ଏଷା ତେଽଭିହିତା ସାଂଖ୍ୟେ ବୁଦ୍ଧିର୍ଯୋଗେ ତ୍ୱିମାଂ ଶୃଣୁ ।
ବୁଦ୍ଧ୍ୟା ଯୁକ୍ତୋ ଯୟା ପାର୍ଥ କର୍ମବନ୍ଧଂ ପ୍ରହାସ୍ୟସି ।।୩୯।।
ଏଷା-ଏସବୁ; ତେ-ତୁମକୁ; ଅଭିହିତା-ବର୍ଣ୍ଣିତ ହେଲା; ସାଂଖ୍ୟେ- ବିଶ୍ଳେଷଣାତ୍ମକ ଜ୍ଞାନ ସାହାଯ୍ୟରେ; ବୁଦ୍ଧିଃ ଯୋଗେ- ବୁଦ୍ଧିଯୋଗ ଦ୍ୱାରା; ତୁ-ବାସ୍ତବରେ; ଇମାଂ-ଏହା; ଶୃଣୁ-ଶୁଣ; ବୁଦ୍ଧ୍ୟା-ବିଚାର ଦ୍ୱାରା; ଯୁକ୍ତଃ-ଯୁକ୍ତ ହୋଇ; ଯୟା- ଯାହାଦ୍ୱାରା; ପାର୍ଥ-ହେ ପୃଥାପୁତ୍ର; କର୍ମ-ବନ୍ଧଂ- କର୍ମବନ୍ଧନ; ପ୍ରହାସ୍ୟସି-ତୁମେ ମୁକ୍ତ ହୋଇପାରିବ ।
BG 2.39: ମୁଁ ଏ ପର୍ଯ୍ୟନ୍ତ ତୁମକୁ ସାଂଖ୍ୟ ଯୋଗ ବା ଆତ୍ମା ବିଷୟରେ ବିଶ୍ଳେଷଣାତ୍ମକ ଜ୍ଞାନ ପ୍ରଦାନ କଲି । ହେ ପାର୍ଥ! ବର୍ତ୍ତମାନ ଶୁଣ, ମୁଁ ଏବେ ବୁଦ୍ଧି ଯୋଗ ବିଷୟରେ କହିବାକୁ ଯାଉଛି । ଏହିପରି ବିଚାର ଯୁକ୍ତ ହୋଇ କର୍ମ କରିବା ଦ୍ୱାରା ତୁମେ କର୍ମ ବନ୍ଧନରୁ ମୁକ୍ତ ହୋଇଯିବ ।
ଏଷା ତେଽଭିହିତା ସାଂଖ୍ୟେ ବୁଦ୍ଧିର୍ଯୋଗେ ତ୍ୱିମାଂ ଶୃଣୁ ।
ବୁଦ୍ଧ୍ୟା ଯୁକ୍ତୋ ଯୟା ପାର୍ଥ କର୍ମବନ୍ଧଂ ପ୍ରହାସ୍ୟସି ।।୩୯।।
ମୁଁ ଏ ପର୍ଯ୍ୟନ୍ତ ତୁମକୁ ସାଂଖ୍ୟ ଯୋଗ ବା ଆତ୍ମା ବିଷୟରେ ବିଶ୍ଳେଷଣାତ୍ମକ ଜ୍ଞାନ ପ୍ରଦାନ କଲି । ହେ ପାର୍ଥ! ବର୍ତ୍ତମାନ ଶୁଣ, ମୁଁ ଏବେ …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ସାଂଖ୍ୟ ଶବ୍ଦଟି ସାଂ ଅର୍ଥାତ୍ ‘ପୂର୍ଣ୍ଣ’ ଓ ଖ୍ୟ ଅର୍ଥାତ୍ ‘ଜାଣିବା’ ଶବ୍ଦରୁ ଉତ୍ପତ୍ତି ହୋଇଛି । ଅତଏବ, ସାଂଖ୍ୟର ଅର୍ଥ କୌଣସି ବିଷୟରେ ପୂର୍ଣ୍ଣ ବିଶ୍ଳେଷଣାତ୍ମକ ଜ୍ଞାନ ଅଟେ । ସାଂଖ୍ୟ ଦର୍ଶନ, ଯାହା ଭାରତୀୟ ଦର୍ଶନ ଅନ୍ତର୍ଗତ ଷଡଦର୍ଶନ ମଧ୍ୟରୁ ଅନ୍ୟତମ ଅଟେ, ବ୍ରହ୍ମାଣ୍ଡର ସମସ୍ତ ଉପାଦନଗୁଡ଼ିକର ବିଶ୍ଳେଷଣାତ୍ମକ ଗଣନା କରିଥାଏ । ଏହା ଚବିଶଟି ଉପାଦାନକୁ ତାଲିକାଭୁକ୍ତ କରିଥାଏ: ପଞ୍ଚମହାଭୂତ (ପୃଥିବୀ, ଜଳ, ଅଗ୍ନି,ବାୟୁ ଓ ଆକାଶ) ପଞ୍ଚତନ୍ମାତ୍ରା (ବସ୍ତୁର ପାଞ୍ଚ ଭୌତିକ ଗୁଣ ସ୍ୱାଦ, ସ୍ପର୍ଶ, ଗନ୍ଧ, ଶବ୍ଦ ଓ ଦୃଷ୍ଟି), ପଞ୍ଚ କର୍ମେନ୍ଦ୍ରିୟ, ପଞ୍ଚ ଜ୍ଞାନେନ୍ଦ୍ରିୟ, ମନ, ଅହଂକାର (ମହାନ୍ ତତ୍ୱର ବିକାଶ ଦ୍ୱାରା ସୃଷ୍ଟ), ମହାନ୍ (ପ୍ରକୃତିର ବିକାଶ ଦ୍ୱାର ସୃଷ୍ଟ), ପ୍ରକୃତି (ଭୌତିକ ଶକ୍ତିର ଆଦ୍ୟ ରୂପ) । ଏତଦ୍ବ୍ୟତିତ ପୁରୁଷ ବା ଆତ୍ମା, ଯିଏ ପ୍ରକୃତିକୁ ଉପଭୋଗ କରିବାକୁ ଚେଷ୍ଟା କରି ସେଥିରେ ଆସକ୍ତ ହୋଇଯାଏ ।
ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସାଂଖ୍ୟର ଅନ୍ୟ ଏକ ରୂପ ବର୍ଣ୍ଣନା କଲେ, ଯାହା ଅମର ଆତ୍ମା ବିଷୟରେ ବିଶ୍ଳେଷଣାତ୍ମକ ଜ୍ଞାନ ଥିଲା । ସେ ବର୍ତ୍ତମାନ ଫଳାଫଳର ଅଭିଳାଷ ନ ରଖି କର୍ମ କରିବାର ବିଜ୍ଞାନ ବିଷୟରେ ପ୍ରକାଶ କରିବାକୁ ଯାଉଛନ୍ତି । ଏହା କର୍ମଫଳ ପ୍ରତି ବିରାଗ ଆବଶ୍ୟକ କରେ । ଏହିପରି ବୈରାଗ୍ୟ, ବୁଦ୍ଧି ଦ୍ୱାରା ବିଚାର କରିବାର ଅଭ୍ୟାସ ଦ୍ୱାରା ଆସିଥାଏ । ଶ୍ରୀକୃଷ୍ଣ ଏହାକୁ ବୁଦ୍ଧିଯୋଗ କହୁଛନ୍ତି । ସେ ପରବର୍ତ୍ତୀ ଶ୍ଳୋକଗୁଡ଼ିକରେ (୨.୪୧ ଓ ୨.୪୪) ମନରେ ବୈରାଗ୍ୟ ଉତ୍ପନ୍ନ କରିବା ଦିଗରେ ବୁଦ୍ଧି କିପରି ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ, ସେ ବିଷୟରେ ବର୍ଣ୍ଣନା କରିଛନ୍ତି ।