Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 18, Verse 58

ମଚ୍ଚିତ୍ତଃ ସର୍ବଦୁର୍ଗାଣି ମତ୍‌ପ୍ରସାଦାତ୍ ତରିଷ୍ୟସି ।
ଅଥ ଚେତ୍‌ତ୍ୱମହଙ୍କାରାନ୍ନ ଶ୍ରୋଷ୍ୟସି ବିନଙ୍‌କ୍ଷ୍ୟସି ।।୫୮।।

ମତ୍‌-ଚିତ୍ତଃ- ମୋର ସର୍ବଦା ସ୍ମରଣ କରି; ସର୍ବ-ସମସ୍ତ; ଦୁର୍ଗାଣି- ପ୍ରତିବନ୍ଧକ; ମତ୍‌-ପ୍ରସାଦାତ୍ -ମୋ କୃପାରୁ; ତରିଷ୍ୟସି- ଅତିକ୍ରମ କରିବ; ଅଥ-କିନ୍ତୁ; ଚେତ୍ -ଯଦି; ତ୍ୱମ୍‌-ତୁମେ; ଅହଙ୍କାରାତ୍‌-ଅହଙ୍କାର ବଶତଃ; ନ ଶ୍ରୋଷ୍ୟସି- ନ ଶୁଣ; ବିନଙ୍‌କ୍ଷ୍ୟସି -ତୁମେ ନିଜର ବିନାଶ କରିବ ।

Translation

BG 18.58: ତୁମେ ଯଦି ସର୍ବଦା ମୋର ସ୍ମରଣ କରିବ, ମୋ କୃପାରୁ ତୁମେ ସମସ୍ତ ବାଧାବିଘ୍ନ ଅତିକ୍ରମ କରିପାରିବ । କିନ୍ତୁ ଯଦି ଅହଂକାର ବଶତଃ ତୁମେ ମୋର ଉପଦେଶ ଗ୍ରହଣ କରିବ ନାହିଁ, ତୁମର ସର୍ବନାଶ ହେବ ।

Commentary

ପୂର୍ବ ଶ୍ଳୋକରେ କ’ଣ କରଣୀୟ ତାହାର ଉପଦେଶ ଦେବା ପରେ, ଶ୍ରୀକୃଷ୍ଣ ତାଙ୍କ ଉପଦେଶ ପାଳନ କରିବାର ଉପକାରିତା ଏବଂ ତାହାକୁ ଅବମାନନା କରିବାର ଦୁଷ୍ପରିଣାମ ବିଷୟରେ କହୁଛନ୍ତି । ଜୀବ ଏପରି ଭାବିବା ଉଚିତ ନୁହେଁ ଯେ କୌଣସି ଦୃଷ୍ଟିରୁ ସେ ଭଗବାନଙ୍କ ଠାରୁ ସ୍ୱାଧୀନ ଅଟେ । ଆମେ ଯଦି ଭଗବାନଙ୍କର ପୂର୍ଣ୍ଣ ଶରଣାଗତ ହୋଇ ମନକୁ ତାଙ୍କଠାରେ କେନ୍ଦ୍ରିତ କରିବା, ତାଙ୍କ କୃପାରୁ ଆମର ସମସ୍ତ ବାଧାବିଘ୍ନ ଦୂର ହୋଇଯିବ । କିନ୍ତୁ ଯଦି ଅହଂକାର ବଶତଃ ଆମେ ତାଙ୍କର ଉପଦେଶକୁ ଅବମାନନା କରିବା ଏବଂ ଭାବିବା ଯେ ଭଗବାନଙ୍କର ଏବଂ ଶାସ୍ତ୍ରର ଶାଶ୍ୱତ ଜ୍ଞାନଠାରୁ ଆମେ ଅଧିକ ଜାଣିଛୁ, ତା ହେଲେ ଆମେ ମନୁଷ୍ୟ ଜୀବନର ଲକ୍ଷ୍ୟ ହାସଲ କରିବା ଦିଗରେ ବିଫଳ ହେବା, କାରଣ ଭଗବାନଙ୍କଠାରୁ ଶ୍ରେଷ୍ଠତର କେହି ନୁହଁନ୍ତି ଏବଂ ତାଙ୍କ ଉପଦେଶ ଠାରୁ ଉତ୍ତମ ଆଉ କିଛି ନାହିଁ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
18. ମୋକ୍ଷ ସନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!