ଯ ଏନଂ ବେତ୍ତି ହନ୍ତାରଂ ଯଶ୍ଚୈନଂ ମନ୍ୟତେ ହତମ୍ ।
ଉଭୌ ତୌ ନ ବିଜାନୀତୋ ନାୟଂ ହନ୍ତି ନ ହନ୍ୟତେ ।।୧୯।।
ଯଃ- ଯିଏ; ଏନଂ-ଏହାକୁ; ବେତ୍ତି-ଜାଣେ; ହନ୍ତାରଂ-ହତ୍ୟାକାରୀ; ଯଃ-ଯିଏ; ଚ-ଏବଂ; ଏନଂ-ଏହାକୁ; ମନ୍ୟତେ-ଭାବେ; ହତଂ-ହତ; ଉଭୌ-ଉଭୟ; ତୌ- ସେ ଦୁହିଁଙ୍କୁ; ନ- କେବେ ନୁହେଁ; ବିଜାନୀତଃ-ଜ୍ଞାନତଃ; ନ- ନାହିଁ; ଅୟଂ- ଏହା; ହନ୍ତି-ମାରେ; ନ ହନ୍ୟତେ-ମରେ ନାହିଁ ।
BG 2.19: ଯେଉଁ ବ୍ୟକ୍ତି ଏପରି ଭାବନ୍ତି ଯେ ଆତ୍ମା କାହାର ହତ୍ୟା କରିପାରେ ଏବଂ ଯିଏ ଏପରି ଭାବନ୍ତି ଆତ୍ମାକୁ ହତ୍ୟା କରାଯାଇ ପାରେ, ଉଭୟ ବ୍ୟକ୍ତି ଅଜ୍ଞାନୀ ଅଟନ୍ତି ।
ଯ ଏନଂ ବେତ୍ତି ହନ୍ତାରଂ ଯଶ୍ଚୈନଂ ମନ୍ୟତେ ହତମ୍ ।
ଉଭୌ ତୌ ନ ବିଜାନୀତୋ ନାୟଂ ହନ୍ତି ନ ହନ୍ୟତେ ।।୧୯।।
ଯେଉଁ ବ୍ୟକ୍ତି ଏପରି ଭାବନ୍ତି ଯେ ଆତ୍ମା କାହାର ହତ୍ୟା କରିପାରେ ଏବଂ ଯିଏ ଏପରି ଭାବନ୍ତି ଆତ୍ମାକୁ ହତ୍ୟା କରାଯାଇ ପାରେ, ଉଭୟ ବ୍ୟକ୍ତି ଅଜ୍ଞାନୀ …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ନିଜକୁ ଶରୀର ମନେ କରିବା କାରଣରୁ, ଆମ ମନରେ ମୃତ୍ୟୁର ଭ୍ରମ ଉତ୍ପନ୍ନ ହୋଇଥାଏ । ରାମାୟଣ ଏହାକୁ ଏପରି ବର୍ଣ୍ଣନା କରିଛି ।
ଜ୍ୟୋଁ ସପନେଁ ସିର କାଟଇ କୋଈ, ବିନୁ ଜାଗେଁ ନ ଦୂରି ଦୁଖ ହୋଈ ।
“ସ୍ୱପ୍ନରେ ଆମେ ଯଦି ଦେଖେ ଆମର ମୁଣ୍ଡ କାଟି ଦିଆଯାଉଛି, ତା’ହେଲେ ନିଦରୁ ଉଠିବା ପର୍ଯ୍ୟନ୍ତ ଆମେ ବ୍ୟଥା ଅନୁଭବ କରିଥାଏ ।” ସ୍ୱପ୍ନର ଘଟଣା ଭ୍ରମ ଅଟେ, କିନ୍ତୁ ନିଦରୁ ଉଠି ସେ ଭ୍ରମ ଦୂର ନ କରିବା ଯାଏଁ କଷ୍ଟର ଅନୁଭୂତି ଆମକୁ ବିଚଳିତ କରୁଥାଏ । ସେହିପରି “ଆମେ ଶରୀର ଅଟୁ” ଏହି ଭ୍ରମ ଆମକୁ ମୃତ୍ୟୁର ଭୟ ଅନୁଭବ କରାଏ । ଯେଉଁ ଜ୍ଞାନୀ ଜୀବାତ୍ମାର ଏହି ଭ୍ରମ ଦୂର ହୋଇ ଯାଇଥାଏ, ତାଙ୍କର ମୃତ୍ୟୁର ଭୟ ଲୋପ ପାଇଯାଏ ।
ଏଠାରେ ଜଣେ ପଚାରି ପାରନ୍ତି ଯେ ଯଦି କେହି କାହାକୁ ମାରି ପାରିବେ ନାହିଁ, ତା’ହେଲେ ହତ୍ୟା କରିବା ଏକ ଦଣ୍ଡନୀୟ ଅପରାଧ ଭାବରେ କାହିଁକି ଧରାଯାଏ? ଏହା ଏଥିପାଇଁ ଯେ ଶରୀର ଆତ୍ମାର ବାହନ ଅଟେ ଏବଂ କାହାର ବାହନକୁ ନଷ୍ଟ କରିବା ହିଂସା ଅଟେ, ଯାହା ନିଷିଦ୍ଧ ଅଟେ । ବେଦର ସ୍ପଷ୍ଟ ନିର୍ଦ୍ଦେଶ “ମା’ ହିଂସ୍ୟାତ୍ ସର୍ବଭୂତାନି ” ଅର୍ଥାତ୍ କାହା ପ୍ରତି ହିଂସା କରନାହିଁ । ଏପରିକି ବେଦ ପ୍ରାଣୀମାନଙ୍କୁ ହତ୍ୟା କରିବା ମଧ୍ୟ ଅପରାଧ ଭାବରେ ଗ୍ରହଣ କରେ । କିନ୍ତୁ କେତେକ ପରିସ୍ଥିତିରେ ଏହି ନିୟମ ବଦଳି ଯାଏ ଏବଂ ହିଂସା ମଧ୍ୟ ଆବଶ୍ୟକ ହୋଇଥାଏ । ଉଦାହରଣ ସ୍ୱରୂପ, ଯଦି ଗୋଟିଏ ସର୍ପ ଆମକୁ ଦଂଶନ କରିବାକୁ ଆସୁଥାଏ ବା କେହି ଅସ୍ତ୍ର ଦ୍ୱାରା ଆମକୁ ଆକ୍ରମଣ କରୁଥାଆନ୍ତି କିମ୍ବା କେହି ଜଣେ ଆମର କିଛି ମୂଲ୍ୟବାନ ବସ୍ତୁ ଲୁଟି ନେଉଛି, ତେବେ ଆତ୍ମରକ୍ଷା ଉଦ୍ଦେଶ୍ୟରେ ହିଂସା ଅନୁମୋଦନୀୟ ଅଟେ । ବର୍ତ୍ତମାନର ପରିସ୍ଥିତିରେ, ଅର୍ଜୁନଙ୍କ ହିଂସା ଓ ଅହିଂସା ମଧ୍ୟରୁ କ’ଣ କରିବା ଉଚିତ୍ ଏବଂ କାହିଁକି କରିବା ଉଚିତ୍ - ଏସବୁ ବିଷୟରେ ଭଗବଦ୍ ଗୀତାରେ ଆଗକୁ ଶ୍ରୀକୃଷ୍ଣ ବିସ୍ତାର ପୂର୍ବକ ବର୍ଣ୍ଣନା କରିବେ । ଏହି ବର୍ଣ୍ଣନା ସହିତ ବିଷୟରେ ଆଲୋକପାତ କରିବା ପାଇଁ ଅମୂଲ୍ୟ ଦିବ୍ୟ ଜ୍ଞାନ ପ୍ରକାଶିତ ହେବ ।