲୋହିତ-ଶୁକ୍ଳ-କୃଷ୍ଣଂ ବହ୍ୱୀଃ ପ୍ରଜାଃ ସୃଜମାନାଂ ସ-ରୂପାଃ
ଅଜୋ ହ୍ୟ ଏକୋ ଯୁଷମାଣୋଽନୁଶେତେ ଜହାତେନାଂ ଭୁକ୍ତ-ଭୋଗାମ୍ ଅଜୋଽନ୍ୟଃ (୪.୫)
“ମାୟା ତିନି ରଙ୍ଗ ବିଶିଷ୍ଟ - ଶ୍ୱେତ, ଲୋହିତ ଏବଂ କୃଷ୍ଣ, ଅର୍ଥାତ୍ ଏହା ତ୍ରିଗୁଣାତ୍ମିକା ଅଟେ - ସାତ୍ତ୍ୱିକ, ରାଜସିକ ଏବଂ ତାମସିକ । ଏହା ବିଶ୍ୱର ଅସଂଖ୍ୟ ଜୀବଙ୍କର ମାତୃ-ଗର୍ଭ ସଦୃଶ ଅଟେ । ଏହାର ସ୍ରଷ୍ଟା ଏବଂ ଆଧାର ସେହି ଜଣେ ଅଜନ୍ମା ସର୍ବଜ୍ଞ ଭଗବାନ ଅଟନ୍ତି । କିନ୍ତୁ ଭଗବାନ ମାୟା ଦ୍ୱାରା ଜଡ଼ିତ ହୁଅନ୍ତି ନାହିଁ । ସେ ସ୍ୱତନ୍ତ୍ରଭାବେ ତାଙ୍କ ଦିବ୍ୟ ଲୀଳା ଉପଭୋଗ କରୁଥାନ୍ତି । ଅଥଚ ଜୀବଗଣ ମାୟାକୁ ଉପଭୋଗ କରି ତା’ର କବଳିତ ହୋଇଯାଆନ୍ତି ।
ମାୟାର ବଳୟ ନର୍କଲୋକ ଠାରୁ ସ୍ୱର୍ଗର ବ୍ରହ୍ମଲୋକ ପର୍ଯ୍ୟନ୍ତ ବିସ୍ତୃତ । ସତ୍ତ୍ୱ, ରଜ ଓ ତମ - ମାୟାର ତିନୋଟି ଅନ୍ତର୍ନିହିତ ଗୁଣ ହୋଇଥିବା ଦୃଷ୍ଟିରୁ, ଭୌତିକ ଜଗତର ସମସ୍ତ ଲୋକରେ ରହିଥାଆନ୍ତି । ତେଣୁ ମନୁଷ୍ୟ ହୁଅନ୍ତୁ ଅଥବା ଦେବତା ହୁଅନ୍ତୁ, ଏହିସବୁ ଲୋକରେ ବାସ କରୁଥିବା ସମସ୍ତ ଜୀବ ଏହି ତ୍ରିଗୁଣର ଅଧୀନସ୍ତ ଅଟନ୍ତି । ସେମାନଙ୍କ ମଧ୍ୟରେ ପାର୍ଥକ୍ୟ କେବଳ ଗୁଣମାନଙ୍କର ଅନୁପାତକୁ ନେଇ ରହିଥାଏ । ନିମ୍ନଲୋକରେ ବାସ କରୁଥିବା ଜୀବ ତମୋଗୁଣ ପ୍ରଧାନ ହୋଇଥିବା ବେଳେ, ପୃଥିବୀବାସୀ ରଜୋଗୁଣ ପ୍ରଧାନ ଏବଂ ସ୍ୱର୍ଗର ନିର୍ବାସୀ ମାନେ ସତ୍ତ୍ୱଗୁଣ ପ୍ରଧାନ ହୋଇଥାନ୍ତି । ଶ୍ରୀକୃଷ୍ଣ ବର୍ତ୍ତମାନ ଏହି ତିନୋଟି ପରିବର୍ତ୍ତନଶୀଳ ଗୁଣର ଆଧାରରେ ମନୁଷ୍ୟମାନଙ୍କର ସ୍ୱଭାବ କାହିଁକି ଭିନ୍ନ ଭିନ୍ନ ହୋଇଥାଏ, ତାହାର ବର୍ଣ୍ଣନା କରୁଛନ୍ତି ।